‘ଫୋର୍ବସ୍‌’ରେ ସ୍ଥାନ ପାଇଲେ ମାଲକାନଗିରି ଝିଅ ଜୟନ୍ତୀ

Above Post Content

ମାଲକାନଗିରି: ‘ଫୋର୍ବସ୍‌’ରେ ସ୍ଥାନ ପାଇଲେ ମାଲକାନଗିରି ଝିଅ ଜୟନ୍ତୀ ବୁରୁଦା । ଅନ୍ତର୍ଜାତୀୟ ଖବରକାଗଜ ସଂସ୍ଥା ଫୋର୍ବସ ପକ୍ଷରୁ ଦେଶର ୨୩ଜଣ ଶକ୍ତିଶାଳୀ ମହିଳାଙ୍କୁ ଚୟନ କରାଯାଇଛି । ଏହି ତାଲିକାରେ ବିଶ୍ୱ ବ୍ୟାଙ୍କ ଏମ୍‌ଡି ଓ ସିଏଫ୍‌ଓ ଅନଶୂଳା କାନ୍ତ, କ୍ରିକେଟହ ଦୀପ୍ତି ଶର୍ମା, ବଲିଉଡ଼ର କ୍ରୀତି ସାନନ ଓ ଚେସ୍ ଗ୍ରାଣ୍ଡମାଷ୍ଟର ଆର. ବୈଶାଳୀଙ୍କ ଭଳି ୨୩ଜଣ ଶକ୍ତିଶାଳୀ ମହିଳା ସ୍ଥାନ ପାଇଛନ୍ତି । ହେଲେ ଓଡ଼ିଶାରୁ ଏକମାତ୍ର ମହିଳା ଭାବେ ମାଲକାନଗିରି ଜିଲ୍ଲାର ଆଦିବାସୀ ଝିଅ ଜୟନ୍ତୀ ବୁରୁଦା ଏହି ତାଲିକାରେ ସାମିଲ ହୋଇଛନ୍ତି । ଜୟନ୍ତୀ ପ୍ରଥମ ଆଦିବାସୀ ଝିଅ ଯିଏ କି ଏନଡବ୍ଲ୍ୟୁଏମଆଇରୁ ଫେଲୋସିପ୍ ଗ୍ରହଣ କରିଥିଲେ । ପରେ ଜଙ୍ଗଲ ରାଣୀ ଇନିସିଏଟିଭ ଆରମ୍ଭ କରି ଆଦିବାସୀ ଝିଅମାନଙ୍କୁ ଟେକ୍ନୋଲୋଜିର ଶିକ୍ଷା ଦେଉଛନ୍ତି ।

Middle post content

ଦୁର୍ଗମ ଅଞ୍ଚଳର ମହିଳାଙ୍କୁ କରୁଛନ୍ତି ସଚେତନ

After 2nd paragraph post ads

ଦୁର୍ଗମ ଅଞ୍ଚଳର ପ୍ରତିଟି ଖବର ସମସ୍ତଙ୍କ ପାଖରେ ପହଞ୍ଚି ପାରିବ । ଏହାସହ ପ୍ରାୟ ୬ବର୍ଷ ପୂର୍ବରୁ ବଡ଼ ଦିଦି ନାମକ ଏକ ସଂଗଠନ ଆରମ୍ଭ କରି ଋତୁସ୍ରାବ ବିଷୟରେ ଆଦିବାସୀ ମହିଳା ଓ ଯୁବତୀଙ୍କୁ ସେ ସଚେତନ କରୁଛନ୍ତି । ସେ ଗଣମାଧ୍ୟମରେ ଜୋନ୍ ସମ୍ବାଦିକା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ମାଲକାନଗିରିର ଦୁର୍ଗମ ଅଞ୍ଚଳ ବଣ୍ଡାଘାଟି ଓ ସ୍ୱାଭିମାନ ଅଞ୍ଚଳରେ ଋତୁସ୍ରାବ ବିଷୟରେ ମହିଳା ଓ ଯୁବତୀମାନଙ୍କ ମଧ୍ୟରେ ସଚେତନତା ଅଭାବକୁ ଅନୁଭବ କରିଥିଲେ । ସେଥିପାଇଁ ୨୦୧୭ରେ ପ୍ରାୟ ୨୦ଜଣ ଶିକ୍ଷିତ ଯୁବତୀଙ୍କୁ ନେଇ ବଡ଼ଦିଦି ସଂଗଠନ ଆରମ୍ଭ କରିଥିଲେ । ବିଭିନ୍ନ ଗାଁରେ ଘରକୁ ଘର ବୁଲି ପ୍ରଥମେ ଯୁବତୀମାନଙ୍କୁ ଋତୁସ୍ରାବଜନିତ ସମସ୍ୟା ଓ ସାନିଟାରୀ ପ୍ୟାଡ୍ ବ୍ୟବହାର ବିଷୟରେ ସଚେତନତା ଅଭିଯାନ ଆରମ୍ଭ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami