ଅନନ୍ତ-ରାଧିକାଙ୍କ ପ୍ରି ୱେଡିଂରେ ଯୋଗଦେବେ ବିଶ୍ୱର ତୁଙ୍ଗ ନେତା

Above Post Content

ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ତଥା ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରିୱେଡିଂରେ ଯୋଗ ଦେବେ ବିଶ୍ୱର ବଡ଼ ବଡ଼ ଷ୍ଟାର । ଏମାନଙ୍କ ମଧ୍ୟରେ ଅଛନ୍ତି ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ଏଡୋବ ସିଇଓ ଶାନ୍ତନୁ ନାରାୟଣ । ମାର୍ଚ୍ଚ ୧ ରୁ ୩ ମଧ୍ୟରେ ଗୁଜୁରାଟର ଜାମନଗରରେ ସେମାନଙ୍କର ପ୍ରି ୱେଡିଂ ସମାରୋହ ଅନୁଷ୍ଠିତ ହେବ । ଏଥିଲାଗି ଆଉ ମାତ୍ର କିଛି ଦିନ ବାକି ଥିବାରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।

Middle post content

ଗୁଜୁରାଟର ଜାମନଗରରେ ଆୟୋଜିତ ହେବ ପ୍ରି ୱେଡ଼ିଂ କାର୍ଯ୍ୟକ୍ରମ

After 2nd paragraph post ads

ଏନକୋର ହେଲଥ କେୟାରର ସିଇଓ ବିରେନ ମର୍ଚ୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚ୍ଚାଣ୍ଟଙ୍କୁ ବିବାହ କରୁଛନ୍ତି ଅନନ୍ତ ଅମ୍ବାନୀ । ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁଥିବା ସେଲିବ୍ରିଟିଙ୍କ ତାଲିକା ବହୁତ ଲମ୍ବା । ମାର୍ଚ୍ଚ ୧ ରୁ ୩ ମଧ୍ୟରେ ଗୁଜୁରାଟର ଜାମନଗରରେ ସେମାନଙ୍କର ପ୍ରି ୱେଡିଂ ସମାରୋହ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ । ଏଡନୋକ ସିଇଓ ଡ. ସୁଲତାନ ଅଲ ଜାବର, ବିପି ସିଇଓ ମୈରେ ଆଚିନକ୍ଲୋସ, କତାର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ଅବଦୁଲ୍ଲାହମାନ ବିନ ଜସିମ ଅଲ ଥାମି, ସ୍ୱିଡେନର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲଡଟ, କଲୋନୀ କ୍ୟାପିଟାଲ ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା ଥୋମାସ ବାରାକ, ଜେସି ୨ ଭେଞ୍ଚର ସିଇଓ ଜନ୍ ଚାମ୍ବରସ୍‌, ଏକ୍ସୋର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଜନ୍ ଏଲକାନ୍‌, ଏଣ୍ଡଭର ସିଇଓ ଆରି ଇମାନୁଏଲ୍‌, ବ୍ଲାକରୋକ୍ ଚେୟାରମ୍ୟାନ୍ ତଥା ସିଇଓ ଲ୍ୟାରି ଫିଙ୍କ୍ । ସେହିପରି ବିଶ୍ୱର ପ୍ରମୁଖ ଉଦ୍ୟୋଗୀ ଓ ଶିଳ୍ପପତି ତଥା ମାଇକେଲ୍ ଗ୍ରିମସ୍ ପରିଚାଳନା ନିର୍ଦ୍ଦେଶକ, କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ, ଗୁଗୁଲ୍ ପ୍ରେସିଡେଣ୍ଟ, ବ୍ୟାଙ୍କ ଅଫ୍ ଆମେରିକାର ଉପାଧ୍ୟକ୍ଷ, ଭୁଟାନର ରାଜା ଏବଂ ରାଣୀ,ବୋଲିଭିଆର ପୂର୍ବତନ ରାଷ୍ଟ୍ରପତି, ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ଅତିଥି ତାଲିକାରେ ଅଛନ୍ତି । ଏଥିସହିତ ବଲିଉଡ଼ର ଅନେକ ବଡ଼ ବଡ଼ କଳାକାର ବି ସାମିଲ ହେବେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami