୮ଟି ସହରରୁ ଅଯୋଧ୍ୟାକୁ ଉଡ଼ିବ ସିଧାସଳଖ ବିମାନ

Above Post Content

ନୂଆଦିଲ୍ଲୀ: ରାମଭକ୍ତଙ୍କ ପାଇଁ ଖୁସି ଖବର । ଏଣିକି ୮ଟି ସହରରୁ ଅଯୋଧ୍ୟାକୁ ଉଡ଼ିବ ସିଧାସଳଖ ବିମାନ । ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ଆଗମନକୁ ସୁଗମ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି । ଫେବୃୟାରୀ ୧ରୁ ଏହି ବିମାନ ସେବା ଆରମ୍ଭ ହେବ । ଏହି ଖବର ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦ ଦେଖାଦେଇଛି । ନୂଆ ଉଡାନ ମାର୍ଗ ଅଯୋଧ୍ୟାକୁ ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ପାଟନା, ଦରଭଙ୍ଗା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସହିତ ସଂଯୋଗ କରିବ ।

ଅଯୋଧ୍ୟାରେ ସହଜରେ ପହଞ୍ଚିପାରିବେ ଭକ୍ତ

After 2nd paragraph post ads
Middle post content

ଗତ ୨୨ତାରିଖରେ ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଗତ ୨୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ରାମଲଲାଙ୍କ ଦ୍ୱାର ଖୋଲାଯାଇଛି । ଭଗବାନଙ୍କ ସୁନ୍ଦର ଓ ଦିବ୍ୟ ମୂର୍ତ୍ତି ସମସ୍ତଙ୍କୁ ଆକର୍ଷିତ କରିଛି । ଭକ୍ତ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଭିଡ଼ ଜମାଉଛନ୍ତି । ଦେଶ ତଥା ବିଶ୍ୱର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପହଞ୍ଚୁୁଛନ୍ତି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଯୋଧ୍ୟାରେ ପହଞ୍ଚିବା ପାଇଁ ବିମାନ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଅଯୋଧ୍ୟାରେ ତୀର୍ଥଯାତ୍ରୀଙ୍କ ଆଗମନକୁ ସୁଗମ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ୮ଟି ସହରରୁ ୧ ଫେବୃଆରୀରୁ ୮ଟି ନୂଆ ବିମାନ ମାର୍ଗ (ରୁଟ୍‌) ଆରମ୍ଭ କରିବ । ନୂଆ ଉଡାନ ମାର୍ଗ ଅଯୋଧ୍ୟାକୁ ଦିଲ୍ଲୀ, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ପାଟନା, ଦରଭଙ୍ଗା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସହିତ ସଂଯୋଗ କରିବ ।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କରିବେ ଶୁଭାରମ୍ଭ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାର ଶୁଭାରମ୍ଭ କରିବେ ଏବଂ ସ୍ପାଇସ୍ ଜେଟ୍ ବିମାନ ନୂଆ ମାର୍ଗରେ ଉଡ଼ିବ । ଖୁବଶୀଘ୍ର ଅନ୍ୟ ବିମାନ କମ୍ପାନିମାନେ ବି ଅଯୋଧ୍ୟାକୁ ବିମାନସେବା ଆରମ୍ଭ କରିବାର ସମ୍ଭାବନା ରହିଛି । ଚେନ୍ନାଇ-ଅଯୋଧ୍ୟା-ଚେନ୍ନାଇ ବିମାନ ପ୍ରତିଦିନ ଚଳାଚଳ କରିବ । ଅହମ୍ମଦାବାଦ-ଅଯୋଧ୍ୟା-ଅହମ୍ମଦାବାଦ ବିମାନ ବୁଧବାର ବ୍ୟତୀତ ଦୈନିକ ଚଳାଚଳ କରିବ । ମୁମ୍ବାଇ-ଅଯୋଧ୍ୟା-ମୁମ୍ବାଇ ବିମାନ ମଧ୍ୟ ଦୈନିକ ଚଳାଚଳ କରିବ । ଜୟପୁର-ଅଯୋଧ୍ୟା-ଜୟପୁର, ପାଟନା-ଅଯୋଧ୍ୟା-ପାଟନା, ଦରଭଙ୍ଗା-ଅଯୋଧ୍ୟା-ଦରଭଙ୍ଗା ବିମାନ ସପ୍ତାହକୁ ୪ ଦିନ ଚଳାଚଳ କରିବ । ବେଙ୍ଗାଲୁରୁ-ଅଯୋଧ୍ୟା-ବେଙ୍ଗାଲୁରୁ ବିମାନ ବି ସପ୍ତାହକୁ ୪ ଦିନ ଚଳାଚଳ କରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami