ଷ୍ଟାଡ଼ିୟମରେ ବିରୁଷ୍କାଙ୍କ ‘ଫ୍ଲାଇଂ କିସ୍‌’ , ଭିଡିଓ ଭାଇରାଲ

Above Post Content

ମୁମ୍ବାଇ : ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ଦେଖିବାକୁ ମିଳିଛି ବିରୁଷ୍କାଙ୍କ “ଫ୍ଲାଇଂ କିସ୍‌” ଆଦାନପ୍ରଦାନଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ସାଧାରଣତଃ ବିରୁଷ୍କାଙ୍କ ଯୋଡ଼ିକୁ ଲୋକେ ମଧ୍ୟ ପସନ୍ଦ କରିଥାନ୍ତି ।

କ୍ୟାମେରାରେ କଏଦ ହୋଇଥିଲା ବିରୁଷ୍କାଙ୍କ ‘ଫ୍ଲାଇଂ କିସ୍‌’

After 2nd paragraph post ads

ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚରେ ପୁଣି ଥରେ ବିରାଟ କୋହଲି ଦମଦାର ବ୍ୟାଟିଂ କରିଛନ୍ତି । ବିରାଟ କୋହଲି ମ୍ୟାଚରେ ନିଜର ୫୦ତମ ଏକଦିବସୀୟ ଶତକ ହାସଲ କରିବା ପରେ ସଚିନଙ୍କ ୪୯ଟି ଦିନିକିଆ ଶତକ ରେକର୍ଡକୁ ଟପିଯାଇଛନ୍ତି । ଏହାପରେ ଗ୍ୟାଲେରିରେ ବସିଥିବା ଦର୍ଶକଙ୍କ କରତାଳିରେ ଷ୍ଡାଡିୟମ ପ୍ରକମ୍ପିତ ହୋଇଥିଲା । ଏହି ସମୟରେ ଏକ ସୁନ୍ଦର ଦୃଶ୍ୟ ବି କ୍ୟାମେରାରେ କଏଦ ହୋଇଯାଇଥିଲା । ପଡ଼ିଆରେ ବିରୁଷ୍କାଙ୍କ ‘ଫ୍ଲାଇଂ କିସ୍‌’ ଆଦାନପ୍ରଦାନ କରିଥିଲେ । ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Middle post content

ଅନୁଷ୍କାଙ୍କ ଆଖିରେ ଭରି ଯାଇଥିଲା ଖୁସିର ଲୁହ

ସ୍ୱାମୀ ବିରାଟଙ୍କ ଆଜିର ମ୍ୟାଚରେ ୫୦ତମ ଶତକ ହାସଲ କରିବା ଦେଖି ଅନୁଷ୍କାଙ୍କ ଆଖିରେ ଖୁସି ଲୁହ ଭରି ଯାଇଥିଲା । ଏତିକି ବେଳେ ପଡ଼ିଆ ମଝିରୁ ବିରାଟ ଅନୁଷ୍କାଙ୍କୁ ଫ୍ଲାଇଂ କିସ୍ ଦେଇଥିବା ବେଳେ ଅନୁଷ୍କା ବି ପ୍ରତି ଫ୍ଲାଇଂ କିସ୍ ଦେଇଥିଲେ । ମ୍ୟାଚ ଚାଲିଥିବା ବେଳେ ବିରୁଷ୍କାଙ୍କ ଏହି ସ୍ନେହ ଓ ପ୍ରେମର ଚୁମ୍ବନ ଆଦାନପ୍ରଦାନ ଚର୍ଚ୍ଚାରେ ରହିଛି । ବିରାଟ ୧୦୬ଟି ବଲରୁ ନିଜର ଶତକ ପୂରଣ କରିଥିଲେ । ସେହିପରି ସଚିନଙ୍କ ନାଁରେ ଥିବା ଗୋଟିଏ ବିଶ୍ୱକପରେ ସର୍ବାଧିକ ରନ ସ୍କୋର (୬୭୩ ରନ) କରିବାର ରେକର୍ଡକୁ ବି ବିରାଟ ଟପିଯାଇଛନ୍ତି । ତେବେ ମ୍ୟାଚରେ କୋହଲି ୧୧୭ ରନ କରି ଟିମ ସାଉଦିଙ୍କ ବଲରେ ଆଉଟ ହୋଇଥିଲେ । ବିରାଟଙ୍କ ଦମଦାର ବ୍ୟାଟିଂ ଚର୍ଚ୍ଚାରେ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami