ସାଉଥ୍ ସୁପରଷ୍ଟାରଙ୍କ ସହ ରୋମାନ୍ସ କରିବେ ଐଶ୍ୱର୍ଯ୍ୟା

Above Post Content

ମୁମ୍ବାଇ: ସାଉଥ ସୁପରଷ୍ଟାରଙ୍କ ସହ ସ୍କ୍ରିନ୍ ସେୟାର କରିବେ ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ । ସୁପଷ୍ଟାର ଚିରଞ୍ଜୀବୀଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଐଶ୍ୱର୍ଯ୍ୟା । ତେବେ ଏହି ଯୋଡିକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମନରେ ଉତ୍ସାହ ରହିଥିବା ବେଳେ ଫିଲ୍ମର ବଜେଟ ମଧ୍ୟ ଉଚ୍ଚାରେ ରହିଛି ବୋଲି ଆକଳନ ହେଉଛି । ବଲିଉଡର ବେଶ ପରିଚିତ ଚେହେରା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ସିଲଭର ସ୍କ୍ରିନରେ ଦେଖିବାକୁ ତାଙ୍କ ପ୍ରଶଂସକମାନେ ବଡ ଉତ୍ସାହର ସହ ଅପେକ୍ଷା କରିôଥାଆନ୍ତି । ପ୍ରାୟ ସବୁ ଷ୍ଟାରଙ୍କ ସହ ଐଶ୍ୱର୍ଯ୍ୟାଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରିଥାଆନ୍ତି ।

Middle post content

ଚିରଞ୍ଜୀବୀ- ଐଶ୍ୱର୍ଯ୍ୟାଙ୍କ ଯୋଡି କରିବ ଧମାଲ

After 2nd paragraph post ads

ଦକ୍ଷିଣ ଭାରତୀୟ ଫିଲ୍ମର ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ ଐଶ୍ୱର୍ଯ୍ୟା ଏକ ନୂଆ ଫିଲ୍ମରେ ନଜର ଆସିପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି । ଏହା ଏକ ଫାଣ୍ଟେସି ମୁଭି ହେବ, ଯାହାର ବଜେଟ ଅଧିକ ହେବା ବୋଲି କୁହାଯାଉଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଚିରଞ୍ଜୀବୀଙ୍କ ସହ ଏହି ଫିଲ୍ମରେ ସାଇନ କରିଛନ୍ତି । ଖୁବ ଶୀଘ୍ର ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ସୂଚନାନୁସାରେ,ଏମାନଙ୍କ ଯୋଡି ଏକ ସମ୍ବେଦନଶୀଳ ମିଶ୍ରଣ ହେବାକୁ ଯାଉଛି । ଏହି ମୁଭି ସାରା ଭାରତରେ ଏକ ଗୁଜବ ସୃଷ୍ଟି କରିସାରିଛି । ତେଲୁଗୁ ଚଳଚ୍ଚିତ୍ରରେ ଏହା ଏକ ବଡ ଫିଲ୍ମ ହେବାକୁ ଯାଉଛି । ନିର୍ମାତାମାନେ ତାଙ୍କ କାଷ୍ଟିଂ ବିଷୟରେ ଆତ୍ମବିଶ୍ୱାସୀ । ତାଙ୍କର ଏହି ମୁଭିର ଏକ ଅଂଶ ହିନ୍ଦୀ ଦର୍ଶକଙ୍କୁ ମଧ୍ୟ ଆକର୍ଷିତ କରିବ । ଅଭିନେତ୍ରୀ ହେଉଛନ୍ତି ବେଷ୍ଟ ଅପଶନ । ବଶିଷ୍ଠ ଏହାର ନିର୍ଦ୍ଦେଶନା ଦେବେ । ଏହାର ବଜେଟ ୨୦୦କୋଟି ଟଙ୍କା ବୋଲି କୁହାଯାଉଛି । ଚିରଞ୍ଜୀବୀ- ଐଶ୍ୱର୍ଯ୍ୟାଙ୍କ ଯୋଡି ଧମାଲ କରିବାକୁ ଯାଉଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami