ଛୋଟ ପିଲାଙ୍କୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଛି ବିଜେପି

Above Post Content

ଭୁବନେଶ୍ୱର: ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିଙ୍କୁ ଉଲଙ୍ଘନ କରୁଥିବା ଅଭିଯୋଗ କରିଛନ୍ତି । ପୋଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କୁ ଧମକାଉଥିବା ସହ ବଦଳି କରି ଦେବାର ଧମକ ଦେଉଛନ୍ତି ବିଜେପି ପ୍ରାର୍ଥୀ । ଏପରିକି ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜେଡି । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପି ନେତାଙ୍କ ବିରୋଧରେ ଫେରାଦ ହୋଇଛି ।

Middle post content

ସିଇଓଙ୍କ ନିକଟରେ ବିଜେଡ଼ିର ଅଭିଯୋଗ

After 2nd paragraph post ads

ବିଜେପି ପ୍ରାର୍ଥୀମାନେ ପୋଲିସ କର୍ମଚାରୀ ଏବଂ ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି । ଏମିତିକି ବଦଳି କରି ଦେବାର ଧମକ ବି ଦେଉଛନ୍ତି । ନିର୍ବାଚନୀ ପ୍ରଚାରରେ ଛୋଟ ପିଲାଙ୍କୁ ବ୍ୟବହାର କରୁୁଛନ୍ତିି । ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର ସମୟରେ ଛୋଟ ପିଲାଙ୍କୁ ବ୍ୟବହାର କରିଥିବାର ଉଦାହରଣ ଦେଇଛି ବିଜେଡି । ବିଜେପି ନେତାମାନେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରୁଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି । କିଛି ଦିନ ତଳେ ଭୁବନେଶ୍ୱର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ରାଲିରେ ପିଲାମାନଙ୍କୁ ବ୍ୟବହାର କରିଥିଲେ । ସେହିପରି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବଣ୍ଟନ କରୁଛନ୍ତି । ବ୍ରହ୍ମପୁର ବିଜ ପ୍ରଶାନ୍ତ ଜଗଦ୍ଦେବ ପୋଲିସ ଓ ଆଶା କର୍ମୀଙ୍କୁ ଧମକାଉଛନ୍ତି । ଏବେ ବିଜେପି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗରଦପୁର ବ୍ଲକ ଟିକାନପୁର ପଂଚାୟତରେ ଗତ ଏପ୍ରିଲ ୧୪ ତାରିଖରେ ପିଲାମାନଙ୍କୁ ନେଇ ରାଲି କରିଥିଲେ । ଆମେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି ରଖିଛୁ ଯେ ବିଜେପି ପ୍ରାର୍ଥୀ ଓ କର୍ମୀ ଯେଉଁମାନେ ନିର୍ବାଚନ ଆଚରଣବିଧି ଉଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami