ପୁଣି ଜେଲକୁ ଯିବେ ବିଲକିସ ବାନୋଙ୍କ ଦୋଷୀ, ଜାଣନ୍ତୁ କିଏ ବିଲକିସଙ୍କୁ ଦେଲେ ନ୍ୟାୟ

Above Post Content

ନୂଆଦିଲ୍ଲୀ: ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଏହି ଘଟଣାରେ ସପୃକ୍ତ ଥିବା ସମସ୍ତ ୧୧ ଦୋଷୀଙ୍କୁ କ୍ଷମା କରିଥିବା ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ସମସ୍ତ ଦୋଷୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଲକିସ୍ ବାନୋ ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇଥିବା ବରିଷ୍ଠ ଓକିଲ ବୃନ୍ଦା ଗ୍ରୋଭର ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି ବେଆଇନ, ଯାହାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଆରମ୍ଭରୁ ଏହି ପ୍ରସଙ୍ଗରେ ବୃନ୍ଦା ଗ୍ରୋଭର ସ୍ୱର ଉତ୍ତୋଳନ କରିଥିଲେ । ତେବେ ବୃନ୍ଦା ଗ୍ରୋଭର କିଏ? ଯିଏ ବିଲକିସଙ୍କୁ ପାଇଁ ନ୍ୟାୟ ଦେଇଛନ୍ତି । ଜାଣନ୍ତୁ ତାଙ୍କ ବିଷୟରେ ।

ବୃନ୍ଦା ଗ୍ରୋଭର ହେଉଛନ୍ତି ମାନବାଧିକାର ଆଇନଜୀବୀ

After 2nd paragraph post ads
Middle post content

ବୃନ୍ଦା ଗ୍ରୋଭର ଜଣେ ମାନବାଧିକାର ଆଇନଜୀବୀ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ଲାଭ କରିଛନ୍ତି । ଏହା ବ୍ୟତୀତ ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର କରିଛନ୍ତି । ବହୁ ମାନବାଧିକାର ସମ୍ବନ୍ଧୀୟ ଆନ୍ଦୋଳନରେ ବୃନ୍ଦା ସକ୍ରିୟ ମଧ୍ୟ ଅଛନ୍ତି । ମହିଳା ଏବଂ ଶିଶୁମାନଙ୍କ ପ୍ରତି ଘରୋଇ ହିଂସା ଏବଂ ଯୌନ ହିଂସା ଇତ୍ୟାଦିରୁ ରକ୍ଷା କରିବା ପାଇଁ ପ୍ରଣୟନ ହୋଇଥିବା ଆଇନର ଚିଠା ତିଆରି କରିବାରେ ସେ ସହଯୋଗ କରିଛନ୍ତି । ଅତ୍ୟାଚାର, ସାମ୍ପ୍ରଦାୟିକ ତଥା ଟାର୍ଗେଟ ହିଂସା ବିରୋଧରେ ଆଇନ ପ୍ରଣୟନ ସପକ୍ଷରେ ସେ ଓକିଲାତି କରିଥାନ୍ତି । ଏସବୁ ପ୍ରସଙ୍ଗରେ ଆଇନ ଆଣିବାକୁ ନେଇ ସେ ମୁଖର ।

ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଥିଲେ ବୃନ୍ଦା

ବୃନ୍ଦା ଦେଶର ଜଣେ ବରିଷ୍ଠ ଓକିଲ ଭାବରେ ଜଣାଶୁଣା । ସେ ୧୯୮୯ ମସିହାରୁ ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଅନ୍ୟାନ୍ୟ ଟ୍ରାଏଲ କୋର୍ଟରେ ଓକିଲାତି କରୁଛନ୍ତି । ସେ ଅପରାଧିକ ଆଇନ, ମହିଳାଙ୍କ ଅଧିକାର ଏବଂ ମାନବିକ ଅଧିକାର ସହ ଜଡିତ । ୨୦୧୩ରେ ଟାଇମ୍ ମାଗାଜିନ୍ ତାଙ୍କୁ ଦୁନିଆର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରିଥିଲା ।
ବିଲକିସ୍ ବାନୋ ମାମଲାରେ ଦୋଷୀଙ୍କ ଦଣ୍ଡ କମାଇବା ପାଇଁ ଯେଉଁ ଆବେଦନ ହୋଇଥିଲା ତା ବିରୋଧରେ ସେ ଯୁକ୍ତି ଉପସ୍ଥାପନ କରିଥିଲେ । ସମସ୍ତ ୧୧ ଦୋଷୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଆଇନଜୀବୀ ବୃନ୍ଦା କହିଛନ୍ତି ଯେ,ମାମଲାର ନିରପେକ୍ଷ ବିଚାର ପାଇଁ ଗୁଜୁରାଟ ସରକାର ଏହି କେସକୁ ମହାରାଷ୍ଟ୍ରକୁ ପଠାଇଥିଲେ ଯାହା ଦ୍ୱାରା ଠିକ୍ ନ୍ୟାୟ ହୋଇପାରିବ । କିନ୍ତୁ ଗୁଜୁରାଟ ସରକାର ବିନା କୌଣସି ଅଧିକାରରେ ଅପରାଧୀଙ୍କୁ କ୍ଷମାଦାନ କରିଥିଲେ । ସରକାରଙ୍କ କ୍ଷମାଦାନ ନିଷ୍ପତ୍ତି ଆଇନ ବିରୁ୍‌ଦ୍ଧରେ ଥିଲା । ଅପରାଧୀମାନେ ପୂର୍ବରୁ ବହୁତ ଆଶ୍ୱସ୍ତି ପାଇଛନ୍ତି ,ଏବେ ସେମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜେଲରେ ରିପୋର୍ଟ କରିବାକୁ ପଡିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami