ଉଦ୍ଧବ କହିଲେ ୩୧ଡିସେମ୍ବର ସିନ୍ଦେ ସରକାରଙ୍କ ବିଦାୟର ଦିନ

Above Post Content

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଠାକରେ ଦଳ ଏବଂ ସିନ୍ଦେ ଦଳ ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ କୋର୍ଟରେ ପରସ୍ପର ବିରୋଧରେ ଆବେଦନ କରିଥିଲେ । ଯାହା ପରେ ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଡିସେମ୍ବର ୩୧ କିମ୍ବା ପୂର୍ବରୁ ଉଭୟ ଦଳର ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଦ୍ଧବ ଠାକରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ମହାରାଷ୍ଟ୍ର ସରକାର ଡିସେମ୍ବର ୩୧ ରେ ବିଦାୟ ନେବେ ।

ଏକନାଥ ସିନ୍ଦେ ଓ ଅଜିତ ପାୱାରଙ୍କୁ ଝଟକା

After 2nd paragraph post ads
Middle post content

ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ ଡିସେମ୍ବର ୩୧ ସୁଦ୍ଧା ନିଷ୍ପତ୍ତି ନେବାକୁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରଭେକରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଏକ ବଡ଼ ବିବତ୍ତି ସାମନାକୁ ଆସିଛି । ଉଦ୍ଧବ ଠାକରେ କହିଛନ୍ତି ଯେ ୩୧ ଡିସେମ୍ବରରେ ସିନ୍ଦେ ସରକାର ବିଦାୟ ନେବେ । ୨୦୨୩ର ଶେଷ ସହିତ, ୩୧ ଡିସେମ୍ବର ମହାରାଷ୍ଟ୍ରର ଅକ୍ଷମ ସିନ୍ଦେ ସରକାରଙ୍କ ଶେଷ ଦିନ ହେବ । ‘ବାସ୍ତବରେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କର ୩୯ ସମର୍ଥକ ଶିବସେନା ବିରୁଦ୍ଧରେ ବିଦ୍ରୋହ କରି ବିଜେପିରେ ଯୋଗ ଦେଇଥିଲେ । ଦଳ ଦୁଇଟି ଦଳରେ ବିଭକ୍ତ ହୋଇଥିଲା । ଏହା ପରେ ଠାକରେ ଦଳ ଏବଂ ସିନ୍ଦେ ଦଳ ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ କୋର୍ଟରେ ଆବେଦନ କରିଥିଲେ । ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଡିସେମ୍ବର ୩୧ କିମ୍ବା ପୂର୍ବରୁ ଉଭୟ ଦଳର ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଫେବୃଆରୀ ଯାଏଁ ସମୟ ମାଗିଥିଲା ମହାରାଷ୍ଟ୍ର ସଚିବାଳୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉଦ୍ଧବ ଠାକରେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ ତାଙ୍କ ବିଧାୟକ ତଥା ବିଧାନ ପରିଷଦ ସଦସ୍ୟଙ୍କୁ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପଢିବାକୁ କହିଥିଲେ । ସେ କହିଛନ୍ତି ଯେ ଡିସେମ୍ବର ୩୧ ରେ ଆମେ ମହାରାଷ୍ଟ୍ରର ଅଯୋଗ୍ୟ ସରକାରଙ୍କୁ ବିଦାୟ ଦେବୁ । ସେ କହିଛନ୍ତି ଯେ ସମ୍ବିଧାନର ଦଶମ ସୂଚୀର ପବିତ୍ରତା ବଜାୟ ରଖିବା ଉଚିତ ବୋଲି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି । ଅନ୍ୟପକ୍ଷରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁ଼ଙ୍କ ନେତୃତ୍ୱରେ ଗଠିତ ବେଞ୍ଚ ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କରେ କହିଛନ୍ତି ଯେ ପ୍ରକ୍ରିୟାଗତ ଜଟିଳତା କାରଣରୁ ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ନେବାରେ ବିଳମ୍ବ ହେବା ଉଚିତ ନୁହେଁ । ଏଥିସହ ସୁପ୍ରିମକୋର୍ଟ ମଧ୍ୟ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ଜାନୁଆରୀ ୩୧, ୨୦୨୪ ସୁଦ୍ଧା ଏନସିପିର ଆବେଦନ ଉପରେ ଅଜିତ ପାୱାର ଦଳର ନଅ ଜଣ ବିଧାୟକଙ୍କୁ ଗୃହର ସଦସ୍ୟତା ଅଯୋଗ୍ୟ ଘୋଷଣା କରିବାକୁ ନିଷ୍ପତ୍ତି ନେବାକୁ କହିଛନ୍ତି । ମହାରାଷ୍ଟ୍ର ସଚିବାଳୟ ଫେବୃଆରୀ ପର୍ଯ୍ୟନ୍ତ ସମୟ ମାଗିଥିଲା । ନିକଟରେ ମହାରାଷ୍ଟ୍ର ସଚିବାଳୟ ପକ୍ଷରୁ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଥିଲା ଯେଉଁଥିରେ ଦିୱାଲି ଛୁଟିଦିନ ଏବଂ ବିଧାନସଭାର ଶୀତକାଳୀନ ଅଧିବେଶନକୁ ଦର୍ଶାଇ ଏହି ପ୍ରସଙ୍ଗରେ ୨୯ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ସମୟ ମାଗିଥିଲେ । ସୁପ୍ରିମ କୋର୍ଟ କହିଛନ୍ତି ଯେ ଏଥିପାଇଁ ଏତେ ଦିନ ଅପେକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ । ଦିୱାଲୀ ଏବଂ ଅଧିବେଶନ ବ୍ୟତୀତ ୩୦ ଦିନ ଅଛି, ତେଣୁ ବିଧାନସଭାର ବାଚସ୍ପତି ୩୧ ଡିସେମ୍ବର ସୁଦ୍ଧା ଏହା ଉପରେ ନିଷ୍ପତ୍ତି ନେବା ଉଚିତ୍ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami