୩୫ ବଣ୍ଡାଙ୍କୁ ନେଇ ଘାଟି ଚଢିଲା ଲକ୍ଷ୍ମୀ ବସ୍

Above Post Content

ମାଲକାନଗିରି: ବଣ୍ଡାଘାଟିରେ ଗଡ଼ିଲା ଲକ୍ଷ୍ମୀ ବସ୍ । ବିଧିବଦ୍ଧ ଭାବେ ଶୁଭାରମ୍ଭ ହେବା ପୂର୍ବରୁ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି ଅଞ୍ଚଳରେ ଲକ୍ଷ୍ମୀ ବସର ଟେଷ୍ଟ ଡ୍ରାଇଭ୍ କରାଯାଇଛି । ପ୍ରଥମ ଥର ପାଇଁ ବସରେ ବସି ଘାଟି ଚଢ଼ିଛନ୍ତି ବଣ୍ଡା ସମ୍ପ୍ରଦାୟର ଲୋକେପ୍ରାୟ ୩୫ ଜଣ ଭଣ୍ଡାଙ୍କୁ ନେଇ ଘାଟି ଚଢ଼ିଛି ଲକ୍ଷ୍ମୀ ବସ୍ । ଲକ୍ଷ୍ମୀ ବସର ପ୍ରଥମ ଯାତ୍ରା ସମୟରେ କୌଣସି ସମସ୍ୟା ଦେଖାଦେଇନାହିଁ । ଲୋକମାନେ ଉତ୍ସାହର ସହିତ ବସରେ ବସି ଯାତାୟାତ କରିଥିଲେ । ରାଜ୍ୟ ସରକାର ଏଭଳି ସୁବିଧା ଯୋଗାଇ ଦେଇଥିବାରୁ ବଣ୍ଡା ଅଞ୍ଚଳରେ ଆନନ୍ଦ ଖେଳିଯାଇଛିି ।

Middle post content

ଆସନ୍ତା ୧୨ ତାରିଖରୁ ମାଲକାନଗିରି ଜିଲ୍ଲାରେ ବିଧିବଦ୍ଧ ଭାବେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ୩୪ଟି ବସ ଚାଲିବ । ରାଜ୍ୟରେ ସୁନିଶ୍ଚିତ ଓ ନିରାପଦ ପରିବହନ ସେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଲୋକେସନ ଆକ୍ସେସିବିଲିଟି ମଲ୍ଟି ମୋଡାଲ୍ ଇନିସିଏଟିଭ୍ ବା ଲକ୍ଷ୍ମୀ ଯୋଜନା । ଏହି ଯୋଜନାରେ ହଜାରେରୁ ଅଧିକ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖାଯାଇଛି । ବ୍ଲକ ସଂଯୋଗୀକରଣ ଦ୍ୱାରା ପଞ୍ଚାୟତରୁ ବ୍ଲକ, ଜିଲ୍ଲା ସଂଯୋଗୀକରଣ ଦ୍ୱାରା ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ, ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଭୁବନେଶ୍ୱର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ । ଏଥିପାଇଁ ପ୍ରଥମ ତିନି ବର୍ଷରେ ୩ ହଜାର ୧୭୮ କୋଟି ଟଙ୍କା ଖର୍ଚ୍ଚ ହେବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami