ଆଫଗାନିସ୍ତାନରେ ଫସିଛି ଭାରତର ଏତିକି ଟଙ୍କା, ଜାଣନ୍ତୁ କେଉଁଠି କେତେ ନିବେଶ କରିଛି ଭାରତ

Above Post Content

ତାଲିବାନ କବଜାର ଆଫଗାନିସ୍ତାନତାଲିବାନ ମାନେ ପାକିସ୍ତାନ । ପାକିସ୍ତାନ ମାନେ ଭାରତର ସ୍ୱାର୍ଥ ପ୍ରତି ବିପଦ । ୨୦୦୧ରେ ତାଲିବାନ ସରକାର ପତନ ପରେ ଭାରତ ଉପରେ ସେଠାକୁ ସେନା ପଠାଇବାକୁ ଆମେରିକାର ଚାପ ଥିଲା । କିନ୍ତୁ ତତ୍କାଳୀନ ଅଟଳ ବିହାରୀ ବାଜପାୟୀ ସରକାର ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଇ ଆଫଗାନିସ୍ତାନକୁ ସେନା ପଠାଇ ନଥିଲା । ଭାରତ ସିଧାସଳଖ ଆଫଗାନିସ୍ତାନରେ ସାମରିକ ହସ୍ତକ୍ଷେପ କରିବାକୁ ଚାହିଁନଥିଲା । ଏହା ବଦଳରେ ଭାରତ ଆଫଗାନିସ୍ତାନର ପୁର୍ନନିର୍ମାଣରେ ଭାଗିଦାର ହୋଇଥିଲା । ଭାରତ ଆଫଗାନିସ୍ତାନରେ ସ୍କୁଲ, କଲେଜଠାରୁ ବନ୍ଧ ଓ ରାସ୍ତା ନିର୍ମାଣ କାମରେ ନିଜକୁ ସାମିଲ କରି ଆଫଗାନିସ୍ତାନୀଙ୍କ ହୃଦୟ ଜିତିଥିଲା । କିନ୍ତୁ ତାଲିବାନର କ୍ଷମତାକୁ ଆସିବା ସହିତ ଭାରତର ନିବେଶ ଉପରେ ଏବେ ବିପଦର କଳାବାଦଲ ଛାଇଗଲାଣି । ତେବେ ଭାରତ ଆଫଗାନିସ୍ତାନରେ କେତେ ଟଙ୍କା ନିବେଶ କରିଥିଲାକେଉଁ କେଉଁ କ୍ଷେତ୍ରରେ ଏହି ନିବେଶ ଥିଲା ? ଆଫଗାନିସ୍ତାନରେ ଭାରତର ମୋଟ ନିବେଶ ହେଉଛି ୨୩ ହଜାର କୋଟି ଟଙ୍କା । ଏହା ବାଦ ଭାରତ ବାମିୟାନ ସହରରେ ୭୦ହଜାର କୋଟି ଟଙ୍କା ନିବେଶ କରିବାକୁ ରାଜି ହୋଇଥିଲା । ଏବେ କିନ୍ତୁ ତାଲିବାନ କ୍ଷମତାକୁ ଆସିବା ପରେ ସେହି ନିବେଶର ସମ୍ଭାବନା ବହୁତ କମ ଅଛି ।

ବନ୍ଧଠାରୁ ସ୍କୁଲ

After 2nd paragraph post ads

ଭାରତ ଆଫଗାନିସ୍ତାନର ଭିତ୍ତିଭୂମି ନିର୍ମାଣରେ ଅଧିକ ଟଙ୍କା ନିବେଶ କରିଥିଲା । ସ୍କୁଲ ଠାରୁ ନଦୀ ବନ୍ଧ ଏବଂ ବିଦ୍ୟୁତ୍ ସବଷ୍ଟେଶନ ଭାରତ ସେଠାରେ ପ୍ରତିଷ୍ଠା କରିଥିଲା । ୨୦୨୦ ବେଳକୁ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୧ ଶହ କୋଟି ଡଲାର ଥିଲା । ୨୦୨୦ ଜେନେଭା କନଭେନସନରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ ଯେ, ଆଫଗାନିସ୍ତାନର ଏଭଳି କୌଣସି ସ୍ଥାନ ନାହିଁ ଯେଉଁଠି ଭାରତ ପହଂଚି ନାହିଁ । ଏବେ ଭାରତ ଦ୍ୱାରା ନିର୍ମିତ ଭିତ୍ତିଭୂମିର କ’ଣ ହେବ ତାହା ଏକ ବଡ ପ୍ରଶ୍ନ ।

ସଲମା ଡ୍ୟାମ୍

ହେରାତ ପ୍ରଦେଶରେ ଭାରତ ସଲମା ଡ୍ୟାମ୍ ତିଆରି କରୁଛି । ୪୨ ମେଗାୱଟ୍ କ୍ଷମତା ବିଶିଷ୍ଟ ଏହି ଜଳବିଦ୍ୟୁତ୍ ପ୍ରକଳ୍ପ ଦ୍ୱାର ଜଳ ସେଚନ ମଧ୍ୟ ହେଉଥିଲା । ୨୦୧୬ରେ ଏହାର ଉଦଘାଟନ ହୋଇଥିଲା । ଯେଉଁ ସମୟରେ ଏହାର ନିର୍ମାଣ ଚାଲିଥିଲା , ସେତେବେଳେ ମଧ୍ୟ ଏହି ଅଂଚଳରେ ତାଲିବାନର ପ୍ରଭାବ ଥିଲା ।

Middle post content

ଜରାଞ୍ଜ-ଦେଲାରାମ ରାଜପଥ

୨୧୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାଜପଥ ଭାରତ ଦ୍ୱାରା ନିର୍ମିତ । ଏହାକୁ ବର୍ଡର ରୋଡ୍ ଅର୍ଗାନାଇଜେସନ ତିଆରି କରିଥିଲା । ଏହି ରାଜପଥ ଇରାନ ସୀମା ପାଖ ଦେଇ ଯାଇଛି । ଏହାର ନିର୍ମାଣ ପାଇଁ ଭାରତ ୧୫୦ ମିଲିଅନ ଡଲାର ଖର୍ଚ୍ଚ କରିଥିଲା । ଏହି ରାଜପଥ ଦକ୍ଷୀଣରେ କାନ୍ଦାହାର, ପୂର୍ବରେ ଗଜନୀ ଓ କାବୁଲ ସହିତ ଉତ୍ତରରେ ମଜାର-ଏ- ସରିଫକୁ ଯୋଡିଥାଏ । ପାକିସ୍ତାନ ଆଫଗାନିସ୍ତାନକୁ ଯିବା ପାଇଁ ଭାରତକୁ ରାସ୍ତା ଦେବା ପାଇଁ ମନା କରିଦେବା ପରେ ଏହି ରାସ୍ତା ଭାରତ ପାଇଁ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା । ଇରାନରେ ଭାରତ ତିଆରି କରୁଥିବା ଚାବହାର ବନ୍ଦରକୁ ଏହି ରାସ୍ତା ଯୋଡିଥାଏ । ଏବେ ତାଲିବାନ କ୍ଷମତାକୁ ଆସିବା ଦ୍ୱାରା ଭାରତ ଏହି ରଣନୈତିକ ଫାଇଦା ହରାଇବ । କାରଣ ଏହା ଭାରତକୁ ସିଧା ୟୁରୋପ ସହିତ ଯୋଡିଥାନ୍ତା ।

କାବୁଲର ସଂସଦ ଭବନ

ଭାରତ ୯୦ ମିଲିୟନ ଡଲାର ବ୍ୟୟରେ ଆଫଗାନିସ୍ତାନର ସଂସଦ ଭବନ ନିର୍ମାଣ କରିଥିଲା୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିଥିଲେ । ଏହି ନୂଆ ଭବନର ଗୋଟିଏ ବ୍ଲକର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ନାମରେ ନାମିତ ହୋଇଥିଲା । ଏବେ ତାଲିବାନ ସେହି ବ୍ଲକର ନାମ ପରିବର୍ତ୍ତନ କରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ଏହା ସହିତ ଭାରତ ସତୋର ପ୍ୟାଲେସର ପୁର୍ନନିର୍ମାଣ କରିଥିଲା । ଏହି ମହଲରେ ଆଧୁନିକ ଆଫଗାନିସ୍ତାନର ନିଅଁ ରଖାଯାଇଥିଲା । ୧୯୧୯ରେ ରାୱଲପିଣ୍ଡି ଚୁକ୍ତି ଏହି ମହଲରେ ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଆଧାରରେ ଆଫଗାନିସ୍ତାନ ଏକ ସ୍ୱତନ୍ତ୍ର ରାଷ୍ଟ୍ର ହୋଇଥିଲା । ଭାରତ ମଧ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶ କରିଥିଲା । ବିଦ୍ୟୁତ ସେବା ବିକାଶ ଦିଗରେ ମଧ୍ୟ ଭାରତ ବ୍ୟାପକ ନିବେଶ କରିଥିଲା । ୧୯୭୨ ମସିହାରେ ନଷ୍ଟ ହୋଇ ଯାଇଥିବା କାବୁଲ ଶିଶୁ ହସ୍ପିଟାଲର ପୁର୍ନନିମର୍ମାଣ ଭାରତ କରିଥିଲା । ସେହିଭଳି ଆଫଗାନିସ୍ତାନରେ ପରିବହନ ସେବାର ବିକାଶ ପାଇଁ ଭାରତ ବସ ଓ ମିନି ବସ ମଧ୍ୟ ଦାନରେ ଦେଇଥିଲା । ୪୦୦ ବସ ଓ ୨ଶହ ମିନି ବସ ଭାରତ ଆଫଗାନିସ୍ତାନକୁ ଦେଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami