![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମୁମ୍ବାଇ: ବିଗିଡିଲା ବିଗ୍ ବିଙ୍କ ସ୍ୱାସ୍ଥ୍ୟାବସ୍ଥା । ଡାକ୍ତରଖାନାରେ ହେଲେ ଭର୍ତ୍ତି । ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବଲିଉଡର ଶେହନଶାହ ଅମିତାଭ ବଚ୍ଚନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଗ୍ ବି ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଅମିତାଭଙ୍କ କରାଗଲା ଆଞ୍ଜିଓପ୍ଲାଷ୍ଟି
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
କଡ଼ା ସୁରକ୍ଷା ମଧ୍ୟରେ ଶୁକ୍ରବାର ସକାଳେ ବିଗ୍ ବିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା । ଅନ୍ୟପକ୍ଷରେ ବିଗ୍ ବିଙ୍କ ଏକ୍ସ ଆକାଉଣ୍ଟ ଦେଖିବା ପରେ ଜଣାପଡ଼ିଛି ଯେ, ଦିନ ୧୨.୨ରେ ସେ ଏକ ପୋଷ୍ଟ କରିଛନ୍ତି । ଆଞ୍ଜିଓପ୍ଲାଷ୍ଟି ପରେ ସେ ଏହି ପୋଷ୍ଟ କରିଥିବା ଆଶା କରାଯାଉଛି । ସେ ପୋଷ୍ଟରେ ସର୍ବଦା କୃତଜ୍ଞ ବୋଲି ଲେଖିଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାଯାଇଛି । ଏବେ ଅମିତାଭ ଏକ ବଡ଼ ବଜେଟ ଫିଲ୍ମରେ କାମ କରୁଛନ୍ତି । ସେ ଖୁବ୍ ଶୀଘ୍ର ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କଲ୍କି ୨୯୮୯ଏଡି’ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହା ପୂର୍ବରୁ ବିଗ୍ ବିଙ୍କୁ ଗଣପତରେ ଦେଖିବାକୁ ପାଇଥିଲେ ଦର୍ଶକ, ଯେଉଁଥିରେ ଟାଇଗର ଶ୍ରଫ୍ ଏବଂ କ୍ରିତି ସାନନ ଥିଲେ ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)