ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ମିଳିବ ଏସବୁ ସୁବିଧା

Above Post Content

ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷ ସଂଘର୍ଷର ଅବସାନ ଘଟିଛି । ଗତ ୨୨ତାରିଖରେ ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଭଗବାନଙ୍କ ସୁନ୍ଦର ଓ ଦିବ୍ୟ ମୂର୍ତ୍ତି ସମସ୍ତଙ୍କୁ ଆକର୍ଷିତ କରିଛି । ଏହି ସମାରୋହରେ ନେତା, ସେଲିବ୍ରିଟ୍‌,ଖେଳାଳିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଗତ ୨୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ରାମଲଲାଙ୍କ ଦ୍ୱାର ଖୋଲାଯାଇଛି । ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ରାତି ୩ଟାରୁ ଭିଡ଼ ଜମାଉଛନ୍ତି । ଏମିତିକି ଭିଡ଼କୁ ଆୟତ୍ତ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ଭକ୍ତଙ୍କ ଭିଡ଼କୁ ଆୟତ୍ତ କରିବା ପାଇଁ ରାମମନ୍ଦିର ଟ୍ରଷ୍ଟ ଓ ଯୋଗୀ ସରକାର ସମୀକ୍ଷା ବୈଠକ ବି ଡକାଇଥିଲେ । ଏହି ବୈଠକ ପରେ ମନ୍ଦିରରେ ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧାର ବନ୍ଦୋବସ୍ତ କରାଯାଇଛି ।

Middle post content

ଥଣ୍ଡାରେ ଖାଲି ପାଦରେ ଯିବା ପାଇଁ ଲଗାଯାଇଛି ଗ୍ୟାସ ହିଟର

After 2nd paragraph post ads

ଭକ୍ତ କିପରି ରାମଲଲାଙ୍କ ଦର୍ଶନ ସୁବିଧାରେ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ମୁଖ୍ୟ ଦ୍ୱାରରୁ ପ୍ରଭୁ ରାମଙ୍କ ମନ୍ଦିର ପର୍ଯ୍ୟନ୍ତ ମୋଟିଙ୍ଗ କାମ କରାଯାଇଛି । ଯଦ୍ୱାରା ଥଣ୍ଡା ସମୟରେ ଭକ୍ତ ଖାଲି ପାଦରେ ଯେମିତି ବିନା ବାଧାରେ ଚାଲିପାରିବେ । ଏଥିସହିତ ଥଣ୍ଡାରୁ ରକ୍ଷା ପାଇବା ପାଇ ଗ୍ୟାସ ହିଟର ମଧ୍ୟ ଭକ୍ତଙ୍କ ପାଇଁ ଖଞ୍ଜା ଯାଇଛି । ଦର୍ଶନ ପରେ ଭକ୍ତମାନେ କିପରି ରାମଲଲାଙ୍କ ପ୍ରସାଦ ପାଇବେ ସେଥିପାଇଁ ବି ବ୍ୟବସ୍ଥା କରାଯାଇଛି । କାରଣ ମନ୍ଦିର ଭିତରେ ବାହାରର କୌଣସି ଖାଦ୍ୟ ପଦାର୍ଥ ଭୋଗ କରାଯାଉନାହିଁ । ସେହିପରି ଯଦି ମନ୍ଦିର ପରିସରରେ କୌଣସି ଭକ୍ତଙ୍କୁ କିଛି ବି ଅସୁବିଧା ହୁଏ ତେବେ ଘୋଷଣାର ସୁବିଧା ବି ରଖାଯାଇଛି । ଏହାଦ୍ୱାରା ଭକ୍ତମାନେ ଘୋଷଣା କରି ପୋଲିସର ସାହାଯ୍ୟ ନେଇ ପାରିବେ । ମନ୍ଦିର ପରିସରରେ ଏକ ହଳଦିଆ ଚିଠା ମିଳୁଛି । ଯାହାକୁ ପାଇବା ପରେ ରାମ ମନ୍ଦିର ଟ୍ରଷ୍ଟ ଦ୍ୱାରା ତିଆରି କରାଯାଇଥିବା ବ୍ଲାକ ରୁମରେ ଭକ୍ତ ସେମାନଙ୍କ ଜରୁରୀ ସାମଗ୍ରୀକୁ ସୁରକ୍ଷିତ ଭାବେ ରଖି ପାରିବେ । ଏହା ସତ୍ତ୍ୱେ ବି ଯଦି ମନ୍ଦିରରେ ଭକ୍ତଙ୍କୁ କୌଣସି ପ୍ରକାର ଅସୁବିଧା ହୁଏ ସେଥିପାଇଁ ସୁରକ୍ଷାକର୍ମୀ ଓ ପୋଲିସକୁ ନିୟୋଜିତ କରାଯାଇଛି । ଯାହାଙ୍କ ସାହାଯ୍ୟ ଭକ୍ତମାନେ ଲୋଡ଼ି ପାରିବେ । ବୁଲିବୁଲି ଥକି ପଡ଼ିଲେ ବିଶ୍ରାମ ଲାଗି ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ବି ତିଆରି କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami