ତାଲିବାନ କବଜାରେ ଆଫଗାନିସ୍ତାନ, କୁଆଡେ ଦେଶର ‘ୱାର ଲର୍ଡ୍ସ’ ?

Above Post Content

ଆଫଗାନିସ୍ତାନରେ ତାଲିବାନର ଦ୍ୱିତୀୟ ପାଳି ଆରମ୍ଭ ହୋଇ ସାରିଛି । ତାଲିବାନ ପୁଣିଥରେ ବଳପୂର୍ବକ କ୍ଷମତା ଦଖଲ କରିଛି । ଯାହା ଆଫଗାନିସ୍ତାନ ପାଇଁ କିଛି ନୂଆ ନୁହେଁ । କାରଣ ୧୯୬୦ ଦଶକରୁ ଆଫଗାନିସ୍ତାନରେ କୌଣସି ସରକାର ନିଜ ଇଛାରେ କ୍ଷମତା ଛାଡି ନାହିଁ । କେତେବେଳେ ସାମରିକ ବିଦ୍ରୋହ ତ’ କେତେବେଳେ ସୋଭିଏତ ରୁଷର ହସ୍ତକ୍ଷେପରେ ସରକାର ଯାଇଛନ୍ତି । ୧୯୯୦ ଦଶକରେ କମ୍ୟୁନିଷ୍ଟ ସରକାରର ପତନ ପରେ ମୁଜାହିଦ୍ଦିନ କ୍ଷମତାକୁ ଆସିଲେ କିନ୍ତୁ ରାଷ୍ଟ୍ରପତି କିଏ ହେବ ତାକୁ ନେଇ ଆରମ୍ଭ ହୋଇ ଯାଇଥିଲା ଗୃହଯୁଦ୍ଧ । ଏହି ଗୃହଯୁଦ୍ଧ କାଳରେ ଗୋଟିଏ ନୂଆ ଗୋଷ୍ଟି ପାକିସ୍ତାନର ମଦ୍ରାସାରୁ ବାହାରି ପୁରା ଆଫଗାନିସ୍ତାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲା । ଏହି ଗୋଷ୍ଟିର ନାମ ଥିଲା ତାଲିବାନ । ୨୦୦୧ରେ ତାଲିବାନକୁ ଆମେରିକା ହଟାଇଥିଲା । ଆମେରିକା ସାହାଯ୍ୟରେ ୨୦ବର୍ଷ ଧରି ଗଣତାନ୍ତ୍ରିକ ସରକାର ଶାସନ କରିଥିଲା । କିନ୍ତୁ ରବିବାର ଦିନ ତାଲିବାନ ପୁଣି କ୍ଷମତା ଦଖଲ କରିଛି । ଏହାରି ଭିତରେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଆଫଗାନିସ୍ତାନର ସେହି ୱାର ଲର୍ଡ୍ସ ବା ସାମନ୍ତ ମାନେ କୁଆଡେ ଗଲେ ଯେଉଁମାନଙ୍କ ହାତରେ ପ୍ରକୃତ କ୍ଷମତା ଥିଲା । ଯେଉଁମାନେ ନିଜ ନିଜ ଅଂଚଳରେ ଏକ ରକମ ସ୍ୱାଧିନ ଭାବେ ଶାସନ କରୁଥିଲେ । ଆସନ୍ତୁ ଜାଣିବା ଆଫଗାନିସ୍ତାନର ସେହି ଯୁଦ୍ଧଖୋର ୱାରଲର୍ଡ୍ସ ମାନେ ଏବେ କେଉଁଠି ଅଛନ୍ତି..

କେଉଁମାନଙ୍କୁ ୱାରଲର୍ଡସ ବୋଲି କୁହାଯାଏ ?

After 2nd paragraph post ads

ଆଫଗାନିସ୍ତାନରେ କେନ୍ଦ୍ରୀୟ ଶକ୍ତି ଦୁର୍ବଳ । ବିଭିନ୍ନ ଅଂଚଳରେ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦବଦବା ରହିଥାଏ । ଏହି ଭଳି ବ୍ୟକ୍ତିଙ୍କୁ ଆମେରିକା ଆର୍ଥିକ ସାହାଯ୍ୟ ଦେଇ ତାଲିବାନ ବିରୋଧରେ ଛିଡା କରାଇଥିଲା । ଯେଉଁମାନେ ତାଲିବାନ ବିରୋଧରେ ଯୁଦ୍ଧ ଲଢୁଥିଲେ । ଆଫଗାନିସ୍ତାନରେ ସରକାରୀ ସେନା ବାଦ ଏଭଳି ୬ ଜଣ ବ୍ୟକ୍ତି ଥିଲେ ଯେଉଁମାନଙ୍କର ନିଜସ୍ୱ ସେନା ଥିଲା । ସେହି ୬ ଜଣଙ୍କ ମଧ୍ୟରୁ ଜଣେ ଇସମାଇଲ ଖାନ୍ ତାଲିବାନ ହାତରେ ପଡିଥିବା ବେଳେ ବାକି ୫ ଜଣ ନିଖୋଜ ଅଛନ୍ତି ।

Middle post content

ଅବଦୁର ରଶିଦ ଦୋସ୍ତମ: ୬୭ ବର୍ଷୀୟ ଅବଦୁଲ ରଶିଦ ଦୋସ୍ତମ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଥିଲେ । ସେ ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ଥିଲେ । ୨୦୦୧ରେ ତାଲିବାନ ଶାସନର ଅନ୍ତରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ମଜାର-ଏ-ସରିଫ ତାଙ୍କ ଗଡ଼ । ଏହି ଗଡ ପ୍ରଥମ ତାଲିବାନ ଶାସନ କାଳରେ ମଧ୍ୟ ସ୍ୱାଧିନ ଥିଲା । କିନ୍ତୁ ଏଥର ମଜାର ତାଲିବାନ ହମଲା ଆଗରେ ଅସ୍ତ୍ର ତ୍ୟାଗ କରିଛି । ଦୋସ୍ତମ ନିକଟେର କାବୁଲ ଯାଇଥିଲେ । ତାଙ୍କ ପୁଅର ମଧ୍ୟ ଅପହରଣ ହୋଇଥିଲା । ଦୋସ୍ତମ ଏବେ ଉଜବେକିସ୍ତାନରେ ଥିବା କୁହାଯାଉଛି ।

ଅତ୍ତା ମହମ୍ମଦ ନୁର: ୧୯୭୯ରେ ସୋଭିଏତ ସଂଘ ଯେତେବେଳେ ଆଫଗାନିସ୍ତାନକୁ ଆକ୍ରମଣ କରିଥିଲା ସେତେବେଳେ ନୁର ଲୋକଙ୍କୁ ନେଇ ବିଦ୍ରୋହ କରିଥିଲେ । ସେ ଜମାତ-ଏ-ଇସଲାମିର କମାଣ୍ଡର ଥିଲେ । ୫୭ ବର୍ଷୀୟ ନୁର୨୦୦୪ରୁ ୨୦୧୮ ପର୍ଯ୍ୟନ୍ତ ବଲଖ ପ୍ରଦେଶର ରାଜ୍ୟପାଳ ଥିଲେ । ଏବେ ସେ ତାଜିକସ୍ତାନକୁ ପଳାୟନ କରିଥିବା କୁହାଯାଉଛି ।

ଅମରୁଲ୍ଲା ସାଲେହ: ଅମରୁଲ୍ଲା ସାଲେହ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଥିଲେ । ରାଷ୍ଟ୍ରପତି ଗନି ଦେଶ ଛାଡିଥିବା ବେଳେ ସେ ଦେଶ ଛାଡିବାକୁ ମନା କରିଦେଇଥିଲେ । ଏବେ ସେ ପଂଜଶିର ଘାଟିରେ ଥିବା କୁହାଯାଉଛି । ପଂଜଶିର ଏକମାତ୍ର ରାଜ୍ୟ ଯାହାକୁ ତାଲିବାନ ଏପର୍ଯ୍ୟନ୍ତ ନିଜ ନିୟନ୍ତ୍ରଣକୁ ନେଇ ପାରିନାହିଁ ।

ସଲିମା ମଜାରୀ: ସଲିମା ବଲଖ ପ୍ରଦେଶର ଚାରକିଣ୍ଟ ଜିଲ୍ଲାର ଗଭର୍ଣ୍ଣର ଅଛନ୍ତି । ଏହି ମହିଳା ଗଭର୍ଣ୍ଣର ଏବେ ତାଲିବାନ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ।କୁହାଯାଉଛି ଯେ, ସଲିମା କାବୁଲର ପତନ ପରେ ଇରାନ ଚାଲିଯାଇଥିବା କୁହାଯାଉଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami