ଆପର୍ଟମେଣ୍ଟରେ ଅଗ୍ନିକାଣ୍ଡ; ୭ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

Above Post Content

ମୁମ୍ବାଇ: ଗୁରୁବାର ରାତି ପ୍ରାୟ ୩ଟା ବେଳେ ମୁମ୍ବାଇର ଗୋରେଗାଓଁ ଆଜାଦ୍ ମୈଦାନ ନିକଟ ଏମ୍‌. ଜି. ରୋଡ୍‌ରେ ଥିବା ‘ଜୟ ଭବାନୀ ଆପାର୍ଟମେଣ୍ଟରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଫଳରେ ୭ଜଣଙ୍କର ମୃତ୍ୟୁ ଘଟିଛି । ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ସେମାନଙ୍କୁ ଆଖପାଖ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାଯାଇଛି

Middle post content

ଗୁରୁବାର ରାତିରେ ସାତ ମହଲା ବିଶିଷ୍ଟ ଜୟଭବାନୀ ଆପାର୍ଟମେଣ୍ଟରେ ଘଟିଥିଲା ଏହି ଭୟାବୟ ଅଗ୍ନିକାଣ୍ଡ । ଆପାର୍ଟମେଣ୍ଟର ‘ପାର୍କିଙ୍ଗ୍‌’ସ୍ଥଳରେ ପ୍ରଥମେ ନିଆଁ ଲାଗିଥିଲା । ଏଠାରେ ପଡ଼ିଥିବା କପଡ଼ାରେ ନିଆଁ ଲାଗି ସମଗ୍ର ଅଞ୍ଚଳକୁ ବ୍ୟାପୀ ଯାଇଥିଲା । ସମସ୍ତେ ଶୋଇଥିବାରୁ ଅଗ୍ନିକାଣ୍ଡ ସମ୍ପର୍କରେ କେହି ଜାଣି ପାରି ନ ଥିଲେ । ବହୁ ସମୟ ପରେ ସିକ୍ୟୁରିଟି ଗାର୍ଡ଼ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଦମଳକବାହିନୀଙ୍କୁ ଖବର ଦେଇଥିଲେ । ଖବର ପାଇବା କ୍ଷଣି ଅଗ୍ନିଶମ ବାହିନୀ ଆସି ହାଜର ହୋଇଯାଇଥିଲେ ।

After 2nd paragraph post ads

ସକାଳ ପ୍ରାୟ ୬.୫୪ ବେଳକୁ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ସମର୍ଥ ହୋଇଥିଲେ । ଏହି ଅଗ୍ନିକାଣ୍ଡରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୨୫ଜଣଙ୍କୁ ‘ଏଚ୍‌ବିଟି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ‘କୁର୍ପ ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଛି । ଏହି ଅଗ୍ନିକାଣ୍ଡ ଯୋଗୁଁ କେତେଗୁଡ଼ିଏ ୨ ଚକିଆ ଯାନ ଓ କାର ମଧ୍ୟ ପୋଡ଼ି ନଷ୍ଟ ହେବା ସହ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami