କୋଟିପତିଙ୍କ କଳାଟଙ୍କାର ଗୁମର ଖୋଲୁଥିବା ପାନାମା ପେପର ଓ ପାଣ୍ଡୋରା ବକ୍ସ ମଧ୍ୟରେ ଫରକ କ’ଣ ? କିଏ ଅଧିକ ଗୁରୁତ୍ୱପୂର୍ଣ୍ଣ ?

Above Post Content

ପାନାମା ପେପର୍ସ ମାମଲାରେ ବଚ୍ଚନ ପରିବାରର ମୁସ୍କିଲ ବଢିଛି । କାରଣ ସୋମବାର ଦିନ ପୂର୍ବତନ ବିଶ୍ୱ ସୁନ୍ଦରୀ ତଥା ବଚନ ପରିବାରର ବୋହୂ ଐଶର୍ଯ୍ୟାଙ୍କୁ ପାନାମା ପେପର୍ସ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଙ୍କ ସମ୍ମୁଖରେ ହାଜର ହେବାକୁ ପଡିଛି । ଗତ ମାସରେ ଏହି ମାମଲାରେ ଅଭିଶେଖ ବଚ୍ଚନଙ୍କୁ ଜେରା କରାଯାଇଥିଲା । ଏକ ରିପୋର୍ଟ ଅନୁସାରେ ଏହି ମାମଲାରେ ଇଡି ସିନିୟର ବଚ୍ଚନଙ୍କୁ ମଧ୍ୟ ପଚରାଉଚରା ପାଇଁ ନୋଟିସ ପଠାଇ ପାରେ । ୨୦୧୬ ମସିହାରେ ପ୍ରଥମ ଥର ପାଇଁ ପାନାମା ପେପର୍ ଆସିଥିଲା । ଯେଉଁଥିରେ ଦେଶ ବିଦେଶର ୫ଶହରୁ ଅଧିକ ଧନୀକଙ୍କ ନାମ ଥିଲା, ଯେଉଁମାନେ ନିଜ କଳାଧନକୁ ଦରିଆପାରିରେ ଲୁଚାଇଛନ୍ତିପାଣ୍ଡୋରା ବକ୍ସ ପାନାମା ପେପର ସାମ୍ନାକୁ ଆସିବାର ୫ ବର୍ଷ ପରେ ଆଇସିଆଇଜେ ଜାରି କରିଥିଲା ।

ତେବେ ଆସନ୍ତୁ ଜାଣିବା କେମିତି ଏହି ଦୁଇ ପେପର୍ସ ସାମ୍ନାକୁ ଆସିଥିଲା ଓ ଦୁଇ ପେପର ମଧ୍ୟରୁ କେଉଁଟି ଅଧିକ ଗୁରୁତ୍ୱପୂର୍ଣ୍ଣ..

After 2nd paragraph post ads

କେବେ ସାମ୍ନାକୁ ଆସିଥିଲେ ପାନାମା ଓ ପାଣ୍ଡୋରା ?

୨୦୧୬ ମସିହାରେ ଦୁନିଆର ୧୦୦ ଗଣମାଧ୍ୟମ ସଂଗଠନଙ୍କ ସହିତ ସମ୍ପର୍କ ରଖୁଥିବା ICIJ ( ଇଣ୍ଟରନ୍ୟାସନାଲ କନସୋର୍ଟିୟମ ଅଫ୍ ଇନଭେଷ୍ଟିଗେଟିଭ୍ ଜର୍ଣ୍ଣାଲିଷ୍ଟ୍) ପାନାମା ପେପର୍ସ ଜାରି କରିଥିଲା । ବିଭିନ୍ନ ଦେଶର କୋଟିପତି କେମିତି ନିଜ କଳା ଟଙ୍କାକୁ ଦେଶ ବାହାରେ ନିବେଶ କରୁଛନ୍ତି ସେହି କଥା ଏହି ପେପର୍ସରୁ ଜଣା ପଡିଥିଲା । ଏହାର ୫ ବର୍ଷ ପରେ ଆଇସିଆଇଜେ ପକ୍ଷରୁ ପାଣ୍ଡୋରା ପେପର୍ସ ଜାରି କରାଯାଇଥିଲା

Middle post content

ପାନାମା ଓ ପାଣ୍ଡୋରା ମଧ୍ୟରେ ଫରକ କ’ଣ ?

ICIJ ର ଆଧିକାରିକ ୱେବସାଇଟ୍ ଅନୁସାରେ ପାନାମା ପେପର୍ସ ଏଭଳି ଦସ୍ତାବିଜ ଯେଉଁଥିରେ ଟ୍ୟାକ୍ସ ଚୋରି ଓ କଳାଟଙ୍କାକୁ ଧଳା କରିବାର ବିବରଣୀ ରହିଛି । ଏହି ଦସ୍ତାବିଜକୁ ପାନାମାର ଗୋଟିଏ କମ୍ପାନୀ ମୋସେକ୍ ଫୋସେଁକେର ସର୍ଭରକୁ ହ୍ୟାକ୍ କରି ୨୦୧୩ରେ ହାସଲ କରାଯାଇଥିଲା । ଏହି କମ୍ପାନୀ ଅନେକ ଦେଶର କୋଟିପତିଙ୍କୁ ଟ୍ୟାକ୍ସ ଚୋରି କରିବାରେ ସାହାଯ୍ୟ କରିଥିଲା । ଏଥିରେ ଭାରତ ସମେତ ଅନେକ ଦେଶର ନାମି ଦାମୀ ବ୍ୟକ୍ତି ସାମିଲ ଥିଲେ । ପାନାମା ପେପର୍ସର ଦସ୍ତାବିଜ୍ କେବଳ ମୋସେକ୍ କମ୍ପାନୀର ଦସ୍ତାବିଜକୁ ନେଇ ତିଆରି କରାଯାଇଥିଲା । କିନ୍ତୁ ପାଣ୍ଡୋରା ପେପର୍ସରେ ଅନ୍ୟ ୧୪ଟି କମ୍ପାନୀଙ୍କଠାରୁ ହାସଲ କରାଯାଇଥିବା ଦସ୍ତାବିଜ୍ ସାମିଲ ଥିଲାପାଣ୍ଡୋରା ପେପର୍ସରେ ୨୭ ହଜାର କମ୍ପାନୀଙ୍କ ଟ୍ୟାକ୍ସ ଚୋରି ଡାଟା ରହିଛି । ଏହି ୨୭ ହଜାର କମ୍ପାନୀରେ ୨୯ ହଜାର ବ୍ୟକ୍ତିଙ୍କ ମାଲିକାନା ରହିଛି ତେଣୁ ପାନାମା ପେପର୍ସଠାରୁ ପାଣ୍ଡୋରା ଅଧିକ ଗୁରୁତ୍ୱପୂର୍ଣ୍ଣ

ପାନାମା ଓ ପାଣ୍ଡୋରା ପେପର୍ସରେ କାହା କାହା ନାମ ରହିଛି ?

ଏହି ଦୁଇ ଦସ୍ତାବିଜରେ ପାଖାପାଖି ୫ଶହ ଭାରତୀୟଙ୍କ ନାମ ଅଛି । ଯେଉଁମାନଙ୍କ ମଧ୍ୟରେ ଅମିତାଭ,ଐଶର୍ଯ୍ୟ ଓ ଅଭିଶେକଙ୍କ ନାମ ରହିଛି । ଏହା ସହିତ ଡିଏଲଏଫ୍ ମୁଖ୍ୟ କେପି ସିଂହ, ଶିଳ୍ପପତି ସମୀର ଗହଲୋତଙ୍କ ନାମ ମଧ୍ୟ ଏଥିରେ ଅଛି । ସଚିନ ତେନ୍ଦୁଲକର ଓ ତାଙ୍କ ପତ୍ନୀ ଅଂଜଳୀଙ୍କ ନାମ ମଧ୍ୟ ତାଲିକାରେ ରହିଛି । ରାଜନୈତିକ ନେତାଙ୍କ ମଧ୍ୟରେ କଂଗ୍ରେସର ସତିଶ ଶର୍ମାଙ୍କ ନାମ ମଧ୍ୟ ଅଛି । ପାଣ୍ଡୋରା ପେପର୍ସରେ ୯୦ ଦେଶର ୩୩୦ ଜଣ ନାମିଦାମୀ ଲୋକଙ୍କ ନାମ ଅଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ନାମ ମଧ୍ୟ ଏହି ତାଲିକାରେ ଅଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami