୩୯ ମୁଦ୍ରା, ୩୭ ଚୁମ୍ବକ ଖଣ୍ଡ ଗିଳି ଦେଲେ ଯୁବକ: କାରଣ ଜାଣିଲେ ହେବେ ଚକିତ

Above Post Content

ନୂଆଦିଲ୍ଲୀ: ସାଧାରଣତଃ ଛୋଟ ଛୋଟ ପିଲାମାନ ଖେଳିବା ସମୟରେ କୌଣସି ଜିନିଷ ଗିଳିଦେଇଥାନ୍ତି । ଯାହା ବେଳେବେଳେ ସେମାନଙ୍କ ଜୀବନ ପ୍ରତି ବିପଦ ହୋଇଯାଏ । ଯଦି କୌଣସି ବୟସ୍କ ବ୍ୟକ୍ତି ଯିଏ ଉଦ୍ଦେଶ୍ୟମୂଳକ ଭାବରେ ଏପରି କରନ୍ତି ତାହାହେଲେ ପରିସ୍ଥିତି କ’ଣ ହେବ । ଏପରି ସେମିତି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ୨୬ ବର୍ଷର ଯୁବକ ତାଙ୍କ ଶରୀରରେ ଜିଙ୍କ୍ ପରିମାଣ ବଢାଇବା ପାଇଁ ୩୯ ମୁଦ୍ରା ଏବଂ ୩୭ ଚୁମ୍ବକ ଖଣ୍ଡ ଗିଳି ଦେଇଛନ୍ତି ।

Middle post content

ଶରୀରରେ ଜିଙ୍କ ପରିମାଣ ବଢାଇବା ପାଇଁ ଖାଉଥିଲେ ମୁଦ୍ରା,ଚୁମ୍ବକ ଖଣ୍ଡ

After 2nd paragraph post ads

ନିକଟରେ ଦିଲ୍ଲୀର ସାର ଗଙ୍ଗା ରାମ ହସ୍ପିଟାଲରେ ଏହି ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ନିୟମିତ ମୁଦ୍ରା ଓ ଚୁମ୍ବକ ଖାଇଥାନ୍ତି । ଧୀରେ ଧୀରେ ତାଙ୍କ ଶରୀର ଅସୁସ୍ଥ ହେବାକୁ ଲାଗିଲା । ୨୦ ଦିନ ଧରି ବାରମ୍ବାର ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ହେଲା । ଯନ୍ତ୍ରଣା ଅସହ୍ୟ ହେବାରୁ ଘରଲୋକେ ତାଙ୍କୁ ସ୍ଥାନୀୟ ସାରଗଙ୍ଗା ରାମ ହସପିଟାଲରେ ଭର୍ତ୍ତି କରିଥିଲେ । ଆଉ ଡ଼ାକ୍ତର ପରୀକ୍ଷାନୀରିକ୍ଷା କରିବା ପରେ ଯାହା ଦେଖିଲେ ଚକିତ ହୋଇଗଲେ । ଯୁବକଙ୍କ ଜୀବନପ୍ରତି ବିପଦ ଥିବାରୁ ତୁରନ୍ତ ଅସ୍ତ୍ରୋପଚାର କଲେ ଡ଼ାକ୍ତର । ଅସ୍ତ୍ରୋପଚାର ପରେ ଡାକ୍ତରମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ଯୁବକଙ୍କ ପେଟରୁ ୩୯ ମୁଦ୍ରା ଏବଂ ୩୭ ଚୁମ୍ବକ ଖଣ୍ଡ ବାହାର କରିଥିଲେ । ଶରୀରରେ ଜିଙ୍କ ପରିମାଣ ବଢାଇବା ପାଇଁ ଯୁବକ କିଛି ଦିନ ଧରି ଏହା ଗିଳୁଥିଲେ ବୋଲି ଜଣାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami