ଏହି ଫଣ୍ଡ୍ ରିଲିଜ୍ ଅର୍ଡରଠାରୁ ରୁହନ୍ତୁ ସାବଧାନ, ନହେଲେ ଆକାଉଣ୍ଟ ହୋଇଯିବ ଖାଲି

Above Post Content

ସୋସିଆଲ ମିଡିଆରେ ଏକ ଜାଲି ପତ୍ର ଏବେ ଭାଇରାଲ ହେଉଛି । ଏହି ପତ୍ରକୁ ଫଣ୍ଡ୍ ରିଲିଜ୍ ଅର୍ଡର ବୋଲି କୁହାଯାଉଛି । କୁହାଯାଉଛି ଯେ, ଏହାକୁ ରିଜର୍ଭ ବ୍ୟାଙ୍କ୍ ଜାରି କରିଛି । ଏଥିରେ କୁହାଯାଇଛି ଯେ, ରିଜର୍ଭ ବ୍ୟାଙ୍କ ଏହି ଫଣ୍ଡ୍ ରିଲିଜ୍ ଅର୍ଡର ବଦଳରେ ଲାଭାର୍ଥୀଙ୍କଠାରୁ ୩୪ ହଜାର ୫ଶହ ଟଙ୍କା ଚାହୁଁଛନ୍ତି । ଏହା ଗୋଟିଏ ପ୍ରକାର ଲଟେରି ଫଣ୍ଡ୍ ଯେଉଁଥିପାଇଁ ହିତାଧିକାରୀଙ୍କଠାରୁ ଟଙ୍କା ମଗା ଯାଉଛି ।

ତେବେ ସରକାର ଏହି ପତ୍ରକୁ ଜାଲି ବୋଲି କହିଛନ୍ତି । ଏହା ସହିତ ସରକାର ନାଗରିକଙ୍କୁ ଏଭଳି ପତ୍ରଠାରୁ ଦୁରେଇ ରହିବାକୁ କହିଛନ୍ତି । ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ ବା ପିଆଇବି ଏନେଇ ଏକ ଫ୍ୟାକ୍ଟ ଚେକ୍ ରିପୋର୍ଟ ମଧ୍ୟ ଜାରି କରିଛି । ପିଆଇବି ଟ୍ୱିଟ୍ କରି କହିଛି ଯେ, ରିଜର୍ଭ ବ୍ୟାଙ୍କ କେବେ ମଧ୍ୟ ଏଭଳି ସୂଚନା ଜାରି କରିନାହିଁ କି ଲୋକଙ୍କୁ ଏଭଳି କୌଣସି ସ୍କିମରେ ଟଙ୍କା ଖର୍ଚ୍ଚ କରିବାକୁ କହୁନାହିଁ । ଏଭଳି କୌଣସି ଲଟେରି ଫଣ୍ଡ୍ ଦେବା ପାଇଁ ଆରବିଆଇ ପତ୍ର ଜାରି କରିନାହିଁ ବୋଲି ପିଆଇବି କହିଛି ।

After 2nd paragraph post ads

ଫର୍ମରେ ମଗାଯାଇଥିବା ସୂଚନା

ଏହି ଜାଲି ଫଣ୍ଡ୍ ରିଲିଜ୍ ଅର୍ଡରରେ କୁହାଯାଇଛି ଯେ, ଫର୍ମରେ ଯେଉଁ ସବୁ ସୂଚନା ମଗାଯାଇଛି ତାହା ପ୍ରଦାନ କରିବା ଅନିବାର୍ଯ୍ୟ । ଦୁଇ ଘଣ୍ଟା ମଧ୍ୟରେ ଫଣ୍ଡ୍ ରିଲିଜ୍ ଅର୍ଡର ଜାରି କରିବା ପାଇଁ ଏହି ସବୁ ସୂଚନା ଦେବା ଜରୁରୀ ବୋଲି ଏଥିରେ କୁହାଯାଇଛି । ଏଥିରେ ନାମ, ଠିକଣା, ସହର ନାମ ଆଦି ଦେବାକୁ କୁହାଯାଇଛି । ଏହା ସହିତ ହିତାଧିକାରୀଙ୍କୁ ମଧ୍ୟ ନିଜ ବ୍ୟାଙ୍କ ସମ୍ପର୍କିତ ସୂଚନା ଦେବାକୁ କୁହାଯାଇଛି । ଶେଷରେ ହିତାଧିକାରୀଙ୍କୁ ଫଣ୍ଡ୍ ରିଲିଜ୍ ଅର୍ଡର ଶୁଳ୍କ ଭାବେ ୩୪ ହଜାର ୫ଶହ ଟଙ୍କା ଦେବାକୁ କୁହାଯାଇଛି । ଏହି ଟଙ୍କା ଫେରସ୍ତଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି ।

Middle post content

ଫ୍ରି ଲାପଟପ୍ ଅଫର

ଏହିଭଳି ଆଉ ଗୋଟିଏ ମସେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଫ୍ରି ଲାପଟପ୍ ଦିଆଯିବା କଥା କୁହାଯାଉଛି । ଯେଉଁଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମାଗଣା ଲାପଟପ୍ ବାଣ୍ଟିବା କଥା କୁହାଯାଇଛି । କେଉଁମାନେ ଏହି ଯୋଜନା ପାଇଁ ଯୋଗ୍ୟ ତାହା ଜାଣିବା ପାଇଁ ଏକ ଲିଙ୍କ୍ ପ୍ରଦାନ କରାଯାଇଛି ପିଆଇବି ଏହି ଲିଙ୍କକୁ ମଧ୍ୟ ଜାଲି ବୋଲି କହିଛି । ଶିକ୍ଷା ମନ୍ତ୍ରଣାଳୟର ମାଗଣା ଲାପଟପ୍ ପ୍ରଦାନ ପାଇଁ କୌଣସି ଯୋଜନା ନାହିଁ ବୋଲି ପିଆଇବି କହିଛି । ଏଭଳି ମେସେଜକୁ କେହି ଫରୱାର୍ଡ ନକରିବାକୁ ପିଆଇବି କହିଛି । ଏଭଳି ୱେବସାଇଟରେ କେହି ମଧ୍ୟ ନିଜ ସୂଚନା ଦିଅନ୍ତୁ ନାହିଁ ବୋଲି ପିଆଇବି ଅପିଲ କରିଛି ।

ଆଧାର ନମ୍ବର ଉପରେ ଲୋନ୍

ସୋସିଆଲ ମିଡିଆରେ ଆଉ ଏକ ଜାଲି ମେସେଜ୍ ମେସେଜ୍ ଭାଇରାଲ ହେଉଛି । ଏଥିରେ ଆଧାର ନମ୍ବର ଉପରେ ଲୋନ୍ ମିଳୁଥିବା ଦାବି କରାଯାଉଛି । ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ଯୋଜନା ବୋଲି ପ୍ରଚାର କରାଯାଉଛି । ଏହି ଯୋଜନା ଅନ୍ତର୍ଗତରେ ଆଧାର ନମ୍ବର ଉପରେ ଏକ ପ୍ରତିଶତ ସୁଧରେ ଲୋନ କଥା କୁହାଯାଇଛି । ଏଥିରେ ଲୋନ୍ ଉପରେ ୫୦ ପ୍ରତିଶଥ ସବସିଡି ଦିଆଯାଉଥିବା ବି ଦାବି କରାଯାଇଛି । 8126974825 ନମ୍ବରର ଫୋନ୍ କରି ନିଜ ନାମ ପଂଜିକରଣ କରିବାକୁ ହ୍ୱାଟସଆପ୍ ମେସେଜରେ କୁହାଯାଇଛି । ତେବେ ପିଆଇବି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସରକାର ଏଭଳି କୌଣସି ସ୍କିମ ଆରମ୍ଭ କରିନାହାନ୍ତି । ତେଣୁ ଏଭଳି ନମ୍ବରଠାରୁ ସତର୍କ ରହିବାକୁ ପିଆବି କହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami