ଆଉ ନାହାନ୍ତି ଓଡ଼ିଆ ଅଭିନେତା ଚକ୍ରଧର ଜେନା

Above Post Content

ଭୁନେଶ୍ୱର: ଆଉ ନାହାନ୍ତି ଲୋକପ୍ରିୟ ଓଡ଼ିଆ ଅଭିନେତା ଚକ୍ରଧର ଜେନା । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି । ଏହି ଖବର ପାଇବା ପରେ ଅନେକ କଳାକାର ତାଙ୍କର ଶେଷ ଦର୍ଶନ କରିବାକୁ ହସପିଟାଲରେ ପହଞ୍ôଚଥିଲେ । ଏହାକୁ ନେଇ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଗତ କିଛିଦିନ ହେବ ଚକ୍ରଧର ଜେନାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା । ସେ ମଧୁମେହ ଜନିତ ରୋଗରେ ପୀଡ଼ିତ ଥିଲେ । ସୋମବାର ତାଙ୍କର ଶରୀର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ପରିବାର ଲୋକେ ତାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ଓଡ଼ିଆ ସିନେମାର ଅପୂରଣୀୟ କ୍ଷତି ହୋଇଛି ।

Middle post content

ବଲିଉଡ୍ ଓ ହଲିଉଡ୍‌ରେ ଅଭିନୟର ଯାଦୁ ଦେଖାଇଥିଲେ ଚକ୍ରଧର

After 2nd paragraph post ads

ଚକ୍ରଧର ଜେନା କେବଳ ଓଡ଼ିଆ ସିନେମା ନୁହେଁ ବଲିଉଡ୍ ଓ ହଲିଉଡ୍ ବି ନିଜ ଅଭିନୟର ଯାଦୁ ଦେଖାଇଛନ୍ତି । ୧୯୮୮ ମସିହାରେ ସେ ଦିଲ୍ଲୀର ନ୍ୟାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମାରୁ ପାସ୍ ହେବା ପରେ ଅଭିନୟ ଜଗତରେ ପାଦ ରଖିଥିଲେ । ସାଧାରଣ ଚାଷୀ ମୂଲିଆ ପରିବାରରୁ ଯାଇ ଅଭିନୟ କ୍ଷେତ୍ରରେ ପାଦ ଦେଇଥିଲେ । ଚକ୍ରଧର ଜେନା ଦୁଇଟି ହଲିଉଡ଼ ସିନେମାରେ ଅଭିନୟ କରିଥିଲେ । ଗୋଟିଏ ହେଲା ‘ସିଟି ଅଫ୍ ଜୟ ‘ ଅନ୍ୟଟି ଇଲେକ୍ଟ୍ରିକ୍ ମୁନ’ରେ ତାଙ୍କର ବଳିଷ୍ଠ ଅଭିନୟ ଦେଖିବାକୁ ମିଳିଥିଲା । ସେହିପରି ହିନ୍ଦୀରେ ପ୍ରଶାନ୍ତ ନନ୍ଦଙ୍କ ସିରିଏଲ ଅନ୍ତର୍ଦାହରେ ମଧ୍ୟ ସେ ଅଭିନୟ କରିଥିଲେ । ପଥର ଖସିଲା ବଡ଼ ଦେଉଳୁ ଥିଲା ତାଙ୍କର ପ୍ରଥମ ଓଡ଼ିଆ ସିନେମା । ଏହାପରେ ସେ ଏକାଧିକ ଓଡ଼ିଆ ସିନେମା ଓ ଧାରାବାହିକରେ ଅଭିନୟ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami