ବେଳାଭୂମିରେ ନାଲି କଙ୍କଡ଼ା ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

Above Post Content

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ବେଳାଭୂମିରେ ନାଲି କଙ୍କଡ଼ା ଦେଖିବାକୁ ମିଳିଥାଏ ।ଯେମିତି କି ଭିତରକନିକା ନଦୀ ପଠା ବା ପେଣ୍ଠ ବେଳାଭୂମୀ, ସାତଭାୟା ବେଳାଭୂମି ଓ ହବାଳିଖଟି ବେଳାଭୂମିରେ ଲକ୍ଷାଧିକ ସଂଖ୍ୟାରେ ନାଲି କଙ୍କଡାଙ୍କ ଖେଳ ପର୍ଯ୍ୟଟକଙ୍କ ମନମୁଗ୍ଧ କରିଥାଏ । ସୁନେଲି ରଙ୍ଗର ସମୁଦ୍ର ବାଲିର ଶଯ୍ୟା ଉପରେ ଲାଲ ରଙ୍ଗର ଏହି କଙ୍କଡାମାନେ ବିଚରଣ କରୁଥିବା ଦୃଶ୍ୟ ପ୍ରକୃତିପ୍ରେମୀ ଏବଂ ପରିବେଶପ୍ରେମୀଙ୍କୁ ବେଶ୍ ଆକର୍ଷିତ କରିଥାଏ । ଏହି ପ୍ରଜାତିର କଙ୍କଡା ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ର ସମୁଦ୍ର ଉପକୂଳ ଅଂଚଳରେ ଅଧିକ ମାତ୍ରାରେ ଦେଖିବାକୁ ମିଳନ୍ତି । ସାମୁଦ୍ରିକ ଝଡ଼, ସୁନାମୀ ଭଳି ପ୍ରାକୃତିକ ବିପର‌୍ୟ୍ୟୟ ଆସିବାର ସୂଚନା ଏମାନେ ଶୀଘ୍ର ବାରି ପାରନ୍ତି । ସମୁଦ୍ରର ସୁନେଲି ବାଲିଶଯ୍ୟା ଉପରେ ସିନ୍ଦୁର ଲାଲ ରଙ୍ଗର ଟୋପା ଭଳି ଏମାନଙ୍କ ଚଳପ୍ରଚଳ ବାଲୁକା ଶଯ୍ୟାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବହୁଗୁଣିତ ହୋଇଥାଏ ।

ଅଲିଭରିଡଲେ ଶାବକକୁ ଟାଣି ଟାଣି ନେଇ ସମୁଦ୍ରରେ ଛାଡ଼ନ୍ତି ଏହି କଙ୍କଡ଼ା

After 2nd paragraph post ads
Middle post content

ବିଶେଷକରି ସାତଭାୟାରୁ ହବାଳିଖଟି ମଧ୍ୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ନାଲି କଙ୍କଡା ଦେଖିବାକୁ ମିଳିଥାଏ । ଏହି ପ୍ରଜାତିର କଙ୍କଡାର ନାମ ଲାଲ ଫିଡଲର କ୍ରାବ ବା ନାଲି କଙ୍କଡା । ଏମାନେ ଦ୍ରୁତ ଗତିରେ ଦୌଡି ବାଲି ଓ କାଦୁଅରେ କରିଥିବା ଗାତରେ ପଶିିଯାଆନ୍ତି । ବିଶେଷ କରି ସମୁଦ୍ର ବାଲିରେ ଅଧିକ ସଂଖ୍ୟାରେ ଏମାନଙ୍କୁ ଦେଖିବାକୁ ମିଳେ । ବେଳାଭୂମିରେ ଏହି ପ୍ରଜାତିର ଛୋଟ ଛୋଟ କଙ୍କଡା ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ଅଲିଭରିଡଲେ ଶାବକ ସମୁଦ୍ରକୁ ଯିବା ବେଳେ ନାଲି କଙ୍କଡା ସେମାନଙ୍କୁ ଟାଣି ଟାଣି ନେଇଥାଏ,ଯାହା ପର୍ଯ୍ୟଟକଙ୍କ ମନ୍ତ୍ରମୁଗ୍ଧ କରିଥାଏ ।

ବାଲୁକା ଶଯ୍ୟାରେ ଶୋଭାବର୍ଦ୍ଧନ କରିଥାନ୍ତି ଏହି ବିରଳ ପ୍ରଜାତିର କଙ୍କଡା

ମହାକାଳପଡ଼ା ଉପକୂଳ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଶୋଭାବର୍ଦ୍ଧନ କରିଥାଏ ଏହି ବିରଳ ପ୍ରଜାତିର ଲାଲ ରଙ୍ଗର କଙ୍କଡା । ଏହି ସାମୁଦ୍ରିକ ଅଭୟାରଣ୍ୟ ଅନ୍ତର୍ଗତ ହୁକିଟୋଲା, ତଣ୍ଡା, ମାଦଳୀ ଦୀପ, ଅଗରନାସି, ଲଞ୍ଚଘୋଲା ପ୍ରଭୃତି ଅଞ୍ଚଳରେ ଏହି କଙ୍କଡା ଦେଖିବାକୁ ମିଳନ୍ତି । ଏହି କଙ୍କଡାର ଲମ୍ବା ଦୁଇ ଇଞ୍ଚ ହୋଇଥାଏ । ଏମାନେ ଦୁଇ /ତିନି ଫୁଟ ଗଭୀର ଗାତ କରି ସମୁଦ୍ର ବାଲିରେ ରହିଥାନ୍ତି । ସମୁଦ୍ରର ମଲା ମାଛ, ଶୈବାଳ ଏବଂ ଛୋଟ ଛୋଟ ଜୀବକୁ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି ଏହି କଙ୍କଡ଼ା । ଏହି ଜୀବ ସମୁଦ୍ର ବାଲିରେ ଉପରକୁ ଉଠି ବୁଲାବୁଲି କରୁଥିବା ବେଳେ ମଣିଷ ବା ଅନ୍ୟ ଜୀବମାନଙ୍କୁ ଦେଖିଲେ ଦ୍ରୁତ ଗତିରେ ଯାଇ ଗାତ ଭିତରେ ପଶିଯାଇଥାନ୍ତି । ଏମାନଙ୍କ ଆୟୁଷ ପ୍ରାୟ ଦୁଇ ବର୍ଷ ରହିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami