ଆଜିଠୁ ହୀରାକୁଦରେ ପକ୍ଷୀ ଗଣନା, ସାମିଲ ହେବେ ୭୮ ବନ କର୍ମଚାରୀ

Above Post Content

ସମ୍ବଲପୁର : ଆଜିଠୁ ଆରମ୍ଭ ହୋଇଛି ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା । ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରରେ ବିଦେଶୀ ପକ୍ଷୀଙ୍କ ସାମଗମ ଆରମ୍ଭ ହୋଇଯାଇଛି । ତେଣୁ ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏଠାରେ ପକ୍ଷୀ ଗଣନା ପାଇଁ ନିଷ୍ପତ୍ତି ହୋଇଛି । ଆଜି ପ୍ରାତଃରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି ।

ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ପକ୍ଷୀ ଗଣନା

After 2nd paragraph post ads
Middle post content

ପକ୍ଷୀ ଗଣନା ପ୍ରତ୍ୟହ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ । ହୀରାକୁଦ ଜଳଭଣ୍ଡାର ଝାରସୁଗୁଡ଼ା ଓ ବରଗଡ଼ ଜିଲା ତଥା ଛତିଶଗଡ଼ ସୀମା ସଂଲଗ୍ନ ପ୍ରାୟ ୫ ଶହ ବର୍ଗ କିଲୋମିଟର ଅଞ୍ଚଳ ସହିତ ପାୱାର କେନାଲରେ ପକ୍ଷୀଗଣନା କରାଯିବ । ପକ୍ଷୀ ଗଣନା ପାଇଁ ଧାର୍ଯ୍ୟ ସମଗ୍ର ଅଞ୍ଚଳକୁ ୧୦ରୁ ୬୦ ବର୍ଗ କିଲୋମିଟର ବିଶିଷ୍ଟ ୨୧ଟି ପୃଥକ ସେକ୍ଟରରେ ଭାଗ କରାଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ଆସିଥିବା ୩୩ ଜଣ ପକ୍ଷୀ ବିଶେଷଜ୍ଞଙ୍କ ସହିତ ମୋଟ୍ ୭୮ଜଣ ବନ ବିଭାଗ କର୍ମଚାରୀ ଅଂଶଗ୍ରହଣ କରିବେ ।

ବିଦେଶୀ ପକ୍ଷୀଙ୍କ ସମାଗମ

ସମ୍ବଲପୁର ବନ୍ୟପ୍ରାଣୀ ବିଭାଗ ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଗତ ୨୦୨୩ ଅକ୍ଟୋବରରୁ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇସାରିଛି । ଏହି ବିଦେଶୀ ପକ୍ଷୀଗୁଡ଼ିକ ଏଠାରେ ମାର୍ଚ୍ଚ ପର୍ଯ୍ୟନ୍ତ ରହିିଥାନ୍ତି । ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରନ୍ତି । ଏଥିରେ ସାଇବେରିଆ, କାସ୍ପିଆନ ହ୍ରଦ, ବୈକାଲ ହ୍ରଦ, ମଙ୍ଗୋଲିଆ ତଥା ମଧ୍ୟପ୍ରାଚ୍ୟ ଏସିଆ ଓ ହିମାଳୟ ଅଞ୍ଚଳରୁ ବହୁ ସଂଖ୍ୟାରେ ପକ୍ଷୀ ରହିଥାଆନ୍ତି । ତେବେ ଗଣନା ପରେ ସେମାନଙ୍କ ପ୍ରଜାତିକୁ ଚିହ୍ନଟ କରାଯାଇ ପାରିବ ବୋଲି ସେ କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami