ବର ୬୫କୁ କନିଆ ୬୩

Above Post Content

ବାଲେଶ୍ୱର:କଥାରେ ଅଛି, ପ୍ରେମ କେତେବେଳେ, କେଉଁଠି, କାହାସହ ହୋଇଯିବ କହି ହେବନି । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ୱର ସହର ଉପକଣ୍ଠ ବାମପଦାସ୍ଥିତ ଲେପ୍ରୋସି କଲୋନୀର ବୃଦ୍ଧ ଦମ୍ପତି ଦାସ ମାରାଣ୍ଡି (୬୫) ଓ ପଦ୍ମାବତୀ ଦାସ (୬୩) । ନାତି ନାତୁଣୀ ଖେଳେଇବା ସମୟରେ ଉଭୟେ ବରଣାମାଳା ପିନ୍ଧାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପରିଣତ ବୟସରେ ବିବାହ କରି ମୃତ୍ୟୁ ପର୍ଯ୍ୟନ୍ତ ପରସ୍ପରର ସାଥୀ ହୋଇ ରହିବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଆଗରେ ଶପଥ ନେଇଛନ୍ତି । କୁଷ୍ଠାଶ୍ରମରେ ଥିବା ଜଗନ୍ନାଥ ମନ୍ଦିରରେ ରୀତିନୀତି ସହ ଉଭୟଙ୍କ ବିବାହ ସଂପନ୍ନ ହୋଇଛି । ଏହି ଘଟଣା ଆଜି ବାଲେଶ୍ୱର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆମ ସମ୍ପର୍କକୁ ନେଇ ଲୋକେ କରୁଥିଲେ ଟାହିଟାପରା

After 2nd paragraph post ads
Middle post content

ବରର ବୟସ ୬୫କୁ କନିଆର ବୟସ ୬୩ । କୁଷ୍ଠରୋଗରେ ପୀଡ଼ିତ ଔପଦା ଅଞ୍ଚଳର ପଦ୍ମାବତୀ ଗତ ୧୫ ବର୍ଷ ହେଲା ଲେପ୍ରୋସି କଲୋନୀରେ ରହି ଚିକିତ୍ସିତ ହୋଇଆସୁଛନ୍ତି । ଏହିଠାରେ ତାଙ୍କର ଦାସ ମାରାଣ୍ଡିଙ୍କ ସହ ପରିଚୟ ହୋଇଥିଲା । ଦୁହିଁଙ୍କ ଭିତରେ କଥାବାର୍ତ୍ତା, ପରସ୍ପରକୁ ନିକଟତର କରିଥିଲା ଏବଂ ଧୀରେଧୀରେ ସେମାନଙ୍କ ସଂପର୍କ ନିବିଡ଼ ହୋଇଥିଲା । କିନ୍ତୁ କଲୋନୀରେ ରହୁଥିବା କିଛି ଅନ୍ତେବାସୀ ଏହାକୁ ପସନ୍ଦ କରି ନଥିଲେ । ନିରୋଳାରେ ବସି ଦୁହେଁ ଭଲ-ମନ୍ଦ କଥାବାର୍ତ୍ତା ହେଉଥିବା ବେଳେ ସେମାନେ ତାଙ୍କୁ ଟାହିଟାପରା କରୁଥିଲେ ।

ବୈଦିକ ରୀତିନୀତିରେ ଦୁହେଁ ହେଲେ ସାତଜନମର ସାଥୀ

ତେଣୁ ଏ ସଂପର୍କକୁ ସ୍ୱାମୀ-ସ୍ତ୍ରୀର ପରିଚୟ ଦେବା ପାଇଁ ଦୁହେଁ ଉଦ୍ୟମ କରିଥିଲେ । ଏ ବିଷୟରେ ସେମାନେ ପ୍ରଥମେ ଲେପ୍ରୋସି ବିଭାଗର ଡାକ୍ତର ସୁମିତ୍ରା ଦେଙ୍କୁ ଜଣାଇଥିଲେ । ଡାଃ ଦେଙ୍କ ପ୍ରଚେଷ୍ଟାରେ ଶୁକ୍ରବାର ମଧ୍ୟାହ୍ନରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି । କୁଷ୍ଠାଶ୍ରମରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ବୈଦିକ ରୀତିନୀତିରେ ଦୁହେଁ ଦୁହିଁଙ୍କୁ ସାତଜନମର ସାଥୀ କରିଛନ୍ତି । ଏଥିରେ କଲୋନୀର ସମସ୍ତ ଅନ୍ତେବାସୀ ଉପସ୍ଥିତ ରହି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଲାଳ ସେନ ଜଗଦେବ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମୃତ୍ୟୁଞ୍ଜୟ ମିଶ୍ର ଓ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଦୁହିଁଙ୍କୁ ସୁଖମୟ ଦାମ୍ପତ୍ୟ ଜୀବନ କାମନା କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami