ଭାରତ ପାଇଁ ସ୍ୱର୍ଣ୍ଣ ଆଣିଥିବା ନୀରଜଙ୍କ ପୂର୍ବଜ ପାନିପଥ ଯୁଦ୍ଧରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳୀ

Above Post Content

ନୀରଜ ଚୋପ୍ରା ଏବେ ଦେଶର ଏକ ପରିଚିତ ନାମ । ସେନାର ଏହି ଜୁନିଅର କମିଶନଡ୍ ଅଫିସର ଟୋକିଓ ଅଲମ୍ପିକ୍ସରେ ଭାରତକୁ ଦେଇଛନ୍ତି ତା’ର ପ୍ରଥମ ଟ୍ରାକ୍ ଆଣ୍ଡ୍ ଆଥଲେଟିକ୍ସ ମେଡାଲ । ନୀରଜଙ୍କ ବାପା ଜଣେ କୃଷକ । ନୀରଜଙ୍କ ପ୍ରାରମ୍ଭିକ ଜୀବନ ଥିଲା ବେସ ସଂଘର୍ଷପୂର୍ଣ୍ଣ । ନୀରଜଙ୍କ ଜୀବନକୁ ନେଇ ଏବେ ଅନେକ କଥା ସାମ୍ନାକୁ ଆସୁଛି । ତାହାରି ଭିତରୁ ଗୋଟିଏ ଭାରତ ଇତିହାସର ଏକ ମୋଡ ପରିବର୍ତ୍ତନାକାରୀ ଘଟଣା ସହିତ ଜଡିତ ।

ନୀରଜ ଭାରତୀୟ ସେନାର ଅଧିକାରୀ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ନୀରଜଙ୍କ ପରିବାରର ସେନା ସହିତ ସମ୍ପର୍କ ବେଶ ପୁରୁଣା । ଦେଶର ସୁରକ୍ଷା ପାଇଁ ଜୀବନର ଆହୁତି ଦେବା ନୀରଜଙ୍କ ପରିବାରର ପରମ୍ପରା । ନୀରଜଙ୍କ ପରିବାର ୧୭୬୧ ମସିହାର ପାନିପଥ ଯୁଦ୍ଧରେ ଆଫଗାନିସ୍ତାନର ଲୁଟେରା ଅହମ୍ମଦ ଶାହା ଦୁରାନୀ ବିରୋଧରେ ଲଢିଥିଲେ ।

After 2nd paragraph post ads

ତୃତୀୟ ପାନିପଥ ଯୁଦ୍ଧ ଓ ନୀରଜଙ୍କ ପରିବାର

ପାନିପଥ ଯୁଦ୍ଧ ଭାରତୀୟ ଇତିହାସର ଏକ ମୋଡ ପରିବର୍ତ୍ତନାକାରୀ ଘଟଣା । ପ୍ରଥମ ପାନିପଥ ଯୁଦ୍ଧ ଭାରତରେ ମୋଗଲ ସାମ୍ରାଜ୍ୟର ନିଅଁ ରଖିଥିଲା । ଆଉ ତୃତୀୟ ପାନିପଥ ଯୁଦ୍ଧ ଭାରତରେ ମୋଗଲ ସାମ୍ରାଜ୍ୟର ପତନ ଘଟାଇଥିଲା । ମୋଗଲ ସାମ୍ରାଜ୍ୟ ଦୁର୍ବଳ ହୋଇ ପଡିଥିବା ବେଳେ ଭାରତରେ ମରାଠା ଶକ୍ତିର ଉଦୟ ହୋଇଥିଲା । ମୋଗଲ ସାମ୍ରାଜ୍ୟର ପତନ ପାଇଁ ମରାଠା ସାମ୍ରାଜ୍ୟକୁ ଦାୟୀ କରାଯାଏ । ଔରଙ୍ଗଜେବ ପରେ ମୋଗଲ ଶାସକ ଏକ ରକମ ମରାଠା ଶକ୍ତିର ଦୟା ଉପରେ ନିର୍ଭର କରୁଥିଲା । ଏହି ସମୟରେ ମରାଠା ସାମ୍ରାଜ୍ୟ ଓଡ଼ିଶାର କଟକଠାରୁ ପାକିସ୍ତାନର ଅଟକ ପର୍ଯ୍ୟନ୍ତ ବିସ୍ତାରିତ ଥିଲା । ସେତିକିବେଳେ ୪ ଜଣ ଭାରତୀୟ ଶାସକଙ୍କ ନିମନ୍ତ୍ରଣରେ ଅହମ୍ମଦ ଶାହା ଦୁରାନୀ ଭାରତ ଉପରେ ଆକ୍ରମଣ କରିଥିଲା । ଦିଲ୍ଲୀଠାରୁ ୯୭ କିଲୋମିଟର ଦୂରରେ ଥିବା ପାନିପଥଠାରେ ମରାଠା ସେନା ଓ ଆଫଗାନୀ ସେନା ମଧ୍ୟରେ ଯୁଦ୍ଧ ହୋଇଥିଲା । ମରାଠାଙ୍କ ପକ୍ଷରୁ ଏହି ଯୁଦ୍ଧର ନେତୃତ୍ୱ ନେଉଥିଲେ ପେଶୱା ସଦାଶିବ ରାଓ ଭାଉ । ଏହି ଯୁଦ୍ଧରେ ମରାଠା ସେନା ପରାସ୍ତ ହୋଇଥିଲା । ପ୍ରାୟ ୬୦ରୁ ୭୦ ହଜାର ସୈନିକ ଏହି ଯୁଦ୍ଧରେ ପ୍ରାଣ ହରାଇଥିବା କୁହାଯାଏ ।

Middle post content

ନୀରଜଙ୍କ ପରିବାରର ପାନିପଥ ଯୁଦ୍ଧ ସହିତ ସମ୍ପର୍କ କ’ଣ ?

ନୀରଜଙ୍କ ପରିବାର ଯୁଦ୍ଧ ଲଢିବା ପାଇ ମହାରାଷ୍ଟ୍ରରୁ ପାନିପଥ ଆସିଥିଲେ । ମରାଠା ସେନାରେ ଖାଲି ସୈନିକ ନଥିଲେ । ସେହି ସେନା ସହ ମରାଠା ସୈନିକ ନିଜ ପରିବାରକୁ ମଧ୍ୟ ନେଇ ଆସିଥିଲେ । ଉତ୍ତର ଭାରତର ବିଭିନ୍ନ ତିର୍ଥସ୍ଥାନ ବୁଲିବା ଥିଲା ସେନା ସହିତ ଆସିଥିବା ସାଧାରଣ ଲୋକଙ୍କ ଇଛା । ନୀରଜଙ୍କ ପୂର୍ବଜ ମଧ୍ୟ ସେନା ସହିତ ଆସିଥିଲେ । ସେମାନଙ୍କ ପୂର୍ବଜଙ୍କ ମଧ୍ୟରୁ ଅନେକ ଏହି ଯୁଦ୍ଧରେ ଜୀବନ ହାରିଥିଲେ । ଯୁଦ୍ଧ ସରିବା ପରେ କିଛି ମରାଠୀ ସୈନିକ ଓ ସେମାନଙ୍କ ପରିବାର ମହାରାଷ୍ଟ୍ରକୁ ନଫେରି ପାନିପଥରେ ରହିଯାଇଥିଲେ । ନୀରଜଙ୍କ ପୂର୍ବଜ ସେହିମାନଙ୍କ ମଧ୍ୟରେ ଥିଲେ । ହରିଆନାରେ ଏବେ ମଧ୍ୟ ଅନେକ ମରାଠୀ ପରିବାର ରୁହନ୍ତି ।

ନୀରଜଙ୍କ ମହାରାଷ୍ଟ୍ର ସମ୍ପର୍କକୁ ମନେ ପକାଇଲେ ମରାଠି ନେତା

ନୀରଜ ସ୍ୱର୍ଣ୍ଣ ପଦକ ପାଇବା ପରେ ତାଙ୍କର ମରାଠି ସମ୍ପର୍କକୁ ମହାରାଷ୍ଟ୍ରର କିଛି ନେତା ମନେ ପକାଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ । ଫଡନାବିସ ଟ୍ୱିଟ୍ କରି ନୀରଜଙ୍କ ପୂର୍ବଜ କେମିତି ପାନିପଥ ଯୁଦ୍ଧ ଲଢିବାକୁ ଉତ୍ତର ଭାରତକୁ ଯାଇଥିଲେ ସେ କଥା ଉଲ୍ଲେଖ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami