ବିଗ୍‌ବସ୍ ଜିତିବାର ଖୁସି ମନାଇ ଫସିଲେ ମୁନାୱର, ମାମଲା ରୁଜୁ

Above Post Content

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ ରିୟଲିଟି ଶୋ ବିଗ୍‌ବସ ସିଜିନ୍ ୧୭ର ବିଜୟୀ ହୋଇଛନ୍ତି କମେଡିୟାନ୍ ମୁନାୱର ଫାରୁକି । ରବିବାର ଏହି ଶୋ’ର ଉପସ୍ଥାପକ ତଥା ବଲିଉଡ୍ ଅଭିନେତା ସଲ୍‌ମନ୍ ଖାନ୍ ୩୨ ବର୍ଷିୟ ଫାରୁକିଙ୍କୁ ବିଜୟୀ ଘୋଷଣା କରିଛନ୍ତି । ପୁରସ୍କାର ବାବଦରେ ଫାରୁକୀଙ୍କୁ ମିଳିଥିଲା ଏକ ଟ୍ରଫି, ୫୦ ଲକ୍ଷ ଟଙ୍କା ଓ ଗୋଟାଏ ନୂଆ ହୁଣ୍ଡାଇ କ୍ରେଟା କାର । ବିଗ୍‌ବସ୍‌ର ୧୭ର ବିଜୟୀ ହେବା ପରେ ମୁନାୱରଙ୍କ ପ୍ରଶଂସକମାନେ ଉତ୍ସବ ପାଳନ କରୁଛନ୍ତି । ଏପରିକି ସେ ନିଜେ ମଧ୍ୟ ପ୍ରଶଂସକଙ୍କ ଗହଣକୁ ଯାଇ ଧନ୍ୟବାଦ ଜଣାଉଛନ୍ତି ।

Middle post content

ବିଜୟ ଉତ୍ସବ ବେଳେ ଉଡ଼ୁଥିଲା ବେଆଇନ ଡ୍ରୋନ

After 2nd paragraph post ads

ବିଗ୍‌ବସ୍ ଜିତିବା ପରେ ମୁନାୱର ପ୍ରଥମେ ମୁମ୍ବାଇର ଡୋଙ୍ଗରୀ ଅଞ୍ଚଳରେ ପହଞ୍ଚିଥିଲେ । ଏଠାରେ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଏକାଠି ହୋଇ ତାଙ୍କୁ ସ୍ୱାଗତ କରିଥିବା ଦେଖାଯାଇଥିଲା । ଭିଡକୁ ଦେଖି ମୁମ୍ବାଇ ପୋଲିସ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲଗାଇଥିଲା । ହେଲେ ଏବେ ସେ ଆଉ ଏକ ଅଡ଼ୁଆରେ ଫସିଛନ୍ତି । ଡୋଙ୍ଗରୀ ଅଞ୍ଚଳରେ ଉତ୍ସବ ପାଳନ ବେଳେ ଏହି ଭିଡିଓରେ ମୁନାୱର ତାଙ୍କ କାରରେ ଛିଡ଼ା ହୋଇ ଲୋକଙ୍କୁ ଟ୍ରଫି ଦେଖାଉଥିବା ନଜର ଆସିଥିଲେ । ଅଭିଯୋଗ ରହିଛି ଯେ ଏଠାରେ ଡ୍ୟୁଟି କରୁଥିବା ଜଣେ ପୋଲିସ କନଷ୍ଟେବଳ ମେଗା ଉତ୍ସବକୁ କ୍ୟାପଚର କରିବା ପାଇଁ ଜଣେ ବ୍ୟକ୍ତି ଡ୍ରୋନ୍ କ୍ୟାମେରା ବ୍ୟବହାର କରୁଥିବା ଦେଖିବାକୁ ପାଇଥିଲେ । ପରେ ସେ ଅରବାଜ ୟୁସୁଫ ଖାନ ନାମକ ଅପରେଟରଙ୍କ ନିକଟକୁ ଯାଇ ଏହା ବିଷୟରେ ପଚରାଉଚରା କରିଥିଲେ । ଏଥିରୁ ଜଣାପଡିଥିଲା କି, ଡ୍ରୋନ୍ ସଞ୍ଚାଳନ ନେଇ ଅପରେଟରଙ୍କ ପାଖରେ ଆବଶ୍ୟକ ଅନୁମତି ନାହିଁ, ଯାହାଫଳରେ ପୋଲିସ ଉକ୍ତ ଡ୍ରୋନ କ୍ୟାମେରାକୁ ଜବତ କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami