ଚୀନକୁ ଯବାବ ଦେବ ଭାରତ, ଲଦ୍ଦାଖରେ ମୁତ୍ତୟନ ହେଲେ ବିଶେଷ ସୈନିକ

Above Post Content

ପୂର୍ବ ଲଦ୍ଦାଖରେ ଚୀନର କୌଣସି ପ୍ରକାରର ଚାଲବାଜିର ଉତ୍ତର ଦେବାକୁ ଭାରତୀୟ ସେନା ସେଠାରେ ନିଜର ଏକ ବିଶେଷ ୟୁନିଟକୁ ମୁତ୍ତୟନ କରିଛି । ଚୀନ ସେନାକୁ ମୁହଁତୋଡ ଜବାବ ଦେବାକୁ ଭାରତୀୟ ସେନା କେଇ ମାସ ତଳେ ପୂର୍ବ ଲଦ୍ଦାଖ ଅଂଚଳର ବାସ୍ତବିକ ନିୟନ୍ତ୍ରଣ ରେଖା –ଏଲଏସିର ଉତ୍ତର କମାଣ୍ଡ ଅଂଚଳରେ ଆତଙ୍କବାଦ ବିରୋଧୀ ଅଭିଯାନର ନିୟୋଜିତ ଥିବା ୟୁନିଟକୁ ମୁତ୍ତୟନ କରିଛି ।

ଆତଙ୍କବାଦ ନିରୋଧୀ ୟୁନିଟକୁ ଆଭ୍ୟନ୍ତରୀଣ ଅଂଚଳରୁ ହଟାଇ ଲଦାଖ ସେକ୍ଟରରେ ମୁତ୍ତୟନ କରାଯାଇଛି । ସେନା ସୂତ୍ରରୁ ପ୍ରକାଶ ଯେ, ଚୀନର କୌଣସି ପ୍ରକାରର ଆକ୍ରମଣାତ୍ମକ ଆଭିମୁଖ୍ୟର ଉତ୍ତର ଦେବାକୁ ଗୋଟିଏ ୟୁନିଟ (ପ୍ରାୟ ୧୫ହଜାର ସୈନିକ)କୁ ଲଦ୍ଦାଖ କ୍ଷେତ୍ରରେ ମୁତ୍ତୟନ କରାଯାଇଛି ।

After 2nd paragraph post ads
Middle post content

ଏହି ୟୁନିଟ୍ ମୁତ୍ତୟନ ହେବା ପରେ ସେନାକୁ ଉତ୍ତର କମାଣ୍ଡରେ ଅନ୍ୟ ଗତିବିଧି ସଂଚାଳନ କରିବାକୁ ଅତିରିକ୍ତ ସାହାଯ୍ୟ ମିଳିଛି । ସୁଗର ସେକ୍ଟରରେ ମୁତୟନ ସୈନିକ ଉଚ୍ଚ ପର୍ବତରେ ଯୁଦ୍ଧ ଲଢିବା ପାଇଁ ପ୍ରଶିକ୍ଷିତ । ସେମାନେ ମଧ୍ୟ ପ୍ରତି ବର୍ଷ ଲଦ୍ଦାଖର ଶିତଳ ମରୁଭୂମିରେ ଯୁଦ୍ଧାଭ୍ୟାସ କରିଥାନ୍ତି । ପୂର୍ବ ଲଦ୍ଦାଖରେ ଉତ୍ତେଜନା ବଢିବା ସହିତ ଗତ ବର୍ଷଠାରୁ ସେମାନେ ଚୀନ୍ ସହ ଗତିରୋଧରେ ସକ୍ରିୟ ଭୂମିକା ନିର୍ବାହ କରୁଛନ୍ତି ।

ପୂର୍ବ ଲଦ୍ଦାଖରେ ୫୦ ହଜାର ସୈନିକ

ଭାରତ ପୂର୍ବ ଲଦ୍ଦାଖରେ ୫୦ ହଜାର ସୈନିକ ମୁତ୍ତୟନ କରିଛି । ଏହା ସହିତ ସେଠାରେ ନିଜ ଶକ୍ତିକୁ ଦ୍ୱିଗୁଣିତ କରିବାକୁ ଉଦ୍ୟମ କରିଛି । ଚୀନର ଆକ୍ରାମକ ଆଭିମୁଖ୍ୟକୁ ଦେଖି ଲେହରେ ୧୪ କର୍ପସ ପାଖରେ ଏବେ ଦୁଇଟି ଡିଭିଜନ୍ ମୁତ୍ତୟନ ହୋଇଛି । ଏହି ଦୁଇ ଡିଭିଜନ୍ କାରୁ ସ୍ଥିତ ତିନି ଡିଭିଜନ ସହିତ ମିଶି ଏଲଏସିର ସୁରକ୍ଷା ଦାୟିତ୍ୱ ସମ୍ଭାଳୁଛନ୍ତି । କିଛି ଅତିରିକ୍ତ ସାଂଜୁଆ ଗାଡି ୟୁନିଟକୁ ସେଠାରେ ମୁତ୍ତୟନ କରାଯାଇଛି । ସୂଚନାଯୋଗ୍ୟ ଯେ, ଉକ୍ତ ଅଂଚଳରେ ଗତ ବର୍ଷ ଚୀନ ସୈନିକଙ୍କ ଗତିବିଧି ବୃଦ୍ଧି ପାଇଥିଲା । ୨୦୨୦ ଏପ୍ରିଲ-ମେ’ରେ ଚୀନ ସୈନିକ ପୂର୍ବ ଲଦ୍ଦାଖରେ ଅନୁପ୍ରବେଶ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami