୩୫ ଟଙ୍କା ହଜିଯିବାରୁ ସତ ଉଗାଳିବାକୁ ପିଲାଙ୍କୁ ଦିଅଁ ଛୁଆଁଇଲେ ଶିକ୍ଷୟିତ୍ରୀ

Above Post Content

ପାଟନା:୩୫ ଟଙ୍କା ହଜିଯିବାରୁ ସତ ଉଗାଳିବାକୁ ପିଲାଙ୍କୁ ଦିଅଁ ଛୁଆଁଇଲେ ଶିକ୍ଷୟିତ୍ରୀ । ସ୍କୁଲର ସବୁ ପିଲାଙ୍କୁ ମନ୍ଦିରକୁ ନେଇ ଯାଇଥିବା ଏହି ଶିକ୍ଷୟିତ୍ରୀଙ୍କୁ ଶେଷରେ ଶିକ୍ଷା ବିଭାଗ ବଦଳି କରିଦେଇଛି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାଟି ଘଟିଛି ବିହାର ରାଜ୍ୟର ବାଙ୍କା ଜିଲାରେ ।

Middle post content

ଶିକ୍ଷୟିତ୍ରୀ ୧୨୨ ପିଲାଙ୍କୁ ନେଇଥିଲେ ମନ୍ଦିର

After 2nd paragraph post ads

ବାଙ୍କା ଜିଲ୍ଲାର ରାଜେନ ବ୍ଲକ୍ ଅନ୍ତର୍ଗତ ଆସ୍‌ମାନୀଛକ ଗାଁ ସ୍କୁଲ୍‌ର ପିଲାମାନେ ସବୁଦିନ ଭଳି ଗତ ବୁଧବାର ପହଞ୍ଚିି୍‌ଥିଲେ । ପରେ ଶିକ୍ଷୟିତ୍ରୀ ନୀତୁ କୁମାରୀ କିଛି ପିଲାଙ୍କୁ ପର୍ସରେ ରଖିଥିବା ପାଣି ବୋତଲ ଆଣିବାକୁ କହିଲେ । ତା’ର କିଛି ସମୟରେ ପରେ ନୀତୁ କୁମାରୀ ଦେଖିଲେ ପର୍ସରେ ୩୫ ଟଙ୍କା ନାହିଁ । ଏକଥା ପଚାରିବାରୁ ପିଲାମାନେ ସନ୍ତୋଷଜନକ ଉତ୍ତର ଦେଇପାରିଲେ ନାହିଁ । ତେଣୁ, ଶିକ୍ଷୟିତ୍ରୀ ନୀତୁ ସେମାନଙ୍କୁ ନିକଟବର୍ତ୍ତୀ ମନ୍ଦିରକୁ ନେଇ ଯାଇ କହିଲେ କି, ସେମାନେ ଟଙ୍କା ଚୋରି କରିନାହାନ୍ତି ବୋଲି ଠାକୁରଙ୍କ ନାଁ’ରେ ନିୟମ କରି କୁହନ୍ତୁ । ସେଦିନ ସ୍କୁଲ୍‌ରେ ସମୁଦାୟ ୧୨୨ଜଣ ପିଲା ଉପସ୍ଥିତ ଥିଲେ । ସ୍କୁଲ୍‌ର ଶିକ୍ଷକ ସଂଖ୍ୟା ୨ କିନ୍ତୁ, ସେଦିନ ସ୍କୁଲ୍‌କୁ ଯାଇଥିଲେ କେବଳ ନୀତୁ । ତେଣୁ ସବୁ ପିଲାଙ୍କୁ ମନ୍ଦିରକୁ ନେଇଯାଇଥିଲେ ନିତୁ । ଶିକ୍ଷୟିତ୍ରୀଙ୍କ ଏତାଦୃଶ ଆଚରଣ ଯୋଗୁଁ ଗ୍ରାମବାସୀମାନେ କ୍ଷୁବ୍ଧ ହୋଇ ତହିଁଆର ଦିନ ସ୍କୁଲ୍ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ପରେ ସରକାରୀ କର୍ତ୍ତୃପକ୍ଷ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ଶୁକ୍ରବାର ବ୍ଲକ୍ ଶିକ୍ଷାଧିକାରୀ କୁମାର ପଙ୍କଜ ନୀତୁଙ୍କୁ ବଦଳି କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami