କେଉଁ ରାଜ୍ୟର ବିଧାୟକଙ୍କ ଦରମା କେତେ ? ସଭା ଆଗରେ ତେଲେଙ୍ଗାନା

Above Post Content

ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାବିନେଟ୍ ବିଧାୟକଙ୍କ ଦରମା ବଢାଇବା ପାଇଁ ନିଷ୍ପତ୍ତି ନେଇଛି । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠା ଯାଇଛି । ସରକାରଙ୍କ ପକ୍ଷରୁ ଜାରି ଆଧିକାରିକ ବୟାନରେ ଏନେଇ ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ଯଦି ଦିଲ୍ଲୀ ସରକାରର ପ୍ରସ୍ତାବ ଉପରେ ମୋହର ମାରନ୍ତି ତେବେ ଦିଲ୍ଲୀର ବିଧାୟକ ଦରମା ବାବଦରେ ୯୦ ହଜାର ଟଙ୍କା ପାଇବେ । ତେବେ ଏମିତିରେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ଦେଶର କେଉଁ ରାଜ୍ୟର ବିଧାୟକ ଦରମା ଓ ଭତ୍ତା ବାବଦରେ କେତେ ପାଆନ୍ତି । କେଉଁ ରାଜ୍ୟ ନିଜ ବିଧାୟକଙ୍କୁ ଅଧିକ ଦରମା ଦିଏ ? ଆସନ୍ତୁ ଜାଣିବା କେଉଁ ରାଜ୍ୟରେ ବିଧାୟକଙ୍କ ଦରମା କେତେ ।

ବିଧାୟକଙ୍କ ଦରମା ମାମଲାରେ ସର୍ବାଗ୍ରେ ଅଛି ତେଲେଙ୍ଗାନା । ସେଠାରେ ବିଧାୟକଙ୍କ ମାସିକ ଦରମା ତ’ ୨୦ ହଜାର ଟଙ୍କା କିନ୍ତୁ ଭତ୍ତା ହେଉଛି ୨ ଲକ୍ଷ ୩୦ ହଜାର । ତେଣୁ ସବୁ ମିଶାଇ ଜଣେ ବିଧାୟକ ମାସକୁ ୨,୫୦ ୦୦୦ ଟଙ୍କା ପାଆନ୍ତି ।

After 2nd paragraph post ads

ତେଲେଙ୍ଗାନା ପରେ ବିଧାୟକଙ୍କୁ ଅଧିକ ଦରମା ଓ ଭତ୍ତା ଦେଉଥିବା ରାଜ୍ୟ ହେଉଛି ଉତ୍ତରାଖଣ୍ଡଉତ୍ତରାଖଣ୍ଡର ବିଧାୟକଙ୍କ ଦରମା ୩୦ ହଜାର କିନ୍ତୁ ଭତ୍ତା ହେଉଛି ୧ ଲକ୍ଷ ୬୮ ହଜାର ଟଙ୍କା । ସବୁ ମିଶାଇ ଜଣେ ବିଧାୟକ ସେଠାରେ ମାସକୁ ୧ ଲକ୍ଷ ୯୮ ହଜାର ଟଙ୍କା ନେଇ ଘରକୁ ଯାଆନ୍ତି ।

ତୃତୀୟ ସ୍ଥାନରେ ଅଛି ହିମାଚଳ ପ୍ରଦେଶ । ହିମାଚଳୀ ବିଧାୟକଙ୍କ ମାସିକ ଦରମା ହେଉଛି ୫୫ ହଜାର ଟଙ୍କା । ଭତ୍ତା ମିଶାଇ ସେଠାରେ ଜଣେ ବିଧାୟକ ମାସିକ ପାଆନ୍ତି ୧ ଲକ୍ଷ ୯୦ ହଜାର ଟଙ୍କା ।

ହରିଆନା ବିଧାୟକ ମାସିକ ୧ ଲକ୍ଷ ୫୫ ହଜାର ଟଙ୍କା ନେଇ ଘରକୁ ଯାଆନ୍ତି । ଏଥିରେ ଦରମା ବାବଦରେ ରହିଛି ୪୦ ହଜାର ଟଙ୍କା ।

Middle post content

ହରିଆନା ପରେ ରାଜସ୍ଥାନ ବିଧାୟକଙ୍କ ମାସିକ ଦରମା ହେଉଛି ୪୦ ହଜାର ଟଙ୍କା । ଦରମା ଓ ଭତ୍ତାକୁ ମିସାଇ ବିଧାୟକଙ୍କ ମାସିକ ରୋଜଗାର ହେଉଛି ୧ ଲକ୍ଷ ୪୨ ହଜାର ଟଙ୍କା ।

ଦେଶର ଅନ୍ୟତମ ଗରିବ ରାଜ୍ୟ ବିହାରର ବିଧାୟକଙ୍କ ମାସିକ ଦରମା ହେଉଛି ୪୦ ହଜାର ଟଙ୍କା । ସେଠାରେ ବିଧାୟକ ଭତ୍ତା ବାବଦରେ ପାଆନ୍ତି ୯୦ ହଜାର ଟଙ୍କା । ସବୁ ମିଶାଇ ଜଣେ ବିଧାୟକଙ୍କୁ ରାଜ୍ୟ ସରକାର ମାସକୁ ଦେଇଥାନ୍ତି ୧ ଲକ୍ଷ ୩୦ ହଜାର ଟଙ୍କା ।

ଆନ୍ଧ୍ରପ୍ରଦେଶ ବିଧାୟକଙ୍କ ଦରମା ହେଉଛି ମାତ୍ର ୧୨ ହଜାର ଟଙ୍କା । କିନ୍ତୁ ସେମାନଙ୍କ ଦରମା ସହିତ ଯଦି ଭତ୍ତାକୁ ମିଶାଇ ଦିଆଯାଏ ତେବେ ତାହା ୧ ଲକ୍ଷ ୨୫ ହଜାର ଟଙ୍କା ହୁଏ ।

ଗୁଜୁରାଟରେ ଜଣେ ବିଧାୟକଙ୍କ ମାସିକ ଦରମା ହେଉଛି ୭୮ ହଜାର ଟଙ୍କା । ତେବେ ଅନ୍ୟ ରାଜ୍ୟ ତୁଳନାରେ ଧନୀ ଗୁଜୁରାଟର ବିଧାୟକଙ୍କୁ କମ ଭତ୍ତ ମିଳେ । ସେମାନେ ଭତ୍ତା ବାବଦରେ ପାଆନ୍ତି ୨୭ ହଜାର ଟଙ୍କା । ମାସକୁ ମୋଟ ୧ ଲକ୍ଷ ୫ ହଜାର ଟଙ୍କା ବିଧାୟକ ପାଆନ୍ତି ।

ଉତ୍ତର ପ୍ରଦେଶର ବିଧାୟକ ଦରମା ବାବଦରେ ୨୫ ହଜାର ଟଙ୍କା ପାଉଥିବା ବେଳେ ବିଧାନସଭା ଭତ୍ତା ବାବଦରେ ୫୦ ହଜାର, ସଚିବାଳୟ ଭତ୍ତା ୫୦ ହଜାର ଓ ଅଫିସ ଭତ୍ତା ଭାବେ ୨୦ ହଜାର ଟଙ୍କା ପାଆନ୍ତି । ଏହିଭଳି ଭାବେ ଉତ୍ତର ପ୍ରଦେଶର ଜଣେ ବିଧାୟକ ମାସିକ ମୋଟ ୧ ଲକ୍ଷ ୬୫ହଜାର ଟଙ୍କା ଦରମା ବାବଦରେ ଘରକୁ ନିଅନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami