ଅଟୋ ରିକ୍ସାରେ ହୋର୍ଡିଂ ଲଗାଇ ନିଜ ପାଇଁ ଜୀବନସାଥୀ ଖୋଜୁଛନ୍ତି ଯୁବକ

Above Post Content

ଆଜିକାଲି ଭଲ ବର ହେଉ କି କନିଆଟିଏ ମିଳିବା କଷ୍ଟକର ହୋଇପଡ଼ିଛି । ଯେଉଁମାନେ ପ୍ରେମ ବିବାହ କରୁଛନ୍ତି ସେମାନଙ୍କ କଥା ଅଲଗା । ହେଲେ ଅନ୍ୟମାନଙ୍କୁ ନିଜ ପାଇଁ ଭଲ ଜୀବନସାଥୀଟିଏ ପାଇବା ପାଇଁ ନାକେଦମ ହେବାକୁ ପଡ଼ୁଛି । ହେଲେ ଏବେ ଜଣେ ଯୁବକ ନିଜ ପାଇଁ ଜୀବନସାଥୀ ଖୋଜିବର ନୂଆ ତରିକା ଆପଣାଇଛନ୍ତି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ଏହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯୁବକ ଜଣକ ନିଜ ଅଟୋ ରିକ୍ସାରେ ଏକ ହୋର୍ଡିଂ ଲଗାଇ ନିଜ ପାଇଁ ଜଣେ ଜୀବନସାଥୀ ଖୋଜୁଛନ୍ତି । ସେଥିରେ ସେ ଯୁବତୀଙ୍କ ପାଖରେ କି କି ଗୁଣ ରହିବା ଦରକାର ସେବିଷୟରେ ଲେଖିଛନ୍ତି, ଯାହାକୁ ପଢ଼ିଲେ ଆପଣ ହସ ରୋକି ପାରିବେ ନାହିଁ ।

Middle post content

ଯୁବତୀଙ୍କ କି କି ଗୁଣ ରହିବା ଦରକାର ଲେଖିଛନ୍ତି

After 2nd paragraph post ads

ଏହି ଘଟଣାଟି ଦାମୋହ ସହରରେ ଚାଲୁଥିବା ଏକ ଇ-ଅଟୋରିକ୍ସାରେ ଉକ୍ତ ବିଜ୍ଞାପନ ଲାଗିଛି । ଦୀପେନ୍ଦ୍ର ରାଠୋର(୩୦) ନାମକ ଜଣେ ଯୁବକ ନିଜର ଗାଡ଼ିରେ ଏକ ହୋର୍ଡିଂ ଲଗାଇ ଜୀବନସାଥୀ ଖୋଜୁଛନ୍ତି । ଏଥିରେ ସେ ନିଜ ବିଷୟରେ ସମସ୍ତ ସୂଚନା ଦେଇଛନ୍ତି । କୌଣସି ବି ଜାତି, ଧର୍ମର ଯୁବତୀ ତାଙ୍କୁ ବିବାହ ପ୍ରସ୍ତାବ ଦେଇପାରିବେ ବୋଲି ଉଲ୍ଲେଖ କରିଛନ୍ତି । ଯୁବକଙ୍କୁ ନେଇ ସହରରେ ଚର୍ଚ୍ଚା ହେଉଛି । ଦୀପେନ୍ଦ୍ରଙ୍କ ପାଇଁ ଘରଲୋକ ଝିଅଟିଏ ଖୋଜି ଖୋଜି ପାଇ ନ ଥିଲେ । ଶେଷରେ ଦୀପେନ୍ଦ୍ର ନିରାଶ ହେବା ପରେ ଏପରି ପଦକ୍ଷେପ ନେଇଛନ୍ତି । ତାଙ୍କ ପାଖକୁ କୌଣସି ପ୍ରସ୍ତାବ ଆସୁନାହିଁ । ଏମିତିରେ ସେ ନିଜ ଇ-ରିକ୍ସାରେ ନିଆରା ହୋର୍ଡିଂ ଲଗାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami