ଅଳଙ୍କାର ପ୍ରିୟ ବଚ୍ଚନ ଦମ୍ପତ୍ତି , ରଖିଛନ୍ତି କୋଟି କୋଟି ଟଙ୍କାର ଅଳଙ୍କାର

Above Post Content

ମୁମ୍ବାଇ: ୮୧ ବର୍ଷରେ ପାଦ ଦେଇଛନ୍ତି ଫ୍ୟାସନ୍ ଆଇକନ୍ ଅମିତାଭ ବଚ୍ଚନ । ମେଗାଷ୍ଟାର ବଚ୍ଚନ ସାହେବ ଅଳଙ୍କାର ପ୍ରିୟବାସ୍ତବରେ ବିଗ୍ ବିଙ୍କ ପାଖରେ ଅଛି ପ୍ରାୟ ୩୫ କୋଟିର ଅଳଙ୍କାର । ତାଙ୍କ ପତ୍ନୀ ଜୟା ବଚ୍ଚନ ବି ସୁନା-ରୂପା ପ୍ରିୟ । ତାଙ୍କ ପାଖରେ ବି କୋଟିକୋଟି ଟଙ୍କାର ଅଳଙ୍କାର ରହିଛି । ଅନେକଙ୍କୁ ଜଣା ଯେ ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ଜଣେ ରାଜ୍ୟସଭା ସାଂସଦ । ସାଂସଦମାନଙ୍କୁ ସେମାନଙ୍କର ସମ୍ପତ୍ତି ଏବଂ ସେମାନଙ୍କ ଜୀବନସାଥୀଙ୍କ ସମ୍ପତ୍ତିର ସମସ୍ତ ବିବରଣୀ ଦେବାକୁ ପଡିଥାଏ । ଏହି ରିପୋର୍ଟ ଅନୁଯାୟୀ ୨୦୧୮ ସୁଦ୍ଧା ଅମିତାଭଙ୍କ ପାଖରେ ପ୍ରାୟ ୩୫ କୋଟି ଟଙ୍କାର ଅଳଙ୍କାର ରହିଛି । ସୁନା-ରୂପାର ବିଜ୍ଞାପନ କରୁଥିବା ମେଗାଷ୍ଟାର ପ୍ରକୃତରେ ବେଶ୍ ଅଳଙ୍କାର ପ୍ରିୟ । ତାଙ୍କ ପାଖରେ ୨କୋଟିର ସୁନା ଥିବା ବେଳେ ୫କୋଟି ଟଙ୍କାର ରୂପା ରହିଛି । ଯେଉଁଥିରେ ତାଙ୍କର ୨୮ କୋଟି ଟଙ୍କାର ଅଳଙ୍କାର ରହିଛି ।

Middle post content

ଅମିତାଭଙ୍କ ପାଖରେ ରହିଛି ୩୫ କୋଟିର ଅଳଙ୍କାର

After 2nd paragraph post ads

ଏପରି ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୩୫କୋଟି ରହିଛି । ସେହିପରି ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ପାଖରେ ମଧ୍ୟ ୨ କୋଟି ଟଙ୍କା ସୁନା ଏବଂ ୮୯ ଲକ୍ଷ ଟଙ୍କାର ରୂପା ସାମଗ୍ରୀ ରହିଛି । ସେହିପରି ୭୦ଲକ୍ଷ ଟଙ୍କାର ରୂପା ଇଟା ଏବଂ ୨୨ କୋଟିର ଅଳଙ୍କାର ରହିଛି । ତେବେ ମେଗାଷ୍ଟାର ଅମିତାଭ ବଚ୍ଚନ ପ୍ୟାରିସ ବ୍ୟାଙ୍କରେ ଟଙ୍କା ଜମା କରିଥାନ୍ତି । ତାଙ୍କ ପାଖରେ କୋଟି କୋଟି ଟଙ୍କାର ବ୍ୟାଙ୍କ ବାଲାନ୍ସ ବି ରହିଛି । ମୁମ୍ବାଇ ଏବଂ ଫ୍ରାନ୍ସର ବିଭିନ୍ନ ବ୍ୟାଙ୍କରେ ଅମିତାଭ ବଚ୍ଚନଙ୍କର ମୋଟ ବ୍ୟାଙ୍କ ବାଲାନ୍ସ ୪୭ କୋଟି ୭୫ ଲକ୍ଷ ୯୫ ହଜାର ୩୩୩ ରହିଛି । ସେ ସର୍ବାଧିକ ୪୦ କୋଟି ଟଙ୍କାର ଏଫଡି ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁମ୍ବାଇରେ ଜମା କରିଛନ୍ତି । ସେ ସର୍ବାଧିକ ୪୦ କୋଟି ଟଙ୍କାର ଏଫଡି ବ୍ୟାଙ୍କ ଅଫ୍ ଇଣ୍ଡିଆ ମୁମ୍ବାଇରେ ଜମା କରିଛନ୍ତି । ଜୟା ବଚ୍ଚନ ମଧ୍ୟ ୬ କୋଟି ୮୪ ଲକ୍ଷ ୧୬ ହଜାର ୪୧୨ ଟଙ୍କାର ମାଲିକାଣୀ ଅଟନ୍ତି । ତାଙ୍କର ୬ କୋଟି ଟଙ୍କା ଦୁବାଇର ଏଚଏସବିସି ବ୍ୟାଙ୍କରେ ଜମା ହୋଇଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami