ପତି-ପତ୍ନୀଙ୍କ କଳିରେ ନିବେଶକଙ୍କର ବୁଡ଼ିଲା ୧୫ଶହ କୋଟି ଟଙ୍କା

Above Post Content

ରେମଣ୍ଡସ୍ ଗ୍ରୁପ ମାଲିକ ଗୌତମ ସିଂଘାନିଆ ଓ ତାଙ୍କ ପତ୍ନୀ ନୱାଜ ମୋଦିଙ୍କ ମଧ୍ୟରେ ଝଗଡ଼ା ସେୟାର ମାର୍କେଟ୍ ପାଇଁ କାଳ ହୋଇଛି ।ରୋଇ କଳିର ପ୍ରଭାବରେ ନିବେଶକଙ୍କୁ ବଡ଼ ଧରଣର ଘାଟା ହୋଇଛି । ଘାଟା ପୁଣି ଏମିତି ସେମିତି ନୁହେଁ ୧୫ଶହ କୋଟି ଟଙ୍କାର କ୍ଷତି । ଗୌତମ ଓ ନୱାଜଙ୍କ ମଧ୍‌ଯରେ ବିବାହ ବିଛେଦ ମାମଲା ଆସିବା ପରେ ରେମଣ୍ଡସର ସେୟାର ପ୍ରଭାବିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ନୱାଜ ନିଜ ସ୍ୱାମୀଙ୍କଠାରୁ ବିବାହ ବିଛେଦ କ୍ଷତିପୁରଣ ବାବଦରେ ରେମଣ୍ଡସ ଗ୍ରୁପର ୭୫ ପ୍ରତିଶତ ଦାବି କରିଛନ୍ତି ।

ରେମଣ୍ଡ୍ସରେ ନିର୍ଦ୍ଦେଶକ ଥିଲେ ନୱାଜ

After 2nd paragraph post ads

ନୱାଜ ରେମଣ୍ଡସର ବୋର୍ଡରେ ନିର୍ଦ୍ଦେଶକ ଥିଲେ । କିନ୍ତୁ ନୱାଜଙ୍କ ଅଭିଯୋଗ ଥିଲା ଯେ, ତାଙ୍କୁ ବୋର୍ଡ୍ ମିଟିଂରେ ଡାଇରେକ୍ଟର ହିସାବରେ କିଛି କହିବାକୁ ଦେଉ ନ ଥିଲେ ଗୌତମ । ଗୌତମ ତାଙ୍କୁ ଅଙ୍ଗୁଠାଛାପ କହୁଥିଲେ ବୋଲି ନୱାଜ ନିକଟରେ କହିଥିଲେ । ସେ କହିଥିଲେ ଯେ, ଗୌତମ ତାଙ୍କୁ ବୋର୍ଡ୍ ମିଟିଂରେ ପାଟି ନଖୋଲିବା ପାଇଁ ତାଗିଦ କରିଥିଲେ । ସେ ତାଙ୍କୁ ଚୁପ ହୋଇ ବାସିବାକୁ ଓ କୌଣସି ପ୍ରଶ୍ନ ନକରିବାକୁ ଧମକ ଦେଇଥିଲେ ।

Middle post content

ଅମ୍ବାନୀ ପରିବାର ହସ୍ତକ୍ଷେପ ପରେ ପୋଲିସ ଆସିଥିଲା ଜେକେ ହାଉସ୍‌ 

ନୱାଜ ଇଣ୍ଡିଆ ଟୁଡେକୁ ଦେଇଥିବା ସାକ୍ଷତକାରରେ ଆଉ ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ତାଙ୍କ ଅନୁସାରେ ଗୌତମଙ୍କ ଘରେ ତାଙ୍କ ଜୀବନ ପ୍ରତି ବିପଦ ଥିଲା । ପୋଲିସ ବି ତାଙ୍କୁ ସାହାଯ୍ୟ କରିନଥିଲା । ଅମ୍ବାନୀ ପରିବାରର ହସ୍ତକ୍ଷେପ ଯୋଗୁ ତାଙ୍କ ଜୀବନ ବଂଚି ଯାଇଥିଲା ବୋଲି ନୱାଜ ଇଣ୍ଡିଆ ଟୁଡେକୁ କହିଛନ୍ତି । ନୱାଜଙ୍କ ଅନୁସାରେ ସେପ୍ଟେମ୍ବର ୯ ତାରିଖରେ ଗୌତମଙ୍କ ଜନ୍ମଦିନ ଥିଲା । ଏହାର ଦିନକ ପରେ ଅର୍ଥାତ ସେପ୍ଟେମ୍ବର ୧୦ ତାରିଖରେ ଗୌତମ ତାଙ୍କୁ ଆକ୍ରମଣ କରିଥିଲେ । ନୱାଜ ବାଥରୁମରେ ଥିବା ବେଳେ ଗୌତମ ବାଥରୁମକୁ ଯିବାକୁ ଚାହିଁଥିଲେ । ସେମାନେ ରହୁଥିବା ଫ୍ଲୋରରେ ତିନୋଟି ବାଥରୁମ ଥିଲେ ମଧ୍‌ଯ ଗୌତମ ସେହି ବାଥରୁମ ବ୍ୟବହାର କରିବାକୁ ଜିଦ୍ କରିଥିଲେ । ଯେଉଁଥିପାଇଁ ବିବାଦ ସୃଷ୍ଟି ହୋଇଥିଲା । ବିବାଦରୁ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଗୌତମ ତାଙ୍କୁ ବିଧା ଗୋଇଠା ମାରିଥିଲେ । ଆକ୍ରମଣରୁ ବଂଚିବା ପାଇଁ ସେ ଅଲଗା ରୁମକୁ ଯାଇ ରୁମ୍ ଲକ୍ କରିଥିଲେ । ଏହାପରେ ସେ ପୋଲିସକୁ ଫୋନ୍ କରିଥିଲେ ମଧ୍‌ଯ ପୋଲିସ ଜେକେ ହାଉସକୁ ଆସିନଥିଲା । ଶେଷରେ ନୱାଜ ନିତା ଅମ୍ବାନୀଙ୍କୁ ଫୋନ୍ କରିଥିଲେ । ନୀତାଙ୍କ ଚାପ ପ୍ରୟୋଗ ଯୋଗୁ ପୋଲିସ ଜେ.କେ ହାଉସକୁ ଆସି ତାଙ୍କୁ ଉଦ୍ଧାର କରିଥିଲା । ନୱାଜଙ୍କ ଅନୁସାରେ ଗୌତମ କେବଳ ତାଙ୍କୁ ନୁହେଁ ତାଙ୍କ ଝିଅ ମାନଙ୍କୁ ମଧ୍ୟ ମାଡ଼ ମାରୁଥିଲେ । ତାଙ୍କ ଅନୁସାରେ ଗୌତମଙ୍କ ଆଦର୍ଶ ହେଉଛନ୍ତି ବିଜନେସମ୍ୟାନ୍ ଅତୁଲ୍ୟ ମାଫତଲାଲ । ମାଫତଲାଲଙ୍କ ବିରୋଧରେ ମଧ୍ୟ ଘରୋଇ ହିଂସାର ଅଭିଯୋଗ ରହିଛି । ନୱାଜ କହିଛନ୍ତି ଯେ, ଗୌତମ ସବୁବେଳେ ମାଫତଲାଲଙ୍କୁ ସମର୍ଥନ କରିଥାନ୍ତି । ଅତୁଲ୍ୟଙ୍କ ଭଳି ଗୌତମ ମଧ୍ୟ ପତ୍ନୀଙ୍କୁ ମାଡ଼ ମାରି କଣ୍ଟ୍ରୋଲ କରିବାକୁ ଚାହାନ୍ତି ବୋଲି ସେ କହିଛନ୍ତି ।

ରେମଣ୍ଡସ ଗ୍ରୁପରେ ୭୫ ପ୍ରତିଶତ ଉପରେ ଦାବି ରଖିଲେ ନୱାଜ

ଏଣେ ନୱାଜ ଭରଣପୋଷଣ ଭାବେ ଗୌତମଙ୍କ ସାମ୍ରାଜ୍ୟର ୭୫ ପ୍ରତିଶତ ଦାବି କରିଛନ୍ତି । ୧୧ ହଜାର କୋଟିର ରେମଣ୍ଡ ଗ୍ରୁପର ଚେୟାରମ୍ୟାନ୍ ଗୌତମ ସିଂଘାନିଆଙ୍କ କମ୍ପାନୀ ବିଭିନ୍ନ କ୍ଷେତ୍ରରେ ସକ୍ରୀୟ ଅଛି । ଏହା ଟେକ୍ସଟାଇଲରୁ ରିୟଲ ଇଷ୍ଟେଟ୍ ପର୍ଯ୍ୟନ୍ତ ସବୁଥିରେ ବ୍ୟବସାୟ କରୁଛି । ତେବେ ଗୌତମଙ୍କ ବିବାଦ ସହିତ ସମ୍ପର୍କ କିଛି ନୂଆ ନୁହେଁ । ଗୌତମଙ୍କ ବିରୋଧରେ ତାଙ୍କ ବାପା ବିଜୟପତ ସିଂଘାନିଆ ମଧ୍ୟ ସମାନ ଅଭିଯୋଗ ଆଗରୁ ଆଣିଛନ୍ତି । କମ୍ପାନୀ ହାତକୁ ଯିବା ପରେ ଗୌତମ ନିଜ ପିତାଙ୍କୁ ଘରୁ ବାହାର କରିଦେଇଥିଲେ ବୋଲି ଖୋଦ ତାଙ୍କ ପିତା ଅଭିଯୋଗ ଆଣିଥିଲେ । ଏପରିକି କିଛି ବର୍ଷ ତଳେ ଭରଣପୋଷଣ ଦାବି କରି ବିଜୟପତ ଅଦାଲତକୁ ଯାଇଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami