ଜମାଖାତାରେ କେତେ ଟଙ୍କା ଅଛି ବୋଲି ମୋଦୀଙ୍କୁ ପ୍ରଶ୍ନ କରିଥିଲେ ଅକ୍ଷୟ

Above Post Content

ମୁମ୍ବାଇ: ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର ତାଙ୍କର ଏକ ସାକ୍ଷାତକାରକୁ ନେଇ ଖୁବ୍ ଚର୍ଚ୍ଚାରେ । ନିକଟରେ ଅକ୍ଷୟ କୁମାରଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ମୋଦିଙ୍କ ସହ ସାକ୍ଷାତକାରରେ ଆପଣ କ’ଣ ପଚାରିଥିଲେ । ଅକ୍ଷୟ କହିଛନ୍ତି ଯେ, ମୁଁ ତାଙ୍କୁ ପ୍ରଥମେ ପଚାରିଥିଲି ସାର ଆପଣ ଘଣ୍ଟା ଓଲଟା କାହିଁକି ପିନ୍ଧନ୍ତି । ଆପଣଙ୍କ ବ୍ୟାଙ୍କ ଜମାଖାତାରେ କେତେ ଟଙ୍କା ଅଛି । ଅକ୍ଷୟଙ୍କ ଏହି ସାକ୍ଷାତକାର ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ।

ସତ୍ୟ ଘଟଣାକୁ ନେଇ ନିର୍ମିତ ହୋଇଛି ମିସନ ରାଣୀଗଞ୍ଜ: ଦ ଗ୍ରେଟ ଭାରତ ରେସକ୍ୟୁ

After 2nd paragraph post ads
Middle post content

ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ମିସନ ରାଣୀଗଞ୍ଜ: ଦ ଗ୍ରେଟ ଭାରତ ରେସକ୍ୟୁକୁ ନେଇ ପୂରା ବ୍ୟସ୍ତ । ଏହି ଫିଲ୍ମଟି ସତ୍ୟ ଘଟଣାକୁ ନେଇ ନିର୍ମିତ ହୋଇଛି । ରାଣୀଗଞ୍ଜ କୋଇଲା ଖଣି ଭିତରେ କିଛି ଶ୍ରମିକ ଫସି ରହିଥିଲେ । ଏତିକି ବେଳେ ଦିବଂଗତ ଯଶୱନ୍ତ ସିଂହ ଗିଲ୍ ବେଶ ସାହାସ ଦେଖାଇ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ୧୯୮୯ରେ ଏହି ଘଟଣା ଘଟିଥିବା ବେଳେ ସମସ୍ତଙ୍କୁ ଯଶବନ୍ତ ସିଂହ ଗିଲ ଓ ତାଙ୍କ ଟିମ ସୁରକ୍ଷିତ ଭାବେ ବନ୍ୟା ପ୍ରଭାବିତ କୋଇଲା ଖଣି ଭିତରୁ ଉଦ୍ଧାର କରିଥିଲେ । ଏସବୁ ଘଟଣାକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି । ସିନେମାରେ ଅକ୍ଷୟ କୁମାର, ପରିଣୀତି ଚୋପ୍ରା, କୁମୁଦ ମିଶ୍ରା, ପବନ ମାଲହୋତ୍ରା, ରବି କିଶନ ପ୍ରମୁଖ ରହିଛନ୍ତି ।

ମୋ ମନକୁ ଯାହା ଆସିଥିଲା ତାହା ପଚାରିଥିଲି

ଏସବୁ ଭିତରେ ନିକଟରେ ଅକ୍ଷୟ କୁମାର ଏକ ସାକ୍ଷାତକାରରେ, ନିଜ ଫିଲ୍ମଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତାଙ୍କର ସାକ୍ଷାତକାର, ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଓ କାନାଡା ଓ ଭାରତ ମଧ୍ୟରେ ତିକ୍ତତାକୁ ନେଇ ନିଜର ମତାମତ ରଖିଥିଲେ । ଏହି ସାକ୍ଷାତକାରରେ ଅକ୍ଷୟଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା କି ମୋଦୀଙ୍କ ସହିତ ସାକ୍ଷାତକାର ସମୟରେ ଆପଣ କ’ଣ ପଚାରିଥିଲେ । ଅକ୍ଷୟ କହିଥିଲେ, ମୁଁ ତାଙ୍କୁ ପ୍ରଥମେ ପଚାରିଥିଲି ସାର ଆପଣଙ୍କ ବ୍ୟାଙ୍କ ଜମାଖାତାରେ କେତେ ଟଙ୍କା ଅଛି । ଆପଣ ଏବେ ଭାବୁଥିବେ ଏଭଳି ପ୍ରଶ୍ନ ମୁଁ ମୋଦୀଙ୍କୁ କେମିତି ପଚାରିଲି । ତେବେ ମୁଁ ଯେତେବେଳେ ମୋଦୀଙ୍କ କାର୍ଯ୍ୟାଳୟକୁ ଗଲି ସେଠାରେ ମୋତେ କ’ଣ ପଚାରିବି, କ୍‌’ଣ ପଚାରିବି ନାହିଁ ସେମିତି କିଛି କୁହାଯାଇ ନ ଥିଲା । କେବଳ ଏତିକି କୁହାଗଲା ଯାହା ପଚାରିବାକୁ ଚାହିଁବେ ପଚାରି ପାରିବେ । ତେଣୁ ମୋ ମନକୁ ଯାହା ଆସିଥିଲା ମୁଁ ତାହା ପଚାରିଥିଲି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami