ରାଜଧାନୀରେ ହେବ ଟ୍ରାଫିକ୍ ପାର୍କ: ଜ୍ଞାନ ଆହରଣ କରିବେ ଛାତ୍ରଛାତ୍ରୀ

Above Post Content

ଭୁବନେଶ୍ୱର: ପ୍ରଥମକରି ରାଜଧାନୀରେ ହେବ ଟ୍ରାଫିକ୍ ପାର୍କ । ଝାରପଡ଼ା ଟ୍ରାଫିକ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ ଉକ୍ତ ପାର୍କ ନିର୍ମାଣ କରାଯିବ । ପାର୍କରେ ଏକ ସ୍ୱୟଞ୍ଚାଳିତ ମଡେଲ ରହିବ । ଉକ୍ତ ମଡେଲ ଟ୍ରାଫିକ ବିଷୟରେ ସ୍ୱଂୟଚାଳିତ ଭାବେ ସଚେତନ କରିବ । ବିଶେଷକରି ଉକ୍ତ ପାର୍କ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ । ସେଠାରେ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ ବିଷୟରେ ଜ୍ଞାନ ଦିଆଯିବା ସହ ପାଠ ପଢ଼଼ାଯିବାର ବନ୍ଦୋବସ୍ତ କରାଯାଉଛି । ଟ୍ରାଫିକ ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୁଦୃଢ଼ ଲାଗି ଏହି ନୂତନ ପଦକ୍ଷେପ ଗ୍ରହଣ କରିଛି କମିସନରେଟ ପୋଲିସ ।

ଟ୍ରାଫିକ ସମ୍ପର୍କିତ ସୂଚନା ଦେବ ସ୍ୱଂୟଚାଳିତ ମଡେଲ

After 2nd paragraph post ads
Middle post content

ସ୍ୱଂୟଚାଳିତ ମଡେଲ ଟ୍ରାଫିକ ସମ୍ପର୍କିତ ସୂଚନା ଦେବ । ଜେବ୍ରା କ୍ରସିଂ କ’ଣ, ସ୍କୁଲ ଅଞ୍ଚଳରେ କିଭଳି ଗାଡ଼ି ଚଳାଇବେ, ରାସ୍ତାର କେଉଁପଟେ ଗାଡ଼ି ଚଳାଇବେ ଇତ୍ୟାଦି ବିଷୟରେ ଲୋକଙ୍କୁ ସିଗ୍‌ନାଲ ଦେଇ ସଚେତନ କରିବ ଏହି ମଡେଲ । ଏଥିସହିତ ମାନୁଆଲ ସିଗ୍‌ନାଲ ଓ ସ୍ୱଂୟଚାଳିତ ସିଗ୍‌ନାଲର ଭିନ୍ନତା ବିଷୟରେ ଲୋକଙ୍କୁ ସଚେତନ କରିବ । ସେହିପରି ସିଗ୍‌ନାଲ ଜରିଆରେ ଟ୍ରାଫିକ୍ କିଭଳି ପରିଚାଳନା ହୁଏ ସେ ବିଷୟରେ ମଧ୍ୟ ମଡେଲ ଦେଖାଇବ । ଉକ୍ତ ପାର୍କ ସର୍ବସାଧାରଣଙ୍କ ଲାଗି ଅନୁମତି ମିଳିବ । ବିଶେଷକରି ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍ ବିଷୟରେ ଜ୍ଞାନ ଦିଆଯିବା ସହ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇ କିଭଳି ଟ୍ରାଫିକ ପରିଚାଳନା କରାଯାଉଛି, ସେ ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀ ଓ ସାଧାରଣଲୋକଙ୍କୁ ବୁଝାଯିବ ।

ଏହି ପାର୍କରେ କରାଯିବ ଟ୍ରାଫିକ୍‌ର ବିଭିନ୍ନ କାର୍ଯ୍ୟକ୍ରମ

ଟ୍ରାଫିକର ବିଭିନ୍ନ କାର୍ଯ୍ୟକ୍ରମରେ ଉକ୍ତ ପାର୍କକୁ ବହୁଳ ଭାବେ ବ୍ୟବହାର କରାଯିବ ।ଏଜି ଛକସ୍ଥିତ ଟ୍ରାଫିକ ଥାନାରେ ଟ୍ରାଫିକ ସମ୍ପର୍କିତ କିଛି ଅତ୍ୟାଧୁନିକ ସାମଗ୍ରୀ ରହିଛି । ତେବେ ଉକ୍ତ ସାମଗ୍ରୀ ସହ ଆଉ କିଛି ନୂଆ ସାମଗ୍ରୀ ଆଣି ଉକ୍ତ ପାର୍କରେ ରଖାଯିବ । ଏଜି ଟ୍ରାଫିକ୍ ଥାନାରେ ଥିବା କିଛି ସାମଗ୍ରୀ ଓ ଆଉ କିଛି ନୂଆ ସାମଗ୍ରୀ ଆଣି ପାର୍କ ନିର୍ମାଣ କରାଯିବ ବୋଲି ଯୋଜନା କରାଯାଇଛି । କମିସନରେଟ୍ ପୋଲିସ ଓ ସ୍ମାର୍ଟସିଟିର ମିଳିତ ଉଦ୍ୟମରେ ଏହି ପାର୍କ ନିର୍ମାଣ କରାଯିବ । ପାର୍କ ନିର୍ମାଣ ଲାଗି ଏକ ନକ୍ସା ପ୍ରସ୍ତୁତ ହୋଇଛି । ପାର୍କରେ ଖର୍ଚ୍ଚ ଲାଗି ୨୫ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଖୁବ୍‌ଶୀଘ୍ର ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ସୂଚନାଯୋଗ୍ୟ ଯେ, ଟ୍ରାଫିକ ନିୟମ ଠିକ୍ ଭାବେ ପାଳନ ହେଉ ନ ଥିବାରୁ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ହେଉଛି । ଏହି ନୂଆ ଯୋଜନା ଆଧାରରେ ଛାତ୍ରଛାତ୍ରୀଙ୍କୁ ସଚେତନ କଲେ ଦୁର୍ଘଟଣା ସଂଖ୍ୟା କିଛିଟା ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami