ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ଯାତ୍ରୀ

Above Post Content

ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରୁ ଅର୍କକ୍ଷେତ୍ର କୋଣାର୍କକୁ ଟ୍ରେନ୍‌ଲାଇନ୍ ଯୋଡ଼ିବ । ଓଡ଼ିଶାର ଏହି ଦୁଇ ଐତିହ୍ୟ ସ୍ଥାନକୁ ନୂଆ ରେଳଲାଇନ ନେଇ କେନ୍ଦ୍ରମନ୍ତ୍ରୀ ମଙ୍ଗଳବାର ଘୋଷଣା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୩୨ କିଲୋମିଟର ନୂଆ ରେଳଲାଇନ୍ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର ହୋଇଛି । ସୂର୍ଯ୍ୟମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡ଼ିବା ସ୍ୱପ୍ନ ସାକାର ହେବ । ପୁରୀରୁ କୋଣାର୍କକୁ ସ୍ୱତନ୍ତ୍ର ଭିଷ୍ଟାଡ୍ରୋମ୍ ଟ୍ରେନ୍ ଚାଲିବାର ବ୍ୟବସ୍ଥା ହେବ । ଟ୍ରେନ ଚାରି ପଟେ କାଚ ଲାଗିବ । ଯାତ୍ରୀମାନେ ଯାତ୍ରା ସମୟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଓଡ଼ିଶାରେ ଏହି ନୂତନ ବ୍ୟବସ୍ଥା ହେବା ଫଳରେ ପର୍ଯ୍ୟଟକମାନଙ୍କୁ ଟ୍ରେନ୍ ଯାତ୍ରା ସମୟରେ ନୂଆ ଅନୁଭୂତି ମିଳିପାରିବ ।

ଟ୍ରେନ୍ ଭିତରେ ହେବ ଜଗନ୍ନାଥ ସଂସ୍କୃତିର ପ୍ରଚାର

After 2nd paragraph post ads
Middle post content

ଟ୍ରେନ୍ ଯାତ୍ରୀମାନେ ଟ୍ରେନ୍ ଭିତରେ ଥାଇ ବାହାର ଦୃଶ୍ୟ ଦେଖିପାରିବେ । ବିଶେଷ କରି ପୁରୀରୁ କୋଣାର୍କ ଯିବା ବେଳେ ମନଲୋଭା ଦୃଶ୍ୟକୁ ଉପଭୋଗ କରିପାରିବେ । ସେହିପରି ଟ୍ରେନ୍ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ବ୍ୟବସ୍ଥା ମଧ୍ୟ କରାଯିବ । ଟ୍ରେନ୍ ଭିତରେ ଏଆର ଭିଆର ଟେକ୍ନୋଲୋଜିରେ ଜଗନ୍ନାଥ ସଂସ୍କୃତି ଦର୍ଶନର ବ୍ୟବସ୍ଥା ରହିବ । ଜଗନ୍ନାଥ ସଂସ୍କୃତି ବିଷୟରେ ଲୋକ ଜାଣିବା ସହ ଆଧ୍ୟାତ୍ମିକ ଏବଂ ଐତିହାସିକ ପର୍ଯ୍ୟଟନରେ ଅଧିକ ବିକାଶ ହୋଇପାରିବ । ରେଳ ଲାଇନ ପାଇଁ କେନ୍ଦ୍ରମନ୍ତ୍ରୀ ଜମି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । ଏଥିପାଇଁ ୨୧୫ ହେକ୍ଟର ଜମି ଆବଶ୍ୟକ । ଡିଜାଇନ୍ ପାଖାପାଖି ସଂପୂର୍ଣ୍ଣ ହୋଇଗଲାଣି । ୩୨ କିମି ୪ରୁ ୫ଟି ଜାଗାରେ ସ୍ପେଶଲ୍ ଟୁରିଷ୍ଟ ହେବ ସ୍ଥାପନ ହେବ । ସେଥିପାଇଁ ମଧ୍ୟ ରାଜ୍ୟ ସରକାରଙ୍କଠାରୁ ଜମି ଦରକାର ।

୧୦ ବର୍ଷରେ ୪୦୯ଟି ରେଲୱେ ଫ୍ଲାଏ ଓଭର ହୋଇଛି ନିର୍ମାଣ

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ୧୦ ବର୍ଷ ଭିତରେ ୪୦୯ଟି ରେଲୱେ ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ସରିଛି । ୨୨୦ଟି ଫ୍ଲାଏ ଓଭର ଏବଂ ଅଣ୍ଡର ପାସ କାମ ଚାଲିଛି । ଓଡ଼ିଶା ପାଇଁ ୫୩୩୩ଟି ମୋବାଇଲ ଟାୱାର ଅନୁମୋଦନ ହୋଇଛି । କେନ୍ଦ୍ର ସରକାର ଏଥିପାଇଁ ୫୬୦୦ କୋଟି ଟଙ୍କାରେ ମଞ୍ଜୁର କରିଛନ୍ତି । ୨୦୨୩ ଜାନୁଆରିରେ ଅର୍ଥ ଅନୁମୋଦନ ହୋଇଥିଲା । ଏଥିରୁ ୬୮୪ଟି ଟାୱାର କାମ ସରି ଯାଇଛି । ବହୁତ କମ୍ ଦିନରେ ଟାୱାର ନିର୍ମାଣ କାମ ସରିଛି । ୩୧୧୨ଟି ଟାୱାର ପାଇଁ କାମ ଆରମ୍ଭ ହୋଇଯାଇଛି । ଯେତେ ଶୀଘ୍ର ରାଜ୍ୟ ସରକାର ଟାୱାର ପାଇଁ ସାଇଟ ବାବଦରେ ସହଯୋଗ କରିବେ ସେତେ ଶୀଘ୍ର କାମ ସରିବ । ପଶ୍ଚିମ ଓଡ଼ିଶାର ସଂସ୍କୃତିକୁ ନେଇ ୫ଟି ଜିଲ୍ଳାରେ ୪୨ଟି ପୋଷ୍ଟ ଅଫିସ ଉଦଘାଟନ ହୋଇଛି । ୫ଟି ଡାକ ଟିକେଟ ମଧ୍ୟ ଉନ୍ମୋଚନ ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami