ଭାରତର ଧନାଢ୍ୟ ଶିଳ୍ପପତି କ’ଣ ପାଇଁ ସୋସିଆଲ ମିଡିଆରୁ ଦୂରରେ ?

Above Post Content

ଫେସବୁକ, ଟ୍ୱିଟର ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଶ୍ଚିତ ଭାବେ ଆପଣ ଥାଇ ପାରନ୍ତି । ଏହି ପୋଷ୍ଟ ମଧ୍ୟ ଆପଣଙ୍କ ପାଖରେ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ପହଞ୍ଚିଥାଇ ପାରେ । ଆପଣ ସୋସିଆଲ ମିଡିଆରେ ଅନେକ ଜଣାଶୁଣା ଲୋକଙ୍କୁ ନିଶ୍ଚିନ୍ତ ଭାବେ ଫଲୋ କରୁଥିବେ । ଆପଣଙ୍କ ତାଲିକାରେ ସବୁ ପ୍ରକାରର ନାମ ଥିବା କେବଳ ଭାରତର ଧନୀ ଶିଳ୍ପପତିଙ୍କ ନାମ ନଥିବ । ଏହାର କାରଣ ହେଉଛି ଭାରତର ଅଧିକାଂଶ ଧନାଢ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନାହାନ୍ତି । ସମସ୍ତଙ୍କୁ ଛାଡନ୍ତୁ ଖୋଦ ଜିଓ ଜରିଆରେ ଦେଶରେ ଇଣ୍ଟରନେଟ୍ କ୍ରାନ୍ତି ଆଣିଥିବା ମୁକେଶ ଅମ୍ବାନୀ ମଧ୍ୟ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମରେ ନାହାନ୍ତି ।

୨୦୧୯ରେ ଲଣ୍ଡନର ECCO ଇଣ୍ଟରନ୍ୟାସନାଲ ୨୧ ଦେଶର ଟପ୍ ୨୧ କମ୍ପାନୀଙ୍କୁ ନେଇ ଏକ ଅଧ୍ୟୟନ କରିଥିଲା । ରିପୋର୍ଟ ଅନୁସାରେ ୫ଟି କମ୍ପାନୀ ମଧ୍ୟରୁ ମାତ୍ର ଜଣେ ଭାରତୀୟ ସିଇଓ ଲିଙ୍କଡ୍ ଇନ୍ ଓ ଟ୍ୱିଟରରେ ସକ୍ରୀୟ ଅଛନ୍ତି । ଫ୍ରାନ୍ସର ସିଇଓ ମାନେ ସୋସିଆଲ ମିଡିଆରେ ଅଧିକ ସକ୍ରୀୟ ଅଛନ୍ତି । ଫ୍ରାନ୍ସ ପରେ ଦୁନିଆରେ ଡେନମାର୍କର ସିଇଓ ମାନେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଅଛନ୍ତି । ଏହି ତାଲିକାରେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ଥିବା ବେଳେ ନେଦରଲ୍ୟାଣ୍ଡ୍ ଚତୁର୍ଥ ସ୍ଥାନରେ ରହିଛି । ଆମେରିକାର ସିଇଓ ମାନେ ଏହି ତାଲିକାରେ ୫ମ ସ୍ଥାନରେ ଅଛନ୍ତି ।

After 2nd paragraph post ads

ଅନ୍ୟପକ୍ଷରେ ଭାରତର ଟପ୍-୩୦ ଧନୀଙ୍କ ସୋସିଆଲ ମିଡିଆ ଉପସ୍ଥିତିକୁ ଯଦି ସମୀକ୍ଷା କରାଯିବ ତେବେ ଦେଖାଯିବ ଯେ, ଏହି ୩୦ଙ୍କ ମଧ୍ୟରୁ ୨୫ ଜଣଙ୍କର ଟ୍ୱିଟର, ଫେସବୁକ କିମ୍ବାଇନଷ୍ଟାଗ୍ରାମ୍ ଆକାଉଣ୍ଟ ହିଁ ନାହିଁ । ଉଦୟ କୋଟାକ କେବଳ ଟ୍ୱିଟରର ସକ୍ରୀୟ ଅଛନ୍ତି । ଗୌତମ ଆଡାଣି ଟ୍ୱିଟର ଓ ଇନଷ୍ଟାଗ୍ରାମରେ ସକ୍ରିୟ ଅଛନ୍ତି । କିରଣ ମଜୁମଦାର ସ’ ଓ ସାବିତ୍ରୀ ଜିନ୍ଦଲଙ୍କର ଫେସବୁକ ଓ ଟ୍ୱିଟରରେ ଆକାଉଣ୍ଟ୍ ରହିଛି କିନ୍ତୁ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ନାହିଁ ।

ସୋସିଆଲ ମିଡିଆରୁ ଦୁରେଇ ରହିବା ପଛରେ ସୁଚିନ୍ତିତ ଯୋଜନା ?

ଦେଶର ଟପ୍ ଧନୀ ସୋସିଆଲ ମିଡିଆରୁ ଜାଣିଶୁଣି ଦୁରେଇ ରହୁଛନ୍ତି ବୋଲି କୁହାଯାଉଛି । ଏହି ଶିଳ୍ପପତି ନିଜ ବ୍ୟବସାୟ ଚଳାଇବାରେ ଅଧିକ ସମୟ ଦେଉଥିବାରୁ ସୋସିଆଲ ମିଡିଆ ପାଇଁ ସେମାନଙ୍କ ପାଖରେ ଅଧିକ ସମୟ ନାହିଁ । ସେହିଭଳି ଅନ୍ୟ ସେଲିବ୍ରିଟି ନିଜ ପବ୍ଲିସିଟି ପାଇଁ ସୋସିଆଲ ମିଡିଆକୁ ଆବଶ୍ୟକ କରନ୍ତି । ସେଥିପାଇଁ ସେମାନେ ନିଜ ବ୍ୟକ୍ତିଗତ ଜୀବନ ଓ ବିଚାରକୁ ସେୟାର କରନ୍ତି କିନ୍ତୁ ଏହି ଶିଳ୍ପପତ୍ରୀଙ୍କ କ୍ଷେତ୍ରରେ ଏହା ବୁମେରାଂ ସାବ୍ୟସ୍ତ ହୋଇପାରେ । ସେମାନଙ୍କ ନିଜ ବ୍ୟକ୍ତିଗତ ବିଚାର ତାଙ୍କ ବ୍ୟବସାୟକୁ ପ୍ରଭାବିତ କରିପାରେ । ତେଣୁ ସେମାନେ ଯଥା ସମ୍ଭବ ସୋସିଆଲ ମିଡିଆରୁ ଦୁରେଇ ରହୁଛନ୍ତି ।

Middle post content

ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ନିଆଯାଉ । ସୋସିଆଲ ମିଡିଆରେ ନଥିବା କାରଣରୁ ସେ ଅନେକ ସମାଲୋଚନାର ସିଧା ସମ୍ମୁଖୀନ ହେବାରୁ ବଂଚିଯାଉଛନ୍ତି । ସେ ଭଲ ଭାବେ ଜାଣିଛନ୍ତି ଯେ, ସୋସିଆଲ ମିଡିଆ ଯଦି ବ୍ରାଣ୍ଡ୍ ତିଆରି କରିପାରେ ତେବେ ବ୍ରାଣ୍ଡ୍ ଧ୍ୱଂସ ମଧ୍ୟ କରିପାରେ ।

ସୋସିଆଲ ମିଡିଆରୁ ଦୁରେଇ ରହିବାର ଲାଭ ଓ କ୍ଷତି କ’ଣ

ବ୍ୟବସାୟ ଦୁନିଆରେ ସକ୍ରିୟ ଥିବା ବ୍ୟକ୍ତିଙ୍କ ପାଇଁ ସୋସିଆଲ ମିଡିଆ ଏକ ଜରୁରି ଟୁଲ୍ ହୋଇଥାଏ । ଏହା ଜରିଆରେ ସେମାନେ ଉପଭୋକ୍ତାଙ୍କ ନାଡି ପଢି ପାରନ୍ତି । ଏହା ଜରିଆରେ ସେମାନେ ଉଦ୍ୟୋଗୀଙ୍କ ନୂଆ ପୀଢିକୁ ଅନୁପ୍ରେରିତ କରିଥାନ୍ତି । ସୋସିଆଲ ମିଡିଆ ଜରିଆରେ ଜଣେ ଶିଳ୍ପପତି ନିଜ ପର୍ସନାଲ ବ୍ରାଣ୍ଡ୍ ଓ କମ୍ପାନୀର ବିଜନେସର ସକରାତ୍ମକ ଚିତ୍ର ପ୍ରସ୍ତୁତ କରିପାରନ୍ତି । ଏହା ଜରିଆରେ ସେମାନେ ନିଜ ଜନସମ୍ପର୍କ ରଣନୀତିକୁ ଅଧିକ ପ୍ରଭାବୀ କରିପାରିବେ । ଏଲନ ମସ୍କ ଏହାର ବଡ ଉଦାହରଣ । ଅନେକ ଥର ଏହା ଦେଖିବାକୁ ମିଳିଛି ଯେ, ମସ୍କଙ୍କ ଟ୍ୱିଟ୍ ପାଇଁ କେତେବେଳେ ବିଟ୍ କଏନର ମୂଲ୍ୟ ଆକାଶ ଛୁଇଁଛି ତ’ କେତେବେଳେ ତଳକୁ ଖସିଛି ।

ରତନ ଟାଟା ଓ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ହିରୋ

ବଡ଼ ବ଼ଡ଼ ଶିଳ୍ପପତି ସୋସିଆଲ ମିଡିଆରେ ଲୋକଙ୍କ ପାଇଁ ରୋଲ ମଡେଲ । ରତନ ଟାଟା, ଆନନ୍ଦ ମହିନ୍ଦ୍ରା ଓ ଅନିଲ ଅଗ୍ରୱାଲ ଏହାର ଉଦାହରଣ । ସୋସିଆଲ ମିଡିଆରେ ଏହି ତିନିଜଣଙ୍କର ତଗଡା ଫ୍ୟାନ୍ ଫଲୋଇଂ ରହିଛି ।

ତେବେ ଧିରେ ଧିରେ ଭାରତରେ ଟ୍ରେଣ୍ଡ୍ ବଦଳୁଛି । ଅଧିକରୁ ଅଧିକ ଶିଳ୍ପପତି ସୋସିଆଲ ମିଡିଆକୁ ଆସୁଛନ୍ତି । ଭାରତର ଟପ୍ ଧନୀ ଏହା ବୁଝିସାରିଲେଣି ଯେ, ସୋସିଆଲ ମିଡିଆ ଜରିଆରେ ସେମାନେ ନିଜ ବ୍ରାଣ୍ଡର ପ୍ରମୋଟ୍ କରିପାରିବେ । ସେମାନେ ଏହା ଜରିଆରେ ସିଧାସଳଖ ଉପଭୋକ୍ତାଙ୍କ ପାଖରେ ପହଂଚି ପାରିବେ । ତେଣୁ ଆଗକୁ ଭାରତର ଟପ୍ ଟାଇକୁନ୍ ମାନଙ୍କ ସୋସିଆଲ ମିଡିଆ ଅବତାର ଦେଖିବାକୁ ମିଳିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami