ପିଇବା ପାଣି ଟାଙ୍କିରୁ ୩୦ ମାଙ୍କଡଙ୍କ ମୃତଦେହ ଉଦ୍ଧାର

Above Post Content

ହାଇଦ୍ରାବାଦ୍‌: ତେଲେଙ୍ଗାନାର ନାଲାଗୋଣ୍ଡା ଜିଲ୍ଲାର ଏକ ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଟାଙ୍କିରୁ ୨୦୦ରୁ ଅଧିକ ପରିବାର ପାଣି ବ୍ୟବହାର କରୁଥିଲେ । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ପାଣି ଟାଙ୍କିରେ ମାଙ୍କଡଙ୍କ ମୃତଦେହ ସଢିଯାଇଥିଲା । ଲୋକେ ଏହି ପଚାସଢା ପାଣିକୁ ପିଉଥିଲେ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।

Middle post content

ପାଣି ପିଉଥିବା ବେଳେ ଗଳିପଡ଼ିଥିଲେ ମାଙ୍କଡ଼

After 2nd paragraph post ads

ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀମାନେ ନନ୍ଦିକୋଣ୍ଡା ପୌରପାଳିକା ଅନ୍ତର୍ଗତ ନାଗାର୍ଜୁନ ସାଗର ନିକଟରେ ଥିବା ପାଣି ଟାଙ୍କିରୁ ୩୦ଟି ମାଙ୍କଡଙ୍କ ମୃତଦେହ ବାହାର କରିଥିଲେ । ଏହି ପାଣି ଟାଙ୍କିଟି ହିଲ କଲୋନୀର ପ୍ରାୟ ୨୦୦ ପରିବାରକୁ ପାନୀୟ ଜଳ ଯୋଗାଇବା ପାଇଁ ଏହି ସ୍ଥାପନ କରାଯାଇଥିଲା । ମୁନସିପାଲିଟି କର୍ପୋରେସନ୍ କର୍ମଚାରୀମାନେ ଏହା ଉପରେ ଏକ ଢାଙ୍କୁଣି ଦେଇଥିଲେ । ପ୍ରବଳ ଖରା ଯୋଗୁ ମାଙ୍କଡମାନେ ଟାଙ୍କି ନିକଟକୁ ପାଣି ପିଇବାକୁ ଆସିଥିବାବେଳେ ଟାଙ୍କି ଭିତରେ ଗଳି ପଡିଥିବା ଅନୁମାନ କରାଯାଉଛି । ଯଦିଓ ଟାଙ୍କି ଉପରେ ଟିଣ ଘୋଡା ଯାଇଥିଲା, କିନ୍ତୁ ଟିଣ କାଢି ମାଙ୍କଡମାନେ ଭିତରେ ପଶିଥିଲେ । କିନ୍ତୁ ବାହାରକୁ ନ ବାହାରି ପାରି ସେଠାରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି । ପାଣି ଦୁର୍ଗନ୍ଧ ହେବାରୁ ଲୋକମାନେ ମ୍ୟୁନିସିପାଲିଟିରେ ଅଭିଯୋଗ କରିଥିଲେ । ମ୍ୟୁନିସିପାଲିଟିର କର୍ମଚାରୀ ଘଟଣାସ୍ଥଳକୁ ଯାଇ ଦେଖିବା ବେଳକୁ ୩୦ଟି ମାଙ୍କଡ଼ ମରି ଭାସୁଥିଲେ । ମାଙ୍କଡମାନେ ୧୦ ଦିନ ପୂର୍ବରୁ ମରିଥିବା ନେଇ ସନ୍ଦେହ କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami