ଜାମୁଝରୀରେ ହେବ ମଡେଲ କାରାଗାର , ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍‌

Above Post Content

ଭୁବନେଶ୍ୱର: ବହୁଦିନର ପ୍ରତୀକ୍ଷାର ଅନ୍ତ ଘଟିବ । ସ୍ଥାନାନ୍ତର ହେବ ଝାରପଡ଼ା ଜେଲ୍ । ମଙ୍ଗଳବାର ଜାମୁଝରିଠାରେ ନୂତନ ଜେଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ରାଜ୍ୟର ସବୁଠାରୁ ବଡ ଓ ପ୍ରଥମ ସବୁଜବଳୟ ମଡେଲ କାରାଗାର ହେବ । ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ବେଙ୍ଗାଲୁରୁ, ହାଇଦ୍ରାବାଦ୍‌, ଗୁରଗାଓଁ, ରୋହତକ, ପାନିପଥ, ଅମ୍ରିତସର, ଦିଲ୍ଲୀର ତିହାର, ମଡେଲ ଜେଲ୍ ଓ ହରିଆନାର ନୁହ୍ ଜେଲ ପରିଦର୍ଶନ ପରେ ଜମୁଝରୀ ସବୁଜ ବଳୟ ମଡେଲ କାରାଗାରର ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଏନେଇ ଜାମୁଝରି ବିଜୁପଟ୍ଟନାୟକ ଜେଲ୍ ଏକାଡେମି ଠାରେ ପ୍ରାୟ ୪୫ଏକର ବିଶିଷ୍ଟ ଏକ ଜମି ଚିହ୍ନଟ ସରିଛି । ସେଠାରେ ଅନ୍ତର୍ଜାତୀୟ ସ୍ତରର ୬ମହଲା ବିଶିଷ୍ଟ ଏକ ବିଶାଳ ଜେଲ୍ ନିର୍ମାଣ ହେବ । ତାହା ହେବ ବିଦେଶୀ ଢାଞ୍ଚାରେ ନିର୍ମିତ ରାଜ୍ୟର ପ୍ରଥମ ଅତ୍ୟାଧୁନିକ ପ୍ରଦୂଷଣମୁକ୍ତ ଜେଲ୍ । ସେଠାରେ କଏଦୀଙ୍କ ଶାରୀରିକ ବିକାଶ ଠାରୁ ଆରମ୍ଭ କରି ମାନସିକ ସ୍ଥିତିରେ ସୁଧାର ଆଣିବା, ଦକ୍ଷତା ବିକାଶ କରିବା ପାଇଁ ବିଭିନ୍ନ ଯୋଜନାରେ ତାଲିମ ଦିଆଯିବ ।

ମହିଳା ଓ କିନ୍ନର କଏଦୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

After 2nd paragraph post ads
Middle post content

ଝାରପଡ଼ା ଜେଲ୍‌ରେ ୯୯୧ଜଣ କଏଦୀ ରହିବା ପାଇଁ ବ୍ୟବସ୍ଥା ଥିବା ବେଳେ ବର୍ତ୍ତମାନ ୧,୩୦୦ରୁ ଅଧିକ କଏଦୀ ଅଛନ୍ତି । ଦିନକୁ ଦିନ ଜେଲ୍‌ରେ କଏଦୀ ସଂଖ୍ୟା ବଢ଼ି ଚାଲିଛି । ତେଣୁ କଏଦୀଙ୍କୁ ରଖିବାରେ ବହୁ ସମସ୍ୟା ହେଉଛି । ଜାଗା ଅଭାବରୁ ଅନେକ ପ୍ରକଳ୍ପ ସମ୍ଭବ ହେଉନି । କଏଦୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ତାଲିମ ଦେବାରେ ସମସ୍ୟା ହେଉଛି । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଜେଲ୍ ସ୍ଥାନାନ୍ତର ପାଇଁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି । ନୂଆ ଜେଲ୍‌ରେ ୨,୫୦୦ କଏଦୀ ରହିପାରିବେ । ତା’ ଭିତରେ ସ୍ୱତନ୍ତ୍ର ହସ୍ପିଟାଲ, ଆମ୍ଫି ଥିଏଟର, ଲାଇବ୍ରେରି, ଜିମ୍‌, ବେକରି, ଫୁଡ଼ ପ୍ରୋସେସିଂ ୟୁନିଟ୍ ରହିବ । ସେହିପରି ମହିଳା କଏଦୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ସ୍ଥାନ । କିନ୍ନରଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ଏହାଛଡ଼ା ସେଠାରେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ କଡ଼ାକଡ଼ି ବ୍ୟବସ୍ଥା ଗ୍ରହଣ କରାଯିବ । ବାୟୋମେଟ୍ରିକ୍ ବ୍ୟବସ୍ଥା ସହ ଜାମର ଓ ଅତ୍ୟାଧୁନିକ ସ୍କାନର ଲାଗିବ । ଗ୍ରିନ୍ ଜେଲ୍ ବା ଜିରୋ କାର୍ବନ୍ ଏମିସନ୍ ପାଇଁ ସୌର ବିଦ୍ୟୁତ୍ ଉପରେ ଗୁରୁତ୍ୱ ଦିଆଯିବ ।

କଏଦୀଙ୍କୁ ଦିଆଯିବ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍‌

ଜେଲରେ ସଂସ୍କାର ଓ ପୁନର୍ବାସ ବ୍ୟବସ୍ଥା କରାଯିବ । ଏଥିପାଇଁ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍ ପ୍ରଦାନ କରାଯିବ । କଏଦୀମାନଙ୍କ ପାଇଁ ଶାରୀରୀକ ବ୍ୟାୟାମ୍‌, ଖେଳ ଓ ଜିମର ବ୍ୟବସ୍ଥା କରାଯିବ । ଯୋଗ, ଧ୍ୟାନ ରୁମ ରହିବ । ଜେଲ କମ୍ୟୁନିଟି ରେଡିଓ, ବ୍ୟବହାରରେ ପରିବର୍ତ୍ତନ ପାଇଁ ତାଲିମ୍ ଏବଂ କାଉନସେଲିଂ ରୁମ୍ ନିର୍ମାଣ କରାଯିବ । ଏହାସହ ୧୨୫ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ୧୦ଟି ଆଇସିୟୁ ବେଡ୍‌, ମାନସିକ ରୋଗୀ ୱାର୍ଡ, ଡେଣ୍ଟାଲ କେୟାର, ପାଥୋଲ୍ୟାବ୍ ଓ ଡାଇଗ୍ନୋଷ୍ଟିକ୍ ସେଣ୍ଟର ରହିବ । ୨ ବର୍ଷ ମଧ୍ୟରେ ପ୍ରକଳ୍ପ ସାରିବାକୁ ଯୋଜନା କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami