ପାଳନ ହେବ ୨୦୨୩ ଅନ୍ତର୍ଜାତୀୟ ମିଲେଟ ବର୍ଷ

Above Post Content
Middle post content

୨୦୨୩ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ପାଇଁ ଘୋଷଣା କରିଛି ଜାତିସଂଘ । ଏହାର ସଫଳ କାର୍ଯ୍ୟକାରୀତା ଦିଗରେ ଶିକ୍ଷାନୁଷ୍ଠାନ ସ୍ତରରେ ଆରମ୍ଭ ହେବ ସଚେତନତା । ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀ ଏନେଇ ସଚେତନ ହେବା ସହ ମିଲେଟ୍‌‌ ମିଶନର କ୍ୟାମ୍ପେନ୍‌‌ ପ୍ରତି ମଧ୍ୟ ଗୁରୁତ୍ୱ ଦେବେ । ଏଥିପ୍ରତି ୟୁଜିସି ଗୁରୁତ୍ୱ ଦେବା ସହ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକର କୁଳପତି ଓ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି UGC । ୟୁଜିସି ଦର୍ଶାଇଛି ଯେ, ଚଳିତ ବର୍ଷକୁ ବିଶ୍ୱ ଆନ୍ତର୍ଜାତିକ ମେଲେଟ୍‌‌ ବର୍ଷ ଭାବେ ପାଳନ କରାଯାଉଥିବାବେଳେ ଏହାର ସଚେତନତା ପ୍ରତି ଶିକ୍ଷାନୁଷ୍ଠାନ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ତେଣୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପିଲାଙ୍କୁ ଏଥିରେ ନିୟୋଜିତ କରାଯିବ । ୟୁଜିସି ଏଥିଲାଗି ସ୍ୱତନ୍ତ୍ର କ୍ୟାଲେଣ୍ଡର ମଧ୍ୟ ପ୍ରସ୍ତୁତ କରିଛି । ପ୍ରସ୍ତୁତ ହୋଇଥିବା କ୍ୟାଲେଣ୍ଡର ଅନୁସାରେ ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଛି । କ୍ୟାଲେଣ୍ଡର ସହିତ କାର୍ଯ୍ୟକ୍ରମ ପାଳନ ନେଇ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସି ମାର୍ଗଦର୍ଶିକା ଜାରି କରିଛି। ମାର୍ଗଦର୍ଶିକା ଅନୁଯାୟୀ, ଅକ୍ଟୋବର ମାସରେ ପିଲାଙ୍କ ମଧ୍ୟରେ ମିଲେଟ ସମ୍ପର୍କିତ କୁଇଜ୍‌‌ ପ୍ରତିଯୋଗିତା ଆୟୋଜନ କରାଯିବ । ସେହିପରି ନଭେମ୍ବର ଓ ଡିସେମ୍ବରରେ ଛାତ୍ରଛାତ୍ରୀ ବିଭିନ୍ନ ମିଲେଟ୍‌‌ ପ୍ରସେସିଂ ୟୁନିଟ୍‌‌ ବୁଲି ପ୍ରସେସିଂ ସମ୍ପର୍କିତ ଜ୍ଞାନ ଆହରଣ କରିବେ। ସେହିପରି ଜାନୁଆରୀ ମାସରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ମିଲେଟ୍‌‌ ସମ୍ପର୍କିତ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ଓ ବିଭିନ୍ନ ଟିଫିନ୍‌‌ ରେସିପି ବାବଦରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଅବଗତ ହେବେ । ଅଗଷ୍ଟ ୨୦୨୩ରେ ମାରାଥନ ସାଇକେଲ ରାଲି, ପୋଷ୍ଟର ପ୍ରତିଯୋଗିତା ହେବ । ଜୁଲାଇ ୨୦୨୩ରେ ରଂଗୋଲି ଓ ସ୍ଲୋଗାନ ପ୍ରତିଯୋଗିତା ହେବ । ମିଲେଟ ଦିବସ ସଫଳ କରିବାକୁ UGC ଏପରି ପଦକ୍ଷେପ ନେଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami