ଅଯୋଧ୍ୟାରେ ଘର କରିବେ ଅମିତାଭ ବଚ୍ଚନ

Above Post Content

ମୁମ୍ବାଇ: ଅଯୋଧ୍ୟାରେ ଜାଗା କିଣିଲେ ବଲିଉଡ଼ ଅଭିନେତା ବିଗ୍ ବି ଅମିତାଭ ବଚ୍ଚନ । ସେ ଘର ତୋଳିବାକୁ ଅଯୋଧ୍ୟାର ‘ଦି ସରଯୁ’ରେ ପ୍ଲଟ୍ କିଣିଥିବା ଜଣାଯାଇଛି । ଏକ ଆଧ୍ୟାତ୍ମିକ ସ୍ଥାନରେ ଘର କରିବାକୁ ବହୁ ଦିନରୁ ଇଛା ଥିଲା । ତେଣୁ ଅଯୋଧ୍ୟା ଉପଯୁକ୍ତ ସ୍ଥାନ ଭାବି ଅମିତାଭ ପ୍ଲଟ କିଣିଥିବା ଜଣାଯାଇଛି । ଏହି ଖବର ପ୍ରଚାର ହେବା ପରେ ତାଙ୍କ ପ୍ରଶଂସକଙ୍କ ମହଲରେ ଖୁସି ଦେଖାଦେଇଛି ।

୧୪.୫ କୋଟି ଦେଇ କିଣିଲେ ପ୍ଲଟ

After 2nd paragraph post ads
Middle post content

‘ଦି ସରଯୁ’ ହେଉଛି ମୁମ୍ବାଇସ୍ଥିତ ଡେଭ୍‌ଲପର ‘ଦି ହାଉସ୍ ଅଫ୍ ଅଭିନନ୍ଦନ ଲୋଢ଼ା’ ଦ୍ୱାରା ଅଯୋଧ୍ୟାରେ ବିକଶିତ ଏକ ‘ସେଭେନ୍‌-ଷ୍ଟାର ’ ‘ମିକ୍ସ୍‌ଡ୍‌-ୟୁଜ୍ ଏନ୍‌କ୍ଲେଭ୍‌’ । ବଚ୍ଚନ କିଣିଥିବା ପ୍ଲଟ୍ ବା ଜାଗାର ଆକାର ଓ ମୂଲ୍ୟ ବିଷୟରେ କୌଣସି ସୂଚନା ଦେବାକୁ ‘ଦି ହାଉସ୍ ଅଫ୍ ଅଭିନନ୍ଦନ ଲୋଢ଼ା’ ମନା କରିଦେଇଛନ୍ତି । କିନ୍ତୁ, ‘ରିୟଲ୍ ଇଷ୍ଟେଟ୍‌’ ଶିଳ୍ପସୂତ୍ରରୁ ଜଣାପଡ଼ିଛି ଯେ, ବଚ୍ଚନ ଯେଉଁ ପ୍ଲଟ୍‌ରେ ଘର ତିଆରି କରିବେ ତାହା ପ୍ରାୟ ୧୦,୦୦୦ ବର୍ଗ ଫୁଟ୍ ହେବ । ତା’ର ମୂଲ୍ୟ ୧୪.୫ କୋଟି ଟଙ୍କା । ‘ଦି ସରଯୁ’ ୫୧ ଏକର ଜମି ଉପରେ ପରିବ୍ୟାପ୍ତ ।

ଅମିତାଭଙ୍କର ଅଯୋଧ୍ୟା ପ୍ରତି ରହିଛି ବିଶେଷ ଶ୍ରଦ୍ଧା

ଏହି ପ୍ରକଳ୍ପରେ ଅର୍ଥ ବିନିଯୋଗ ବିଷୟରେ ଅମିତାଭ ବଚ୍ଚନ କହିଛନ୍ତି, ଅଯୋଧ୍ୟା ନଗରୀ ପାଇଁ ମୋ ମନରେ ବିଶେଷ ଶ୍ରଦ୍ଧା ରହିଛି । ତେଣୁ ଏଠାରେ ଏକ ଘର କରିବାକୁ ନିଷ୍ପତ୍ତି ନେଲି । ଅଯୋଧ୍ୟାର ଚିରସ୍ଥାୟୀ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ସମୃଦ୍ଧି ଏଭଳି ଆବେଗିକ ସମ୍ବନ୍ଧ ସୃଷ୍ଟି କରିଛି, ଯାହା ଭୌଗୋଳିକ ସୀମାସରହଦ ମାନେ ନାହିଁ । ଏହା ହେଉଛି ଅଯୋଧ୍ୟାର ଆବେଗ ମଧ୍ୟକୁ ପ୍ରବେଶ କରିବା ଲାଗି ନିଷ୍ଠାପର ଯାତ୍ରାର ଅୟମାରମ୍ଭ । ଅଯୋଧ୍ୟା, ଯେଉଁଠି ପରମ୍ପରା ଓ ଆଧୁନିକତା ଅବାଧରେ ସହାବସ୍ଥାନ କରନ୍ତି । ଏଭଳି ନିବିଡ଼ ଘନିଷ୍ଠତା ମତେ ଖୁବ୍ ପ୍ରଭାବିତ କରେ । ଏଭଳି ଆଧ୍ୟାତ୍ମିକ ସ୍ଥାନରେ ମୁଁ ଘରଟିଏ ତୋଳିବାକୁ ଚାହେଁ । ‘ଦି ହାଉସ୍ ଅଫ୍ ଅଭିନନ୍ଦନ ଲୋଢ଼ା’ର ଅଧ୍ୟକ୍ଷ ଅଭିନନ୍ଦନ ଲୋଢ଼ା କହିଛନ୍ତି, ‘ଦି ସରଯୁ’ର ପ୍ରଥମ ବାସିନ୍ଦା ଅମିତାଭ ବଚ୍ଚନଙ୍କୁ ସ୍ୱାଗତ କରିବା ଲାଗି ଆମେ ଉତ୍ସାହିତ ହୋଇ ରହିଛୁ । ସୂଚନାଯୋଗ୍ୟ, ଅମିତାଭଙ୍କ ଜନ୍ମସ୍ଥାନ ଆହ୍ଲାବାଦ (ପ୍ରୟାଗରାଜ) ଠାରୁ ଅଯୋଧ୍ୟାର ଦୂରତ୍ୱ ୪ ଘଣ୍ଟା ମାତ୍ର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami