ପୁଣି ଥରେ ରିଲିଜ ହେଲା ଶାହିଦଙ୍କ ୧୭ ବର୍ଷ ପୁରୁଣା ହିଟ୍ ଫିଲ୍ମ

Above Post Content

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ତେରି ବାତୋଁ ମେ ଐସା ଉଲଝା ଜିଆ’କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍ ଅଭିନେତା ଶାହିଦ କପୁର । ଏଥିରେ ତାଙ୍କର ନାୟିକା ସାଜିଛନ୍ତି କ୍ରିତି ସେନନ୍ । ଏହି ଫିଲ୍ମକୁ ଦର୍ଶକେ ଖୁବ୍ ପସନ୍ଦ କରୁଛନ୍ତି । ଏସବୁ ମଧ୍ୟରେ ଭାଲେଣ୍ଟାଇନ୍ ସପ୍ତାହ ଅବସରରେ ଶାହିଦଙ୍କର ୧୭ ବର୍ଷ ପୁରୁଣା ଆଉ ଏକ ଫିଲ୍ମ ପୁଣିଥରେ ରିଲିଜ ହୋଇଥିବା ଜଣାପଡ଼ିଛି । ତାହା ହେଲା ‘ଜବ୍ ଉଇ ମେଟ୍‌’ ।

Middle post content

ଭ୍ୟାଲେଣ୍ଟାଇନ୍ ସପ୍ତାହରେ ରିଲିଜ୍ ହେଲା ‘ଜବ୍ ଉଇ ମେଟ୍‌’

After 2nd paragraph post ads

୨୦୦୭ରେ ରିଲିଜ ହୋଇଥିଲା ଶାହିଦଙ୍କ ଜବ୍ ଉଇ ମେଟ୍ । ଫିଲ୍ମରେ ତାଙ୍କ ସହ କରିନା କପୁର ରହିଥିଲେ । ଉଭୟଙ୍କ ଯୋଡ଼ି ବଡ଼ ପରଦାରେ ହିଟ୍ ସାବ୍ୟସ୍ତ ହୋଇଥିଲା । ରୋମାନ୍ସ ସାଙ୍ଗକୁ କମେଡି ଦର୍ଶକଙ୍କୁ ବାନ୍ଧି ରଖିଥିଲା । ଏବେ ଭ୍ୟାଲେଣ୍ଟାଇନ୍ ସପ୍ତାହରେ ପୁଣି ଫିଲ୍ମଟିକୁ ରିଲିଜ କରାଯାଇଛି । କରିନା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏନେଇ ଜଣାଇଛନ୍ତି । ଉକ୍ତ ଭିଡିଓରେ ଫିଲ୍ମର ଅନେକ ଦୃଶ୍ୟ ରହିଛି । ଏହାଛଡ଼ା ଆରମ୍ଭରୁ ‘ଜବ୍ ଉଇ ମେଟ୍‌’ ପୁଣିଥରେ ସିନେମାଘରେ ବୋଲି ଲେଖାଯାଇଛି । ଫେବୃଆରୀ ୯ରୁ ୧୫ ମଧ୍ୟରେ ଭ୍ୟାଲେଣ୍ଟାଇନ୍ ଫିଲ୍ମ ଫେଷ୍ଟିଭାଲ୍ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପୁରୁଣା ରୋମାଣ୍ଟିକ୍ ଫିଲ୍ମକୁ ରିଲିଜ କରାଯାଉଛି । ସେଥିରେ ‘ଜବ୍ ଉଇ ମେଟ୍‌’ ରହିଛି । ଏହାଛଡ଼ା ‘ମୋହବତେଁ, ବୀର ଜାରା, ପ୍ୟାର କା ପଞ୍ଚନାମା’ର ମଧ୍ୟ ରିଲିଜ ହେବାକୁ ଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami