ସାନ୍ ମାରିନୋର ୧୧ ହଜାର ଲୋକଙ୍କ ଭାଗରେ ଗୋଟିଏ ପଦକ, ଭାରତର ୧୯ କୋଟି ଲୋକଙ୍କ ପାଇଁ ଗୋଟିଏ !

Above Post Content

ଟୋକିଓ ଅଲମ୍ପିକ୍ସର ସମାପନ ଘଟିଛି । ଭାରତ ପାଇଁ ଏହା ତା’ ଇତିହାସର ସବୁଠାରୁ ସଫଳ ଅଲମ୍ପିକ୍ସ ବୋଲି କୁହାଯାଇପାରେ । ପ୍ରଥମ ଥର ପାଇଁ ଭାରତ ସର୍ବାଧିକ ୭ ମେଡାଲ ପାଇଛି । ଏହା ସହ ଭାରତ ପ୍ରଥମଥର ପାଇଁ ଫିଲ୍ଡ ଓ ଟ୍ରାକ୍ ଇଭେଣ୍ଟରେ ଖାତା ମଧ୍ୟ ଖୋଲିଛି । ତେବେ ଏହାରି ଭିତରେ ଗୋଟିଏ ଦୁଃଖଦ ତଥ୍ୟ ମଧ୍ୟ ରହିଛି । ଅଲମ୍ପିକ୍ସରେ ୨ଶହ ଦେଶ ଭାଗ ନେଇଥିଲେ । ଏହି ଦେଶଙ୍କ ମଧ୍ୟରେ ୟୁରୋପର ଗୋଟିଏ ଛୋଟ ଦେଶ ଥିଲା । ଯାହାର ନାମ ହେଉଛି ସାନ୍ ମାରିନୋ । ସାନ୍ ମାରିନୋର ଜନସଂଖ୍ୟା ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଥିବା ଭୂବନ ଏନଏସିଠାରୁ ମଧ୍ୟ କମ ହୋଇପାରେ । ସାନ୍ ମାରିନୋର ଜନସଂଖ୍ୟା ହେଉଛି ମାତ୍ର ୩୯ ହଜାର । ଏହି ଦେଶର ୫ ଜଣ ଖେଳାଳୀ ଅଲମ୍ପିକ୍ସକୁ ଯାଇଥିଲେ । ଭାରତରୁ ଯାଇଥିଲେ ୧୨୪ । ଭାରତର ଜନସଂଖ୍ୟା ୧୩୫ କୋଟି । ସାନ ମାରିନୋର ଜନସଂଖ୍ୟା ୩୯ ହଜାର । କିନ୍ତୁ ଅନ୍ତର ଏଇଠି ସରୁଛି ।

ସାନ୍ ମାରିନୋ ଜିତିଛି ୩ ମେଡାଲ !

After 2nd paragraph post ads

ଜନସଂଖ୍ୟାରେ ସାନ ମାରିନୋ ଭାରତଠାରୁ କମ କିନ୍ତୁ ମେଡାଲ ମାମଲାରେ ଏଭଳି ଅନ୍ତର ନାହିଁ । ୧୩୫ କୋଟି ଜନସଂଖ୍ୟାର ଭାରତ ଯିତିଛି ୭ ମେଡାଲ । ୩୯ ହଜାର ଜନସଂଖ୍ୟାର ସାନ ମାରିନୋ ଜିତିଛି ୩ ମେଡାଲ । ଯଦି ଜନସଂଖ୍ୟା ଦୃଷ୍ଟିରୁ ଦେଖାଯାଏ ତେବେ ସାନ ମାରିନୋର ୧୧ ହଜାର ଲୋକଙ୍କ ଭାଗରେ ଗୋଟିଏ ମେଡାଲ ପଡିଛି । କିନ୍ତୁ ଭାରତର ୧୯ କୋଟି ଲୋକଙ୍କ ଭାଗରେ ପଡିଛି ଗୋଟିଏ ମେଡାଲ ।

Middle post content

ସାନ ମାରିନୋ ଚଳିତ ବର୍ଷ ପଂଚଦଶ (୧୫)ଥର ପାଇଁ ଅଲମ୍ପିକ୍ସ ମୈଦାନକୁ ଓହ୍ଲାଇ ଥିଲା । ଏହା ପୂର୍ବରୁ ଏହି ଦେଶକୁ ଗୋଟିଏ ମଧ୍ୟ ପଦକ ମିଳିନଥିଲା । କିନ୍ତୁ ଚଳିତ ବର୍ଷ ସାନ୍ ମାରିନୋ ଚମତ୍କାର ପ୍ରଦର୍ଶନ କରିଛି । ଏହି ଦେଶ ସୁଟିଂରେ ରୌପ୍ୟ ଓ ବ୍ରୋଂଜ୍ ପାଇଛି । ଅନ୍ୟପକ୍ଷରେ କୁସ୍ତିରେ ବ୍ରୋଂଜ୍ ପଦକ ମଧ୍ୟ ଜିତିଛନ୍ତି ସାନ୍ ମାରିନୋ ଜିତିଛି । ଅନ୍ୟପକ୍ଷରେ ଯଦି ଭାରତ କଥା କହିବା ତେବେ ଭାରତ ପାଇଁ ଏହା ହେଉଛି ୨୫ତମ ଅଲମ୍ପିକ୍ସ । ଏହା ପୂର୍ବରୁ ଭାରତ ୨୪ ଥର ଅଲମ୍ପିକ୍ସରେ ଯୋଗ ଦେଇଛି । ଟୋକିଓ ପୂର୍ବରୁ ଭାରତକୁ ମୋଟ ୨୮ ଅଲମ୍ପିକ୍ସ ମେଡାଲ ମିଳିଛି । ଏହି ୨୮ ମେଡାଲ ମଧ୍ୟରେ ରହିଛି ୯ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୨ ବ୍ରୋଂଜ୍ । ଟୋକିଓରେ ଏଥର ଭାରତର ୧୨୪ ଖେଳାଳୀ ଭାଗନେଇ ଜିତିଛନ୍ତି ୭ ପଦକ ।

ଭାରତ ୮ ଖେଳରେ ଜିତିଛି, ସାନ୍ ମାରିନୋ ୨ ଖେଳରେ

ଭାରତୀୟ ଖେଳାଳୀଙ୍କ କଥା ଯଦି କହିବା ତେବେ ସେମାନେ ଅଲମ୍ପିକ୍ସ ଇତିହାସରେ ପଦକ ଜିତିଛନ୍ତି । ଭାରତକୁ ଏପର୍ଯ୍ୟନ୍ତ ବ୍ୟାଡମିଣ୍ଟନ, ବକ୍ସିଂ, ହକି, ଶୁଟିଂ, ଟେନିସ, ଭାରତ୍ତୋଳନ ଓ କୁସ୍ତିରେ ପଦକ ମିଳିଛି । ଅନ୍ୟପକ୍ଷରେ ସେନ୍ ମାରିନୋ ଏପର୍ଯ୍ୟନ୍ତ ଦୁଇଟି ଖେଳରେ ପଦକ ଜିତିଛି । ଶୁଟିଂ ଓ କୁସ୍ତିରେ ଏହାର ଖେଳାଳୀ ପଦକ ଜିତିବାରେ ସଫଳ ହୋଇଛନ୍ତି । ସେନ୍ ମାରିନୋ ଏପର୍ଯ୍ୟନ୍ତ କୌଣସି ସ୍ୱର୍ଣ୍ଣ ପଦକ ଜିତି ପାରିନଥିଲେ ମଧ୍ୟ ଏହାର ଜନସଂଖ୍ୟା ଦୃଷ୍ଟିରୁ ଏହା ଭାରତ ସହିତ ଅନେକ ଏସୀୟ ଦେଶଙ୍କଠାରୁ ଢେର ଆଗରେ ଅଛି ସେଥିରେ ଦ୍ୱିମତ ନାହିଁ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami