ରାସ୍ତାରେ ଭିକ ମାଗୁଛନ୍ତି ‘ବିଗ୍‌ବସ୍‌’ ଫେମ୍ ଶିବ ଠାକ୍‌ରେ

Above Post Content

ମୁମ୍ବାଇ: ରାସ୍ତାରେ ବୁଲି ବୁଲି ଭିକ ମାଗୁଛନ୍ତି ଅଭିନେତା ଶିବ ଠାକ୍‌ରେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଶିବ୍‌ଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । କାରଣ ଏଥିରେ ଶିବଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି ।

ତାଙ୍କର ଅବସ୍ଥା ଦେଖି ଚିହ୍ନିବା ମୁସ୍କିଲ

After 2nd paragraph post ads
Middle post content

ଛୋଟ ପରଦାର ସବୁଠୁ ଲୋକପ୍ରିୟ ରିୟଲିଟି ଶୋ ହେଉଛି ‘ବିଗ୍ ବସ୍‌’ । ବିଗ୍‌ବସ ସିଜିନ୍ ୧୬ ଅନେକ ପ୍ରତିଯୋଗୀଙ୍କୁ ନେଇ ଚର୍ଚ୍ଚାରେ ରହିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଶିବ ଠାକ୍‌ରେ । ସେ ବିଗ୍‌ବସର ଟ୍ରଫି ଜିତି ନ ଥିଲେ ମଧ୍ୟ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ । ବିଗ୍‌ବସ ଘରୁ ବାହାରିବା ପରେ ସେ ‘ଖତ୍‌ରୋ କେ ଖିଲାଡ଼ି’ରେ ଜବରଦସ୍ତ ଷ୍ଟଣ୍ଟ୍‌କରୁଥିବା ଦେଖିବାକୁ ମିଳିଥିଲା । ଏବେ ସେ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ ଦିଖ୍‌ଲା ଯା’ରେ ନଜର ଆସୁଛନ୍ତି । ଏସବୁ ମଧ୍ୟରେ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣ ଚକିତ ହେବେ ନିଶ୍ଚୟ । ଖରାପ ଅବସ୍ଥାରେ ସେ ରାସ୍ତାରେ ଭିକ ମାଗୁଥିବା ଦେଖାଯାଉଛି । ଏଭଳି ଅବସ୍ଥା ଦେଖି ତାଙ୍କୁ ଚିହ୍ନିବା ମୁସ୍କିଲ ହେଉଛି ।

ଶିବଙ୍କୁ ଦେଖି ମହିଳା ଭୟରେ ଚିଲ୍ଲାଉଛନ୍ତି

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଶିବ ତାଙ୍କ ମୁହଁରେ ପ୍ରୋସ୍ଥେ୍ଥଟିକ୍ ମେକ୍‌ଅପ୍ କରୁଥିବା ଦେଖାଯାଉଛି । ଏହାପରେ ସେ ବେଶ ଭୟଙ୍କର ଲାଗୁଛନ୍ତି । ମେକ୍‌ଅପ୍ କରି ନିଜର ରୂପ ବଦଳାଇବା ପରେ ସେ ପ୍ରାଙ୍କ କରିବା ଲାଗି ରାସ୍ତାକୁ ଯାଉଛନ୍ତି । ଏପରିକି ସେ ଜଣଙ୍କ ପରେ ଜଣଙ୍କୁ ଭିକ ବୁଲି ବୁଲି ମାଗୁଛନ୍ତି । ଏମିତି କି ଏକ ଶୋ’ ରୁମ୍‌ରେ ଗାର୍ଡ ତାଙ୍କୁ ବାହାର କରିଦେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଜଣେ ମହିଳା ଶିବଙ୍କୁ ଦେଖି ଭୟରେ ଚିଲ୍ଲାଉଛନ୍ତି । ଶେଷରେ ଏକ ଅଟୋ ଡ୍ରାଇଭର ତାଙ୍କୁ ଟଙ୍କା ଦେଉଛନ୍ତି । ଏହି ଭିଡ଼ିଓ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଏସବୁ ଦେଖି ‘ଆଇ’ ଫିଲ୍ମ ମନେ ପଡ଼ୁଥିବା କହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami