ATMରୁ ଟଙ୍କା ଉଠାଇଲା ବେଳେ କାହିଁକି ଗ୍ରୀନ୍ ଲାଇଟ୍ ଜଳୁଛି କି ନାହିଁ ଦେଖିବେ ?

Above Post Content

ଦିନକୁ ଦିନ ଏଟିଏମ ଠକେଇ ମାମଲା ବଢିବାରେ ଲାଗିଛି । ଆପଣଙ୍କ ଆଖପାଖ କିମ୍ବା ପରିଚିତ ବ୍ୟକ୍ତି କେହି ଏଭଳି ଠକେଇର ଶିକାର ହୋଇଥିବା କଥା ଆପଣ ନିଶ୍ଚୟ ଶୁଣିଥିବେ । ଅନେକ ସମୟରେ କାର୍ଡ୍ ଅଦଳବଦଳ କରି ଏଭଳି ଠକେଇ କରାଯାଇଥାଏ । ପୁଣି କେତେବେଳେ ଏଟିଏମ ରୁମର ସିସିଟିଭି କ୍ୟାମେରାକୁ ହ୍ୟାକ୍ କରି ଠକ ପାସୱାର୍ଡ୍ ପଢି ନିଅନ୍ତି । ତେଣୁ ଆପଣ ଯେତେବଳେ ବି ଏଟିଏମରୁ ଟଙ୍କା ଉଠାଇବାକୁ ଯାଉଛନ୍ତି ସେତେବେଳେ କିଛି ସାବଧାନତା ଅବଲମ୍ବନ କରନ୍ତୁ । ଆପଣଙ୍କ ସାବଧାନତା ଆପଣଙ୍କୁ ସାଇବର ଠକେଇରୁ ବଂଚାଇ ପାରିବ ।

ସ୍ଲଟର ଲାଇଟ୍ କଲରକୁ ଦେଖନ୍ତୁ

After 2nd paragraph post ads

ଯେତେବେଳେ ବି ଏଟିଏମ ମେସିନରେ ନିଜ କାର୍ଡ୍ ଭର୍ତ୍ତି କରୁଛନ୍ତି ସେତେବେଳେ ମେସିନ ସର୍ଟରେ ଲାଗିଥିବା ଲାଇଟର କଲରକୁ ଚେକ୍ କରନ୍ତୁ । ଯଦି ଲାଇଟ ଗ୍ରୀନ କଲରର ହୋଇଥାଏ ତେବେ କାର୍ଡ୍ ଭର୍ତ୍ତି କରନ୍ତୁ । କିନ୍ତୁ ଯଦି କଲର ଲାଲ କିମ୍ବା ବିଲକୁଲ ଲାଇଟ୍ ଜଳୁନଥାଏ ତେବେ କାର୍ଡ୍ ଭର୍ତ୍ତି କରନ୍ତୁ ନାହିଁ । ଏହା ସହିତ ଯଦି ସ୍ଲଟ୍ ଢିଲା ହୋଇଥାଏ ତେବେ ସେଥିରେ କାର୍ଡ୍ ଭର୍ତ୍ତି କରନ୍ତୁ ନାହିଁ । ସମ୍ଭବତଃ କେହି ମେନ୍ ସ୍ଲଟ୍ ଉପରେ କୌଣସି ଡମି ଲଗାଇଥିବ । ଏଭଳି ଡମି ଲଗାଇ ଆପଣଙ୍କ କାର୍ଡ୍ ତଥ୍ୟ ଚୋରି କରାଯିବାର ଯଥେଷ୍ଟ ଆଶଙ୍କା ରହିଛି । ଆଜିକାଲି ଏଭଳି ବହୁତ ହେଉଛି । ଯାହାକୁ କାର୍ଡ୍ କ୍ଲୋନିଂ କୁହାଯାଏ

Middle post content

କ’ଣ ପାଇଁ ହାତରେ ଢାଙ୍କିବେ ପିନ୍ ନମ୍ବର ?

କାର୍ଡ୍ କ୍ଲୋନିଂ ପରେ ସାଇବର ଠକ ଆପଣଙ୍କ ପିନ୍ ନମ୍ବର ଦରକାର କରେବିନା ପିନ୍ ନମ୍ବରରେ ଟଙ୍କା ଉଠା ଯାଇ ପାରିବ ନାହିଁ । ଆପଣଙ୍କ ପିନ୍ ନମ୍ବର ଜାଣିବାର ଦୁଇଟି ଉପାୟ ଅଛି । ଗୋଟିଏରେ ଠକ ଆପଣଙ୍କ ପଛରେ ଛିଡା ହୋଇ ପିନ୍ ନମ୍ବର ଜାଣିବ ଓ ଦ୍ୱିତୀୟ ଉପାୟରେ ସିସିଟିଭି କ୍ୟାମେରାକୁ ହ୍ୟାକ୍ କରି ପିନ୍ ନମ୍ବର ଜାଣିବା । ତେଣୁ ସବୁବେଳେ ପିନ୍ ନମ୍ବର ଏଣ୍ଟ୍ରି କରିବା ବେଳେ ହାତରେ ନମ୍ବରକୁ ଢାଙ୍କି ରଖନ୍ତୁ ।

ଠକେଇର ଶିକାର ହେଲେ କ’ଣ କରିବେ ?

ଯଦି ଆପଣ ଏଟିଏମ ଠକେଇର ଶିକାର ହୋଇଛନ୍ତି ତେବେ ତୁରନ୍ତ ପୋଲିସକୁ ସୂଚିତ କରନ୍ତୁ । ସମ୍ଭବତଃ ଠକଙ୍କ ଆଙ୍ଗୁଠି ଚିହ୍ନ ମେସିନରୁ ମିଳିଯିବ ଓ ପୁରୁଣା କ୍ରିମିନାଲ ରେକର୍ଡରୁ ଠକ ଚିହ୍ନଟ ହୋଇପାରିବ । ଏହା ସହିତ ସାଇବର ସେଲ ସହିତ ଯୋଗାଯୋଗ କରନ୍ତୁ । ତେବେ ସବୁଠାରୁ ଭଲ ହେବ ଆପଣ ସତର୍କ ରୁହନ୍ତୁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami