ଟ୍ରେନ୍ ଦୁର୍ଘଟଣା: ୮ ମୃତ, ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

Above Post Content

ରାୟଗଡ଼ା: ଛାତିଥରା ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲାର କଣ୍ଟାକାପଲ୍ଲୀ ଏବଂ ଆଲାମଣ୍ଡା ଷ୍ଟେସନ ମଧ୍ୟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଟ୍ରେନ୍ ଦୁର୍ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ହେଲ୍‌ପଲାଇନ୍ ନମ୍ବର ଜାରି କରାଯାଇଛି । ଉଦ୍ଧାର ପାଇଁ ଭୁବନେଶ୍ୱରରୁ ଏକ ଟିମ୍ ବିଶାଖାପାଟଣା ଅଭିମୁଖେ ବାହାରିଛି ।

Middle post content

ଟ୍ରେନ୍‌ରୁ ଓହ୍ଲାଇ ଏଣେତେଣେ ଦୌଡ଼ି ପଳାଇଲେ ଯାତ୍ରୀ

After 2nd paragraph post ads

ବିଶାଖାପାଟଣା-ରାୟାଗଡା-୦୮୫୦୪ ଯାତ୍ରୀବାହୀ ଟ୍ରେନ୍‌କୁ ପଛପଟରୁ ପାଲାସା-ବିଶାଖା-୦୮୫୩୨ ଯାତ୍ରୀବାହୀ ଟ୍ରେନ ଧକ୍କା ଦେଇଥିଲା । ଫଳରେ ବିଶାଖାପାଟଣା-ରାୟାଗଡା ଟ୍ରେନ୍‌ର ତିନୋଟି ବଗି ଭାଙ୍ଗି ଚୁର୍‌ମାର ହୋଇଯାଇଥିଲା । ଦୁର୍ଘଟଣାଗ୍ରସ୍ତ ବଗିଗୁଡ଼ିକ ଲାଇନଚ୍ୟୁତ ହେବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ । ଜୀବନ ବଞ୍ଚାଇବା ଲାଗି ବହୁ ଯାତ୍ରୀ ଅନ୍ଧାର ଭିତରେ ଟ୍ରେନ୍‌ରୁ ଓହ୍ଲାଇ ଏଣେତେଣେ ଦୌଡ଼ି ପଳାଇଥିଲେ । ତେବେ ରାତିର ଅନ୍ଧାରରେ ଓଡ୍ରାଫ, ସ୍ଥାନୀୟ ଜନସାଧାରଣ, ଏନଡିଆରଏଫ କର୍ମଚାରୀ ଯାତ୍ରୀ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ ଡିଆରଏମ ସୌରଭ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦୁର୍ଘଟଣା ରିଲିଫ ଟ୍ରେନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଚାଲିଥିବା ରେଳ ବିଭାଗ କହିଛି । ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami