ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି

Above Post Content

ନୂଆଦିଲ୍ଲୀ: ଆପ୍ ନେତା ତଥା ସାଂସଦ ସଞ୍ଜୟ ସିଂହଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି । ସଞ୍ଜୟ ସିଂହଙ୍କୁ ଆଜି ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଗତ ୬ ମାସରୁ ଅଧିକ ସମୟ ହେବ ସେ ଜେଲରେ ଥିଲେ । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ ହୋଇଥିଲେ ସାଂସଦ ସଞ୍ଜୟ ସିଂହ । ଆଜି ସୁପ୍ରିମକୋର୍ଟରେ ତାଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିକୁ ଅନେକ ପ୍ରଶ୍ନ କରିଥିଲେ ଯେଉଁଥିରେ କୌଣସି ପ୍ରକାର ପ୍ରତିବାଦ କରି ନଥିଲା ଇଡି । ବର୍ତ୍ତମାନ ସଞ୍ଜୟଙ୍କୁ ଏହି ଜାମିନ ମିଳିବା ପରେ କେସର ଟ୍ରାଏଲ ଶେଷ ନ ହେବା ଯାଏଁ ତାଙ୍କୁ ଗିରଫ କରାଯାଇପାରିବନାହିଁ । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଞ୍ଜୟ ସିଂହଙ୍କୁ ଜାମିନ ମିଳିବା ଏକ ପ୍ରକାର ଆପ୍ ଦଳର ମନୋବଳକୁ ଦୃଢ କରିଥିବା କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami