ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଲେ ଭୃଗୁ ବକ୍ସିପାତ୍ର

Above Post Content

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟ୍‌କା ଲାଗିଛି । ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ଥଫା ପତ୍ରକୁ ସେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇ ଦେଇଛନ୍ତି । ଦୀର୍ଘ ୨୩ ବର୍ଷ ଧରି ବିଜେପିରେ ଥିବା ଭୃଗୁ ରାଜ୍ୟ ବିଜେପିର କାର୍ଯ୍ୟ ନେଇ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ତାଙ୍କୁ କୌଣସି ସକ୍ରିୟ ଭୂମିକାରେ ନ ଥିଲେ । ଗତ ନିର୍ବାଚନରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ଳଢ଼ିଥିଲେ ।

After 2nd paragraph post ads
Middle post content

ଦଳରେ ମୋର ଆବଶ୍ୟକତା ନାହିଁ

ନିଜ ଇସ୍ତଫା ପତ୍ରରେ ସେ କହିଛନ୍ତି, ମୁଁ ଓଡ଼ିଶାର ଜନତାଙ୍କ ସେବା ଜାରି ରଖିବି । ମୁଁ ଦୀର୍ଘ ୨୩ ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ଦଳର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି । ଦଳ ଦେଇଥିବା ସମସ୍ତ ଦାୟିତ୍ୱ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହିତ ତୁଲାଇଛି । ବିଭିନ୍ନ ସାଂଗଠନିକ ଏବଂ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ଦଳ ମୋ ଉପରେ ଆସ୍ଥା ରଖିଥିବାରୁ ମୁଁ ଦଳ ପ୍ରତି କୃତଜ୍ଞତା ଜଣାଉଛି । କିଛି ଦିନ ହେଲା ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଳବ୍ଧି କରିବା ପରେ ମୁଁ ଏହି ନିଷ୍ପତ୍ତି ନେବାକୁ ସ୍ଥିର କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami