ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ଭୃଗୁଙ୍କ ସମାଲୋଚନା

Above Post Content

ଭୁବନେଶ୍ୱର : ନିଜକୁ ସ୍ୱଚ୍ଛ ଓ ନିର୍ବିବାଦୀୟ ଦଳ କହୁଥିବା ବିଜେପି କୋଳରେ ଏବେ ଅପରାଧୀ । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ଅପରାଧୀ ନେତାଙ୍କୁ ବିଜେପି କୋଳେଇ ନେଇଥିବା ବେଳେ ଏବେ ସାଧାରଣ ରେ ଉଠୁଛି ଅନେକ ପ୍ରଶ୍ନ । ଏହାରି ଭିତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କଡା ସମାଲୋଚନା କରିଛନ୍ତି ବିଜେଡିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ଗୋଟିଏ ମଞ୍ଚରେ ନଡ୍ଡା ଓ ପ୍ରଦୀପ ପାଣିଗ୍ରାହୀ ଏକାଠି ବସିବା ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ଭୃଗୁ ।

Middle post content

ଅପରାଧିଙ୍କୁ ଦଳ ଗ୍ରହଣ କରିବା ଉଦବେଗଜନକ

After 2nd paragraph post ads

ଭୃଗୁ ଆହୁରି କହିଛନ୍ତି, ଚାକିରି ପାଇଁ ଲୋକଙ୍କୁ ଠକି ଜେଲ ଯାଇଛନ୍ତି ପ୍ରଦୀପ । ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କ ସହ ମଞ୍ଚରେ ବସୁଛନ୍ତି ନଡ୍ଡା । ଏକ ଭିନ୍ନ ଆଭିମୁଖ୍ୟର ଦଳ ଭାବି ବିଜେପିରେ ଯୋଗ ଦେଇଥିଲି । ୨୩ ବର୍ଷ ଧରି ବିଜେପିକୁ ମୁଁ ଝାଳ ଓ ରକ୍ତ ଦେଇଛି । କିନ୍ତୁ ପ୍ରଦୀପଙ୍କ ଭଳି ଜଣେ ଅପରାଧିଙ୍କୁ ଦଳରେ ଗ୍ରହଣ କରିବା ଉଦବେଗଜନକ । ଏହା ବିଜେପିର ତୃଣମୂଳ କ୍ୟାଡରଙ୍କୁ କ୍ଷୁବ୍ଧ କରିଛି । ଅପରାଧିଙ୍କୁ ସାଙ୍ଗରେ ରଖି ବିଜେପି କିଭଳି ଭିନ୍ନ ଆଭିମୁଖ୍ୟର ଦଳ ପ୍ରଦୀପ ଓ ପ୍ରଶାନ୍ତଙ୍କ ଭଳି ଅପରାଧି ଓଡିଆ ଅସ୍ମିତାର ପରିଚୟ କି ? ବିଜେପିର ଓଡିଆ ଅସ୍ମିତାର ଏହି ଦୁଇ ନେତା ପୋଷ୍ଟର ବୟ କି ? ବ୍ରହ୍ମପୁର ଓ ଓଡିଶାବାସୀ ବିଜେପି ଉପରେ ହସୁଛନ୍ତି । ବିଜେପିର ଏହିଭଳି ଛଳନା ମୋତେ ଆଶ୍ଚର୍ଯ୍ୟ କରିଛି ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami