ବିନା ସିମେଣ୍ଟରେ କଳା ମୁଗୁନି ପଥରର ବିଶାଳ ମନ୍ଦିର ,ଖର୍ଚ୍ଚ ହୋଇଛି ୧୨ ଶହ କୋଟି ଟଙ୍କା

Above Post Content

ଭାରତରେ ଭବ୍ୟ ମନ୍ଦିରଙ୍କ ଇିତହାସ ଢେର ପୁରୁଣା । ତେଣିକି ତାହା କୋଣାର୍କ ହେଉ କି ସୋମନାଥ । ହଜାର ହଜାର ବର୍ଷ ଧରି ଭାରତୀୟ ଶିଳ୍ପିଙ୍କ ନିହଣ ମୁନରେ ଜୀବନ୍ତ ହୋଇ ଆସିଛନ୍ତି ପଥର । ଭାରତୀୟ ମନ୍ଦିରରେ ପଥର ମଧ୍ୟ କଥା କୁହନ୍ତି । ମନ୍ଦିର ନିର୍ମାଣର ସେହି ଧାରାକୁ ଆଗକୁ ବଢାଉଛି ତେଲେଙ୍ଗାନାର ୟାଦାଦ୍ରୀ ମନ୍ଦିର ୧୨ଶହ କୋଟି ଟଙ୍କାରେ ପୁନଃ ନିର୍ମାଣ ହୋଇଥିବା ତେଲେଙ୍ଗାନାର ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କ ଭବ୍ୟ ମନ୍ଦିର ‘ୟାଦାଦ୍ରିକୁ ସୋମାବାର ଦିନ ପୁଣିଥରେ ଭକ୍ତଙ୍କ ପାଇଁ ଖୋଲାଯାଇଛି। ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏହାର ଲୋକାର୍ପଣ କରିଛନ୍ତି। ମନ୍ଦିର ଖୋଲିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ଯଜ୍ଞ ଓ ଅନ୍ୟାନ୍ୟ ରିତିନୀତିରେ ସାମିଲ ହୋଇଥିଲେ।

ଏହି ମନ୍ଦିରଟି ବିଗତ ୧୦୦ ବର୍ଷ ମଧ୍ଯରେ କୃଷ୍ଣ ଶିଳାରେ ନିର୍ମିାଣ ହୋଇଥିବା ବିଶ୍ୱର ସର୍ବ ବୃହତ ମନ୍ଦିର। ମନ୍ଦିରକୁ ସମ୍ପୂର୍ଣ୍ଣଭାବେ ଶିଳ୍ପଶାସ୍ତ୍ର ଅନୁଯାୟୀ ନିର୍ମାଣ କରାଯାଇଛି। ମନ୍ଦିରର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏହାର ନିର୍ମାଣ କାର୍ଯ୍ୟରେ ସିମେଣ୍ଟ ବ୍ୟବହାର କରାଯାଇ ନାହିଁ । ବରଂ ମନ୍ଦିରରେ ବ୍ୟବହୃତ 2.5 ଲକ୍ଷ ଟନ୍ କଳା ଗ୍ରାନାଇଟ୍ ପଥରକୁ ଚୁନ ଦ୍ୱାରା ଯୋଡା ଯାଇଛି । ଯାହାକି ଶହ ଶହ ବର୍ଷ ଧରି ଭାରତରେ ବିରାଟ ଅଟ୍ଟାଳିକା ଓ ମନ୍ଦିର ନିର୍ମାଣରେ ବ୍ୟବହାର ହେଉଥିଲା

After 2nd paragraph post ads
Middle post content

ମନ୍ଦିରର ପ୍ରବେଶ ଦ୍ୱାରଗୁଡ଼ିକ ସୁଦ୍ଧ ପିତ୍ତଳରେ ନିର୍ମିତ ଓ ଏଥିରେ ସୁନା ଖଞ୍ଜାଯାଇଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମନ୍ଦିରରେ ୧୪୦ କିଲୋଗ୍ରାମ ସୁନା ଲାଗୁଛି। ସେଥିରୁ ୧୨୫ କିଲୋ ସୁନା ଗର୍ଭଗୃହରେ ଓ ମୁଖ୍ୟଦ୍ୱାରରେ ଲାଗୁଛି। ଏହା ଭିତରେ କୃଷ୍ଣଶିଳା ବା ବ୍ଲାକ୍ ଗ୍ରାନାଇଟ୍ ପଥର ସବୁ ଏମିତି ଲଗାଯାଇଛି ଯେ ଯାହା ୧ ହଜାର ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ।

ମନ୍ଦିରର କାରୁକାର୍ଯ୍ୟ ଏତେ ଆକର୍ଷଣୀୟ ହୋଇଛି ଯେ ଦେଖିଲେ ଆଖି ଲାଖିଯିବ । ଯିଏ ବି ଏହି ମନ୍ଦିରର କଳାକୃତି ଦେଖିବ ସେ ନିଷ୍ଚିତ ଘଡ଼ିଏ ଅଟକି ଯିବ। ବଡ଼ ବଡ଼ ରାଜ ମହଲ ବି ଏହି ମନ୍ଦିର ସାମ୍ନାରେ ଫିକା ଲାଗିବଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ଆନୁମାନିକ ଖର୍ଚ୍ଚ ୧୧ଶହ କୋଟି ହୋଇଥିବାବେଳେ ତେଲେଙ୍ଗାନା ସରକାର ୟାଦାଦ୍ରି ମନ୍ଦିର ପ୍ରକଳ୍ପ ପାଇଁ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କୁହାଯାଇଛି। ଏବେ ଶୁଦ୍ଧା ମନ୍ଦିରର ପୁନରୁଦ୍ଧାର କାମରେ ପ୍ରାୟ ୧ ହଜାର କୋଟି ଖର୍ଚ୍ଚ ହୋଇସାରିଲାଣି। ଏହାର ୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ଏହାର ସୌନ୍ଦର୍ଯ୍ୟକରଣ କରାଯିବ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami