ଜ୍ଞାନବାପୀ ମସଜିଦ୍ ସର୍ଭେରୁ ମିଳିଲା କ’ଣ ? କଳ୍ପନାଠାରୁ ବହୁତ ଅଧିକ !

Above Post Content

ଜ୍ଞାନବାପି ମସଜିଦର ଆଭ୍ୟନ୍ତରୀଣ ଅଂଶର ସର୍ଭେ ଆରମ୍ଭ ହେବା ସହିତ ବଡ଼ ଖବର ଆସିବାରେ ଲାଗିଛି । ସର୍ଭେକୁ ରୋକିବା ପାଇଁ ଦାୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ ହେବା ପରେ ବାରଣାସୀ ଅଦାଲତଙ୍କ ଆଦେଶ ଅନ୍ତର୍ଗତରେ ତଦନ୍ତକାରୀ ଟିମ୍ ଶନିବାର ସକାଳ ୮ଟାରୁ ସର୍ଭେ ଆରମ୍ଭ କରିଥିଲା । ପ୍ରଥମଦିନର ସର୍ଭେ ୪ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ୪ଟି ରୁମର ସର୍ଭେ ହୋଇଥିଲା । ସର୍ଭେ ସରିବା ପରେ ବିଶ୍ୱ ବୈଦିକ ସନାତନ ସଂଘର ମୁଖ୍ୟ ଜିତେନ୍ଦ୍ର ସିଂହ ବିସେନ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ପ୍ରଥମ ଦିନର ସର୍ଭେରୁ କେବଳ ମୋର ନୁହେଁ ଆମ ସମସ୍ତଙ୍କ କଳ୍ପନାଠାରୁ ଅଧିକ କିଛି ମିଳିଛି ।

ଜିତେନ୍ଦ୍ର ସିଂହ କହିଥିଲେ ଯେ, ସର୍ଭେ କାଳରେ କିଛି ତାଲା ଖୋଲା ଯାଇଥିଲା ଓ କିଛି ତାଲାକୁ ଭାଙ୍ଗିବାକୁ ପଡିଥିଲା । ସର୍ଭେ ରିପୋର୍ଟ ସମସ୍ତଙ୍କ ସାମ୍ନାକୁ ଆସିବ । ସେ କହିଛନ୍ତି ଯେ, ଅଦାଲତ ଆଦେଶରେ ସର୍ଭେ ହେଉଛି । ଦୁଇ ପକ୍ଷ ନିଜ ନିଜ ଯୁକ୍ତି ରଖିଛନ୍ତି । ସେ ସବୁ ବାବଦରେ ଏବେ କିଛି କହିବା ଠିକ୍ ହେବ ନାହିଁ । ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ସର୍ଭେ ପ୍ରକ୍ରିୟା କାଳରେ ସୁରକ୍ଷାର କଡ଼ା ବନ୍ଦୋବସ୍ତ ହୋଇଥିଲା । ମସଜିଦ ପରିସରଠାରୁ ୫ଶହ ମିଟର ଦୂରତା ଭିତରେ ଥିବା ସବୁ ଦୋକାନ ବଜାର ବନ୍ଦ ଥିଲା ।

After 2nd paragraph post ads
Middle post content

ରିପୋର୍ଟ ଲିକ୍ କଲେ କାର୍ଯ୍ୟାନୁଷ୍ଠାନ

ସର୍ଭେକୁ ଅତ୍ୟନ୍ତ ଗୋପନୀୟ ରଖାଯାଇଛି । ସର୍ଭେ ସମୟରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତିଙ୍କୁ ମୋବାଇଲ ବାହାରେ ଜମା କରି ଯିବାକୁ ପଡିଥିଲା । କେହି ଯେପରି ମୋବାଇଲରେ ଭିଡିଓ ରେକର୍ଡିଂ କରିପାରିବେ ନାହିଁ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିଲା । ସର୍ଭେ ରିପୋର୍ଟକୁ ଗୋପନୀୟ ରଖାଯିବ ବୋଲି ଉଭୟ ପକ୍ଷର ଓକିଲ କହିଛନ୍ତି । ସର୍ଭେ ୧୫ ମେ’ ପର୍ଯ୍ୟନ୍ତ ଚାଲିବ । ଯଦି କୌଣସି ବ୍ୟକ୍ତି ସର୍ଭେ ସମ୍ବନ୍ଧୀୟ କୌଣସି ତଥ୍ୟ ଅଦାଲତ ବାହାରେ ଲିକ୍ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami