ଓଡ଼ିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିଲା

Above Post Content

ଭୁବନେଶ୍ୱର: ଓଡ଼ିଶାର ରେଳ ଭିତ୍ତିଭୂମି ଆଉ ଗୋଟିଏ ପାଦ ଆଗେଇଛି । ରାଜ୍ୟରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁରୀ-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ ସେବାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିକାଶ ପାଇଁ ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତ ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ଅବସରରେ ଏହି ସେବା ଆରମ୍ଭ କରିଛନ୍ତି । ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶ ଉଦ୍ଦେଶ୍ୟରେ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ।

Middle post content

ପୁରୀରୁ ବିଶାଖାପାଟଣା ଯିବ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌

After 2nd paragraph post ads

ପୁରୀରୁ ଆରମ୍ଭ ହୋଇଥିବା ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ବିଶାଖାପଟନମ୍ ପର୍ଯ୍ୟନ୍ତ ଚାଲିବ । ପୁରୀ ଓ ବିଶାଖାପାଟଣା ମଧ୍ୟରେ ଖୋର୍ଦ୍ଧା, ବାଲୁଗାଁ ଓ ବ୍ରହ୍ମପୁର ଟ୍ରେନ୍ ରହଣୀ କରିବ । ଶନିବାର ବ୍ୟତୀତ ସପ୍ତାହର ୬ ଦିନ ଏହା ଚାଲିବ । ଗତବର୍ଷ ମେ’ ମାସରେ ଓଡ଼ିଶାରେ ପ୍ରଥମ ଥର ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌ର ଶୁଭାରମ୍ଭ ହୋଇଥିଲା । ଏହା ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରୁଛି । ସେହିପରି ୨୦୨୩ ସେପ୍ଟେମ୍ବର ମାସରେ ପୁରୀ ଓ ରାଉଲକେଲା ମଧ୍ୟରେ ୨ୟ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଛି । ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୧୬୨ଟି ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍‌, ୪୧ଟି ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ ଷ୍ଟଲ୍‌, ୫୦ଟି ସୋଲାର୍ ପାୱାର୍ ଷ୍ଟେସନ୍‌, ୫ଟି ଗୁଡ୍‌ସ ଶେଡ୍‌, ୯ଟି ନୂଆ ଲାଇନ ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, ୪ଟି ଅଟୋ ସିଗନାଲ୍ ସିଷ୍ଟମ୍‌, ଗୋଟିଏ ଗତି ଶକ୍ତି ଟର୍ମିନାଲ୍‌, ଗୋଟିଏ ଜନ ଔଷଧି କେନ୍ଦ୍ର ଏବଂ ଗୋଟିଏ ରେଳ କୋଚ୍ ରେଷ୍ଟୁରାଣ୍ଟ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami