ଶାହରୁଖ ଜ୍ୟାକିଙ୍କଠାରୁ କିଛି ଶିଖିବେ କି ? ହଲିଉଡ୍ ଷ୍ଟାର ଜ୍ୟାକି ଚେନ ପୁଅର ଡ୍ରଗ୍ସ ସେବନ ପାଇଁ କ୍ଷମା ମାଗିଥିଲେ

Above Post Content

ଶାହରୁଖଙ୍କ ପୁଅ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ପୁଅ ପାଇଁ ବେଲ ଯୋଗାଡରେ ବ୍ୟସ୍ତ ଅଛନ୍ତି କିଙ୍ଗ୍ ଖାନ୍ । ଏହାରି ଭିତରେ କିଙ୍ଗ୍ ଖାନ ଓ ତାଙ୍କ ପୁଅ ସମର୍ଥନରେ ଷ୍ଟାଣ୍ଡ୍ ୱିଥ୍ ଶାହରୁଖ ଟ୍ୱିଟରରେ ଟ୍ରେଣ୍ଡ୍ କରୁଛି । ଫ୍ୟାନଙ୍କଠାରୁ ବଲିଉଡର ଏ ଲିଷ୍ଟର ଶାହରୁଖଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରୁଛନ୍ତି । କିଏ କ୍ୟାମେରା ଆଗରେ ଆର୍ୟନକୁ ସୁନା ପୁଅ କହୁଛି ତ’ କିଏ ସୋସିଆଲ ମିଡିଆରେ ଖୋଲା ଚିଠି ଲେଖୁଛି । ଏସବୁ ଭିତରେ କିନ୍ତୁ ଶାହରୁଖ ପ୍ୟାରେଣ୍ଟିଂ ବା ପିଲାଙ୍କ ଲାଳନ ପାଳନକୁ ନେଇ ମଧ୍ୟ କିଛି ପ୍ରଶ୍ନ ଉଠାଉଛନ୍ତିଖୋଦ ଆର୍ୟନ ଏନସିବିକୁ କହି ସାରିଛନ୍ତି ତାଙ୍କୁ ବାପାଙ୍କ ସହିତ କଥା ହେବା ପାଇଁ ଆପଏଣ୍ଟମେଣ୍ଟ୍ ନେବାକୁ ପଡୁଥିଲା । ଏମିତିରେ ପ୍ୟାରେଣ୍ଟିଂକୁ ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ କଥା ।

ପ୍ୟାରେଣ୍ଟିଂ କଥା ଉଠାଇ କିଛି ବ୍ୟକ୍ତି ଶାହରୁଖ ଓ ଜ୍ୟାକି ଚେନଙ୍କ ମଧ୍ୟରେ ତୁଳନା କରୁଛନ୍ତି । କାରଣ ହେଉଛି କିଛି ବର୍ଷ ତଳେ ଜ୍ୟାକିଙ୍କ ପୁଅ ଡ୍ରଗ୍ସ ନେଇ ଧରା ପଡିଥିଲେ । ସେତେବେଳେ ଜ୍ୟାକି ସାମ୍ନାକୁ ଆସି କହିଥିଲେ ମୋ ଲାଳନ ପାଳନରେ ଭୁଲ ରହିଯାଇଛିତେଣୁ ମୁଁ କ୍ଷମା ମାଗୁଛିଜ୍ୟାକିଙ୍କ ଉଦାହରଣ ଦେଇ ଏବେ ଶାହରୁଖଙ୍କୁ ମଧ୍ୟ କ୍ଷମା ମାଗିବାକୁ ଦାବି କରାଯାଉଛି । ତେବେ ଆସନ୍ତୁ ଜାଣିବା କେମିତି ଜ୍ୟାକି ଚେନ୍ ନିଜ ପୁଅର ଭୁଲ ପାଇଁ କ୍ଷମା ମାଗିଥିଲେ ।

After 2nd paragraph post ads

୨୦୧୪ ମସିହାରେ ଜ୍ୟାକି ଚ୍ୟାନଙ୍କ ପୁଅ Jaycee Chanଙ୍କୁ ଚୀନ ପୋଲିସ ଗିରଫ କରିଥିଲା । ପେଶାରେ ଅଭିନେତା ଏବଂ Musician Jaycee Chanଙ୍କ ଉପରେ ଡ୍ରଗ୍ସ ସେବନ କରୁଥିବା ଅଭିଯୋଗ ହୋଇଥିଲା । Jaycee Chanଙ୍କ ପାଖିପାଖି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ତାଙ୍କ ଡାକ୍ତରୀ ପରୀକ୍ଷାରେ ଏହା ମଧ୍ୟ ଜଣାପଡିଥିଲା ଯେ ସେ ନିଷିଦ୍ଧ ପଦାର୍ଥ ସେବନ କରିଛନ୍ତି । ସେହି ସମୟରେ, ଜେଏସୀ ଚ୍ୟାନଙ୍କ ସହ ୨୩ ବର୍ଷୀୟ ଜଣେ ତାଇୱାନ ଅଭିନେତା କାଇ କୋ ଏବଂ Mister Song ନାମକ ଜଣେ ବ୍ୟକ୍ତିଙ୍କୁ ଡ୍ରଗ୍ସ ଚୋରା ଚାଲାଣ ପାଇଁ ଗିରଫ କରାଯାଇଥିଲା

Middle post content

୨୦୧୫ରେ ବେଜିଂର Dongcheng District Courtରେ Jaycee Chan ମାନିଥିଲେ ଯେ ସେ ଅନ୍ୟଙ୍କୁ ନିଜ ପାଖରେ ଡ୍ରଗ୍ସ ସେବନ କରିବା ପାଇଁ ଆଶ୍ରୟ ଦେଉଥିଲେ । ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ଅନେକ ସେଲିବ୍ରିଟି Jaycee Chanଙ୍କ ଆପାର୍ଟମେଣ୍ଟକୁ ଡ୍ରଗ୍ସ ସେବନ କରିବା ପାଇଁ ଆସୁଥିଲେ । ଏହି ମାମଲାରେ Jaycee Chanଙ୍କୁ ୬ ମାସର ଜେଲ ଦଣ୍ଡ ସହ ୨୩ ହଜାର ୩୭୫ ଟଙ୍କାର ଜରିମାନା ଲଗାଯାଇଥିଲା । ତେବେ ଏହି ପୂରା ମାମଲାରେ ଅଭିନେତା ଜ୍ୟାକି ଚ୍ୟାନଙ୍କୁ ଲଜ୍ଜିତ ହେବାକୁ ପଡ଼ିଥିଲା । ସେ ଏକ ବୟାନ ଦେଇ କହିଥିଲେ ଯେ, ସେ ତାଙ୍କ ପୁଅର କାର୍ଯ୍ୟକଳାପରେ ଲଜ୍ଜିତ ଏବଂ ଦୁଃଖିତ ମଧ୍ୟ ।

୨୦୦୯ ମସିହାରେ ଚୀନ୍ ପୋଲିସ୍ ଦ୍ୱାରା ଜ୍ୟାକି ଚ୍ୟାନଙ୍କୁ Narcotics Control Ambassador ଭାବେ ଘୋଷଣା କରାଯାଇଥିଲା । ଚାଇନାରେ ଡ୍ରଗ୍ସ ବିରୋଧରେ ଚାଲିଥିବା ଆନ୍ଦୋଳନରେ ମଧ୍ୟ ସେ ଥିଲେ । ଏପରି ପରିସ୍ଥିତିରେ, ଯେତେବେଳେ ତାଙ୍କ ପୁଅର ଡ୍ରଗ୍ ମାମଲାରେ ସମ୍ପୃକ୍ତି ସାମ୍ନାକୁ ଆସିଲା, ସେତେବେଳେ ସେ ନିଶ୍ଚିତ ଭାବରେ ନିରାଶ ହୋଇଥିଲେ ।

ଏଥିପାଇଁ ଜ୍ୟାକି ଚ୍ୟାନ ସମଗ୍ର ବିଶ୍ୱକୁ କ୍ଷମା ମାଗିଥିଲେ । ସେ ସୋସିଆଲ ମିଡିଆରେ ଲେଖିଥିଲେ ଯେ, ‘ମୁଁ ବହୁତ ଲଜ୍ଜିତ ଅନୁଭବ କରୁଛି । ମୋ ପୁଅର କାର୍ଯ୍ୟକଳାପ ପାଇଁ ମୁଁ ଅତ୍ୟଧିକ କ୍ରୋଧିତ ଏବଂ ଲଜ୍ଜିତ । ମୁଁ ଆଶା କରୁଛି ଜୟସିଙ୍କ କାହାଣୀ ଯୁବକମାନଙ୍କ ପାଇଁ ଉପଯୋଗୀ ହେବ ଏବଂ ସେ ଡ୍ରଗ୍ସ ଠାରୁ ଦୂରରେ ରହିବେ । ମୁଁ ମୋ ପୁଅକୁ ଉପଯୁକ୍ତ ଲାଳନପାଳନ କରିବାରେ ବିଫଳ ହେଲି ଏବଂ ମୁଁ ଏଥିପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରେ । ଜୟସି ଏବଂ ମୁଁ ସମାଜ ଆଗରେ ମୁଣ୍ଡ ନୁଆଁଇ କ୍ଷମା ପ୍ରାର୍ଥନା କରୁଛୁ ।’

ଜ୍ୟାକି ଯେମିତି ନିଜ ପୁଅର ଭୂଲ ପାଇଁ କ୍ଷମା ମାଗିଥିଲ । ପୁଅକୁ ପାଳିବାରେ ତାଙ୍କର ଭୂଲ ଭଟକା ରହିଛି ବୋଲି ମାନିଥିଲେ ସେହିଭଳି ଶାହାରୁଖ ମଧ୍ୟ ଭୁଲ ମାଗନ୍ତୁ ବୋଲି ଲୋକ କହୁଛନ୍ତି । ଦେଖିବାକୁ ଗଲେ ଏଥିରେ କିଛି ଯୁକ୍ତି ରହିଛି । କାରଣ ଶାହରୁଖଙ୍କୁ ଅନେକ ନିଜ ରୋଲ୍ ମଡେଲ ଭାବେ ନେଇଥାନ୍ତି । କେବଳ ଶାହରୁଖ ନୁହନ୍ତି । ଏବେ ଏହି ମାମଲାରେ ଆର୍ୟନଙ୍କୁ ସମର୍ଥନ କରିବା ନାଁରେ ଯେଉଁ ଯେଉଁ ବଲିଉଡ୍ ଷ୍ଟାର ଷ୍ଟାଣ୍ଡ୍ ୱିଥ୍ ଶାହରୁଖ ଡବାକୁ ଡେଉଁଛନ୍ତି ସେମାନେ ମଧ୍ୟ ଭାବିବାର ସମୟ ଆସିଛି । ନିଶା ବିରୋଧରେ କ୍ୟାମେରା ସାମ୍ନାର ବଡ଼ ବଡ଼ କଥା କହୁଥିବା ଷ୍ଟାର ଏବେ କେମିତି ଏହି ମାମଲାରେ ଆର୍ୟନଙ୍କୁ ସମର୍ଥନରେ ଛିଡା ହୋଇ ପାରିବେ ? ଆର୍ଯନଙ୍କୁ ସପୋର୍ଟର ଆବଶ୍ୟକତା ଅଛି ସତ କିନ୍ତୁ ଏହାର ଅର୍ଥ ନୁହେଁ ଯେ, ତାଙ୍କ ଭୁଲକୁ ‘ଛୋଟିଆ ଭୁଲ’ ଭାବେ ନେବା । ଅବଶ୍ୟ ଶାହରୁଖଙ୍କ ବ୍ରାଣ୍ଡ୍ ଭ୍ୟାଲୁ ଓ ୫ ହଜାର କୋଟିରୁ ଅଧିକ ନେଟ୍ ୱର୍ଥ ବଲିଉଡର ବାକି ତାରକାଙ୍କୁ ତାଙ୍କ ପଛରେ ଛିଡା ହେବାକୁ ବାଧ୍ୟ କରୁଥାଇ ପାରେ । ଆଉ ଯଦି ଏହ ସତ ତେବେ, ଆମ ଷ୍ଟାର ମାନଙ୍କର ଜ୍ୟାକିଙ୍କଠାରୁ ବହୁତ କିଛି ଶିଖିବାର ଅଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami