ପରିଣୀତିଙ୍କ ସିନ୍ଦୂର, ଚୂଡ଼ି ପ୍ରଶଂସକଙ୍କ ହୃଦୟ ଛୁଇଁଲା

Above Post Content

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ଏବେ ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ବିବାହ ପରେ ରାଘବ ଓ ପରିଣୀତିଙ୍କ ଗୋଟିଏ ପରେ ଗୋଟିଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ସେହିପରି ବିବାହ ପରେ ଆଧୁନିକ ପୋଷାକରେ ପରିଣୀତିଙ୍କଠାରେ ପରମ୍ପରାର ଝଲକ ଦେଖିବାକୁ ମିଳିଛି, ଯାହା ତାଙ୍କ ପ୍ରଶସଂକଙ୍କ ହୃଦୟକୁ ଛୁଇଁଛି

ପରିଣୀତିଙ୍କ ନୂଆ ଲୁକ୍‌

After 2nd paragraph post ads
Middle post content

ନିକଟରେ ମୁମ୍ବାଇ ବିମାନବନ୍ଦରରେ ପରିଣୀତିଙ୍କୁ ଦେଖିବାକୁ ମିଳିଥିଲା । ବିବାହ ପରେ ପ୍ରଥମ ଥର ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ ସେ । ସେତେବେଳେ ପରିଣୀତି କଳା ପୋଷାକରେ ଥିଲେ । ବତ୍ତମାନ ତାଙ୍କୁ ଏକ ଡେନିମ୍ ଜିନ୍ସ ଓ ଧଳା ରଂଗର ସାର୍ଟରେ ଦେଖିବାକୁ ମିଳିଛି । ନବବିବାହିତା ପରିଣୀତିଙ୍କ ଆଧୁନିକ ଷ୍ଟାଇଲ ସମସ୍ତଙ୍କ ହୃଦୟ ଜିତିଛି । ପରିଣୀତିି ତାଙ୍କ ଷ୍ଟାଇଲିଷ୍ଟ୍ ପୋଷାକ ସାଙ୍ଗକୁ ମଥାରେ ସିନ୍ଦୂର ଓ ହାତରେ ଚୂଡ଼ି ଲଗାଇଥିବାରୁ ସମସ୍ତେ ତାଙ୍କ ଲୁକ୍‌କୁ ଖୁବ୍ ପସନ୍ଦ କରିଛନ୍ତି ।

ମଥାରେ ସିନ୍ଦୂର ଦେଖିବାକୁ ଭଲଲାଗୁଛି

ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଥମେ ପରିଣୀତିଙ୍କ ଏହି ନୂଆ ଲୁକ୍‌ର ଭିଡିଓ ସେୟାର ହେବା ପରେ ଏହାକୁ ବହୁ ଗ୍ରହଣୀୟତା ମିଳିଛି । ଭିଡିଓରେ ପରିଣୀତି ତାଙ୍କ କାରରୁ ଓହ୍ଲାଇ ବିମାନବନ୍ଦର ଭିତରକୁ ଯାଉଥିବାର ନଜର ଆସିଛନ୍ତି । ଏହି ସମୟରେ, ସେ ପାପାରାଜିଙ୍କ ସହିତ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ପାପାରାଜି ତାଙ୍କୁ ପୋଜ୍ ଦେବାକୁ କହୁଥିବାର ଦେଖାଯାଉଛି । ସେମାନଙ୍କ ମଧ୍ୟରୁ ଜଣେ କହୁଛନ୍ତି, ‘‘ଜିଜୁଙ୍କୁ କହିବ ଆମେ ମନେ ପକାଉଛୁ’’ । ତାହାର ଉତ୍ତରରେ ପରିଣୀତି କହୁଛନ୍ତି, ‘‘ମୁଁ ଏବେ କହିଦେବି’’ । ଅଭିନେତ୍ରୀଙ୍କ ଏହି ଭିଡିଓ ଉପରେ ଲୋକମାନେ ବହୁତ ମନ୍ତବ୍ୟ ଦେଇଛନ୍ତି । ଅନେକ କହିଛନ୍ତି, ‘‘ପରିଣୀତିଙ୍କ ସିନ୍ଦୂର ପ୍ରତ୍ୟେକ ପ୍ରଶଂସକଙ୍କ ହୃଦୟ ଜିତୁଛି ।’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ବିବାହକୁ ଏତେ ଦିନ ହେବା ପରେ ବି ପରିଣୀତି ସିନ୍ଦୂର ପିନ୍ଧୁଛନ୍ତି, ଦେଖିବାକୁ ଭଲ ଲାଗୁଛି ।’’

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami